Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରତି ରାଜ୍ୟରେ ରାଲି କରିବାକୁ ଯୋଜନା କରୁଛି ବିଜେପି, ୩୦ଟି ନିର୍ବାଚନୀ ସଭା କରିବେ ପ୍ରଧାନମନ୍ତ୍ରୀ ମୋଦି
ଜାତୀୟ ଖବର

ପ୍ରତି ରାଜ୍ୟରେ ରାଲି କରିବାକୁ ଯୋଜନା କରୁଛି ବିଜେପି, ୩୦ଟି ନିର୍ବାଚନୀ ସଭା କରିବେ ପ୍ରଧାନମନ୍ତ୍ରୀ ମୋଦି

January 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନିଜର ପ୍ରସ୍ତୁତି ଚୂଡ଼ାନ୍ତ କରିବା ଆରମ୍ଭ କରିଛି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଶନିବାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦେଇଛି। ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି।

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୩୦ ଟି ସଭା

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରାଦେଶରେ ପାଖାପାଖି ୩୦ଟି ସଭା କରିବେ। ଦେଶର ପ୍ରତ୍ୟେକ ରାଜ୍ୟରେ ଅତିକମରେ ଗୋଟିଏ ଲେଖାଏଁ ରାଲି କରିବାକୁ ଦଳ ଯୋଜନା କରିଛି। ବିହାର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଅଧିକ ରାଲି ହେବ। ଫେବ୍ରୁଆରି ୪ ତାରିଖରେ ବିହାରର ବେତିଆରେ ଏକ ରାଲି ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ନୀତୀଶ କୁମାର ମଧ୍ୟ ସାମିଲ ହୋଇପାରନ୍ତି। ନିକଟରେ ବିଜେପି ଏହାର ଥିମ୍ ସଙ୍ଗ ମଧ୍ୟ ଲଞ୍ଚ କରିଛି । ଫେବ୍ରୁଆରି ୧୫ରେ ୟୁଏଇରେ ହେବାକୁ ଥିବା ମନ୍ଦିରର ଉଦ୍‍ଘାଟନକୁ ଦେଶବ୍ୟାପୀ ପାଳନ କରିବାକୁ ଦଳ ଯୋଜନା କରୁଛି। ଏହାକୁ ନିଜେ ପିଏମ ମୋଦି ଉଦ୍‍ଘାଟନ କରିବେ। ଏହାବ୍ୟତୀତ ଆଗାମୀ କିଛିଦିନ ମଧ୍ୟରେ ଏନଡିଏର ସମ୍ପ୍ରସାରଣ ପାଇଁ ଦଳ ନୂଆ ସହଯୋଗୀ ଯୋଡିବାକୁ ଚେଷ୍ଟା କରିପାରେ।

ମିଶନ ୪୦୦, କିନ୍ତୁ ସର୍ତ୍ତ ଲାଗୁ

ଗତ କିଛିଦିନ ହେବ ବିଜେପିର ମିଶନ ୪୦୦କୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ବିଜେପି ଏଭଳି କୌଣସି ସ୍ଲୋଗାନକୁ ଖଣ୍ଡନ କରିଛି। ବାସ୍ତବରେ ଦକ୍ଷିଣରେ ପ୍ରତିବନ୍ଧକ ଥିବାରୁ ନିଜେ ୪୦୦ ଆସନ ଅତିକ୍ରମ କରିବା ପ୍ରାୟ ଅସମ୍ଭବ ବୋଲି ବିଜେପି ବିଶ୍ୱାସ କରୁଛି। କିନ୍ତୁ ଯଦି ଏନଡିଏ ସହଯୋଗୀ ଦଳମାନଙ୍କ ସହ ମିଶି ୪୦୦ ଅତିକ୍ରମ କରେ ତେବେ ଏହା ମଧ୍ୟ ଏକ ବଡ଼ ସଫଳତା ହେବ ବୋଲି ଦଳ ବିଶ୍ୱାସ କରୁଛି। ଏହି ପ୍ରୟାସରେ ବିଜେପି ଉତ୍ତର ଭାରତରେ ୨୦୧୯ର ପ୍ରଦର୍ଶନର ପୁନରାବୃତ୍ତି କରିବା ପାଇଁ ଦକ୍ଷିଣରେ ଟିଡିପି, ଜେଡିଏସ୍ ଏବଂ ଏଆଇଏଡିଏମକେ ଭଳି ଦଳ ସହିତ ଚୁକ୍ତି କରି ସେହି ସଂଖ୍ୟାକୁ ଛୁଇଁବାକୁ ଚେଷ୍ଟା କରିବ।

BJP election 2024 narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.