ଜାନୁଆରୀ ୨୨ ପରେ ପରିବାର ସହ ରାମ ମନ୍ଦିର ଯିବେ କେଜ୍ରିୱାଲ

Published: Jan 17, 2024, 9:38 pm IST

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ହେବାକୁ ଥିବା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପରିବାର (ପତ୍ନୀ, ପିଲା ଏବଂ ପିତାମାତାଙ୍କ) ସହ ରାମ ମନ୍ଦିର ଯିବେ ବୋଲି ବୁଧବାର କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ ପ୍ରାଚୀନ ବାଲାଜୀ ମନ୍ଦିରରେ ସୁନ୍ଦରକାଣ୍ଡରେ ଯୋଗ ଦେଇଥିଲେ। ମୁଁ ମୋ ପତ୍ନୀ, ପିଲା ଓ ପିତାମାତାଙ୍କ ସହ ରାମ ମନ୍ଦିର ଯିବାକୁ ଚାହୁଁଛି। ଆମେ ଏହି ସମାରୋହ ପରେ ଯିବୁ ବୋଲି କେଜ୍ରିୱାଲ ଜାତୀୟ ରାଜଧାନୀରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ନିମନ୍ତ୍ରଣ ସମ୍ପର୍କରେ ପଚରାଯିବାରୁ କେଜ୍ରିଓ୍ଵାଲ କହିଛନ୍ତି, ମୁଁ ସେମାନଙ୍କ (ସରକାରଙ୍କ)ଠାରୁ ଏକ ଚିଠି ପାଇଥିଲି। ଯେତେବେଳେ ଆମେ ସେମାନଙ୍କୁ ଫୋନ କରିଥିଲୁ, ଆମକୁ ସୂଚନା ଦିଆଯାଇଥିଲା ଯେ ଏକ ଦଳ ଚୂଡ଼ାନ୍ତ ଏବଂ ବ୍ୟକ୍ତିଗତ ନିମନ୍ତ୍ରଣ ଦେବାକୁ ଆସିବ। ସେହି ଦଳ ଏପର୍ଯ୍ୟନ୍ତ ଆସିନାହିଁ।

ନିମନ୍ତ୍ରଣ ପତ୍ର ଅନୁଯାୟୀ କେବଳ ଜଣେ ବ୍ୟକ୍ତି ଏହି ସମାରୋହରେ ଯୋଗ ଦେଇପାରିବେ ଏବଂ ଏତେ ସଂଖ୍ୟକ ଭିଭିଆଇପି ଥିବାରୁ ସେମାନଙ୍କ ଉପରେ ଅଧିକ ସୁରକ୍ଷା ଦିଆଯିବ ବୋଲି ସେ କହିଛନ୍ତି। ତ୍ୟାଗରାଜ ଷ୍ଟାଡିୟମରେ ଆୟୋଜିତ ଏକ ଧାର୍ମିକ ସଙ୍ଗୀତ କାର୍ଯ୍ୟକ୍ରମରେ କେଜ୍ରିୱାଲ କିଛି ବୟସ୍କ ବ୍ୟକ୍ତିଙ୍କୁ ଭେଟିଥିଲେ, ଯେଉଁମାନେ ପରେ ଦ୍ୱାରକାଧିଶକୁ ଦିଲ୍ଲୀ ସରକାରଙ୍କ ଅନୁଦାନପ୍ରାପ୍ତ ତୀର୍ଥଯାତ୍ରାରେ ଯାଇଥିଲେ।

Related posts