Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହତାଶ ହେଲେ ଓଡିଶା ବିଜେପି ନେତା, ସମ୍ବଲପୁର ଜନସମାବେଶରେ ନବୀନଙ୍କ ନାଁ ଧରିଲେନି ମୋଦି
ଜାତୀୟ ଖବର

ହତାଶ ହେଲେ ଓଡିଶା ବିଜେପି ନେତା, ସମ୍ବଲପୁର ଜନସମାବେଶରେ ନବୀନଙ୍କ ନାଁ ଧରିଲେନି ମୋଦି

February 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରାଜନୈତିକ ସମୀକ୍ଷକମାନେ ଯାହା ଭାବୁଥିଲେ ତାହା ହିଁ ହେଲା। ସମ୍ବଲପୁରରେ ଆୟୋଜିତ ମୋଦି ଗ୍ୟାରେଣ୍ଟି ସମାବେଶରେ ନବୀନଙ୍କୁ ସମାଲୋଚନା କଲେ ନାହିଁ ପ୍ରଧାନମନ୍ତ୍ରୀ। ସେତିକି ନୁହେଁ ସେ ଆଦୌ ନବୀନଙ୍କ ନାମ ମଧ୍ୟ ତାଙ୍କର ଦୀର୍ଘ ଅଭିଭାଷଣରେ ନେଲେ ନାହିଁ। ଯାହାକୁ ନେଇ ରାଜ୍ୟ ବିଜେପି ନେତାମାନେ ପୁରା ହତାଶ ହୋଇପଡିଛନ୍ତି।

ସମ୍ବଲପୁର ଆଇଆଇଏମ ନୂଆ କ୍ୟାମ୍ପସ ଉଦଘାଟନ ବେଳେ ମୋଦି କହିଥିଲେ ଯେ, ଏକ ଖୋଲା ମଇଦାନରେ ବହୁତ କିଛି କହିବାର ଅଛି। ସେଥିପାଇଁ ମୁଁ ଏଠାରେ ବିଶେଷ କିଛି କହୁ ନାହିଁ। ଏହାକୁ ନେଇ ବିଜେପି ନେତା ବେଶ ଉତ୍ସାହିତ ହୋଇପଡିଥିଲେ। ଭାବିଲେ ଯେ, ମୋଦି ଏଥର ବାଣ ଫୁଟାଇବେ। ହେଲେ ରାଜନୈତିକ ସଭାରେ ସେମିତି କିଛି ନ କହିବାରୁ ସେମାନଙ୍କର ଏବେ ଚିନ୍ତା ବଢିଯାଇଛି।

ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ବିଜେପି ନେତା ମୋଦିଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ହୋଇପଡିଥିଲେ। ଏଥର ମୋଦି ଦଳିୟ ନେତା ଓ କର୍ମିଙ୍କୁ ଉତ୍ସାହିତ କରିବେ ବୋଲି ଆଶା ବାନ୍ଧି ବସିଥିଲେ। ଯାହା ଫସର ଫାଟିଯାଇଛି। ଫଳରେ ଗତ ନିର୍ବାଚନରେ ବିଜେପିର ଯେଉଁ ପରିସ୍ଥିତି ଥିଲା ବର୍ତ୍ତମାନ ତାହା ଆହୁରି ବିଗିଡି ଗଲା ବୋଲି ସେମାନେ ଅନୁଭବ କରିସାରିଲେଣି।

ଆଉ ଏକ ବିଶେଷ କଥା ଦେଖିବାକୁ ମିଳିଥିଲା। ତାହା ହେଲା ସରକାରୀ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ଭାଷଣ ଦେଇଥିଲେ। ହେଲେ ରାଜନୈତିକ ସଭାରେ ଧର୍ମେନ୍ଦ୍ର ଭାଷଣ ଦେଇ ନ ଥିଲେ। ସେ ସେଠାରୁ ପ୍ରାର୍ଥୀ ହେଉଥିବାରୁ ସମସ୍ତେ ଭାବିଥିଲେ ଧର୍ମେନ୍ଦ୍ରଙ୍କୁ ଭାଷଣ ଦେବା ପାଇଁ ସୁଯୋଗ ମିଳିବ। ହେଲେ ତାହା ମଧ୍ୟ ହେଲା ନାହିଁ।

ଏପରିକି ମଞ୍ଚରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ମୋଦି କଥାବାର୍ତ୍ତା ହୋଇଥିଲେ ମଧ୍ୟ ଧର୍ମେନ୍ଦ୍ର ଆଡକୁ ଅନେଇଲେ ନାହିଁ। ଯାହାକୁ ନେଇ ସଭା ପରେ ବିଜେପି ନେତା ଓ କର୍ମିଙ୍କ ମହଲରେ ବେଶ ଆଲୋଚନା ହେବାରେ ଲାଗିଛି। ଏପରି କ୍ଷେତ୍ରରେ ସମ୍ବଲପୁରରୁ ଧର୍ମେନ୍ଦ୍ର କିପରି ଭୋଟରଙ୍କୁ ସମାନା କରିବେ ସେ ନେଇ ଉଠିଲାଣି ପ୍ରଶ୍ନ।

ମୋଦିଙ୍କ ଦୀର୍ଘ ଭାଷଣରେ କେବଳ କେନ୍ଦ୍ର ସରକାର ଓଡିଶା ପାଇଁ କଣ କରିଛନ୍ତି, କେତେ ଅନୁଦାନ ଦେଇଛନ୍ତି ତାହାର କେବଳ ହିସାବ ଦେଇଥିଲେ। ଏପରିକି କଂଗ୍ରେସ ସରକାର ବେଳେ ଓଡିଶାର ସ୍ଥିତି କିପରି ଖରାପ ଥିଲା ତାହା ସେ କହିଥିଲେ। ତାଙ୍କର ଏହି ଭାଷଣରେ ସେ କେବେଳ କଂଗ୍ରେସକୁ ହି ସମାଲୋଚନା କରିଥିଲେ। ହେଲେ ବିଜେଡି ସରକାରଙ୍କ ନାଁ ନେଇ ନ ଥିଲେ।

ଆଇଆଇଏମ କାର୍ଯ୍ୟକ୍ରମରେ ମୋଦି ତାଙ୍କର ଭାଷଣ ଆରମ୍ଭ ବେଳେ ନବୀନ ପଟ୍ଟନାୟକଙ୍କୁ ‘ମୋର ମିତ୍ର’ ବୋଲି ସମ୍ବୋଧିତ କରିଥିଲେ। ସେହି ସଭାରେ ନବୀନ ମଧ୍ୟ ମୋଦିଙ୍କୁ ପ୍ରଶଂସା କରିଥିଲେ। ଏପରି ସଂପର୍କ ଭିତରେ ବର୍ତ୍ତମାନ ଆଗାମୀ ନିର୍ବାଚନ ବିଜେପି କିପରି ରାଜ୍ୟରେ ଲଢିବ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେଲାଣି। ସାଧାରଣ ଲୋକେ ଏହା ଅନୁଭବ କଲେଣି ଯେ, ଦେଶରେ ମୋଦି ରାଜ୍ୟରେ ନବୀନ।

Elections2024 ModiInOdisha ନିର୍ବାଚନ2024 ମୋଦି ଗ୍ୟାରେଣ୍ଟି ସମ୍ବଲପୁରରେ ମୋଦି
Share. Facebook Twitter LinkedIn Email WhatsApp Copy Link

Related Posts

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026
Latest News

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026

ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ: ଡାଏରୀ ମାଲିକ ଗିରଫ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.