ବିହାର ରାଜନୀତି: ମୁଖ୍ୟମନ୍ତ୍ରୀ ପଦରୁ ସକାଳେ ଦେଲେ ଇସ୍ତଫା, ଅପରାହ୍ନରେ ଶପଥ ନେବେ ନୀତିଶ

Published: Jan 28, 2024, 1:06 pm IST

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନା ସତ ହୋଲା। ଶେଷରେ ବିହାରରେ ଭାଙ୍ଗିଲା ଆରଜେଡି-ଜେଡିୟୁ ମେଣ୍ଟ ସରକାର। ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ଆଜିଠୁ ବିହାରରେ ଆରମ୍ଭ ହେବ ଜେଡିୟୁ-ଏନଡିଏ ମେଣ୍ଟ ସରକାର। ଦ୍ବିତୀୟ ଥର ଲାଗି ଏହି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର। ଆଜି ସନ୍ଧ୍ୟା ୫ଟାରେ ନୀତିଶ କୁମାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ଇସ୍ତଫା ପରେ ନୀତିଶ କୁମାର କହିଛନ୍ତି ଯେ, ଆଜି ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ଏବଂ ରାଜ୍ୟରେ ଜେଡିୟୁ-ଆରଜେଡି ସରକାର ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ମଧ୍ୟ କହିଛି। ସବୁକିଛି ଠିକ୍ ନ ଥିବାରୁ ଏହି ପରିସ୍ଥିତି ଆସିଛି। ଇସ୍ତଫା ପୂର୍ବରୁ ମୁଁ ସମସ୍ତଙ୍କ ଠାରୁ ମତାମତ ନେଇଥିଲି। ଆଜି ରାଜ୍ୟରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର ପତନ ହୋଇଛି।

 

Related posts