ମନ୍ଦିର ପରିସରରେ ପହଞ୍ଚିଲା ରାମଲଲାଙ୍କ ମୂର୍ତ୍ତି: ରାମାୟଣରେ ନୃତ୍ୟ ପରିବେଷଣ କଲେ ହେମା ମାଳିନୀ

Published: Jan 18, 2024, 10:15 am IST

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରି ୧୬ତାରିଖରୁ ଆରମ୍ଭ ହୋଇଥିବା ପ୍ରାଣ ପ୍ରତିଷ୍ଠା ରୀତିନୀତିର ବୁଧବାର (ଜାନୁଆରୀ ୧୭) ଦ୍ୱିତୀୟ ଦିନ ଥିଲା । ଦ୍ୱିତୀୟ ଦିନରେ ୩ଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି ।

ପ୍ରଥମେ ଗର୍ଭଗୃହରେ ପ୍ରତିଷ୍ଠା ହେବାକୁ ଥିବା ୨୦୦ କେଜି ଓଜନର ରାମଲାଲାଙ୍କର ଏକ ନୂତନ ମୂର୍ତ୍ତିକୁ ଜନ୍ମଭୂମି ମନ୍ଦିର ପରିସରକୁ ଅଣାଯାଇଥିଲା । ପୂର୍ବରୁ ଏହି ମୂର୍ତ୍ତିକୁ ପରିସରରେ ପରିକ୍ରମା କରାଇବାର ଥିଲା, କିନ୍ତୁ ଭାରୀ ଥିବାରୁ ଏହା ବଦଳରେ ରାମଲାଲାଙ୍କ ୧୦ କେଜି ରୁପା ପ୍ରତିମୂର୍ତ୍ତିକୁ ପରିସରରେ ବୁଲାଯାଇଥିଲା ।

ଅପରାହ୍ନ ସାଢ଼େ ୨ଟାରେ ଅଯୋଧ୍ୟା ରାମ ମନ୍ଦିରଗର୍ଭଗୃହରେ ନିର୍ମୋହି ଆଖଡ଼ାର ମହନ୍ତ ଦିନେନ୍ଦ୍ର ଦାସ ଓ ପୂଜକ ସୁନୀଲ ଦାସ ପୂଜାର୍ଚ୍ଚନା କରିଥିଲେ । ଏହାପରେ ମହିଳାମାନେ କଳସ ଯାତ୍ରା କରିଥିଲେ ।

ତୃତୀୟତଃ ରାତିରେ ହେମା ମାଳିନୀ ରାମାୟଣ ଉପରେ ନୃତ୍ୟ ପରିବେଷଣ କରିଥିଲେ ।
ଏହାବ୍ୟତୀତ ଅଯୋଧ୍ୟାରେ ରାମଲଲାଙ୍କ ପୂଜା ଉପରେ ରୋକ ଲଗାଇବା ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଗାଜିଆବାଦର ଭୋଲା ଦାସ ଶଙ୍କରାଚାର୍ଯ୍ୟଙ୍କ ଆପତ୍ତିକୁ ଉଦାହରଣ ଦେଇ ଏହା ସନାତନ ପରମ୍ପରା ବିରୋଧୀ ବୋଲି କହିଛନ୍ତି । ୨୦୨୪ ଲୋକସଭା ନିର୍ବାଚନର ଫାଇଦା ଉଠାଇବା ପାଇଁ ବିଜେପି ଏପରି କରୁଛି ବୋଲି ଆବେଦନରେ ଦର୍ଶାଯାଇଛି ।

Related posts