Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେପିକୁ ୩୭୦, ଏନଡିଏକୁ ୪୦୦ରୁ ଅଧିକ ମିଳିବ: ମୋଦି
ଜାତୀୟ ଖବର

ବିଜେପିକୁ ୩୭୦, ଏନଡିଏକୁ ୪୦୦ରୁ ଅଧିକ ମିଳିବ: ମୋଦି

February 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଲୋକସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ବକ୍ତବ୍ୟ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆମ ସରକାରଙ୍କ ତୃତୀୟ ପାଳି ଆଉ ଦୂରରେ ନାହିଁ। ଠିକ୍ ୧୦୦-୧୨୫ ଦିନ ପରେ ପୁଣିଥରେ ସାରାଦେଶ କହିବ ଯେ ଏଥର ମୋଦି ସରକାର। ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ମୁଁ କେବେ ବି ପରିସଂଖ୍ୟାନର ଜାଲରେ ପଡ଼େ ନାହିଁ, କିନ୍ତୁ ଦେଶର ଯେଉଁ ମୁଡ୍ ମୁଁ ଦେଖୁଛି ତାହାକୁ ଦେଖିଲେ ଲାଗୁଛି ଯେ ଏନଡିଏ ୪୦୦ ଅତିକ୍ରମ କରିବ ଏବଂ ବିଜେପି ୩୭୦ ଆସନ ପାଇବ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ କାର୍ଯ୍ୟକାଳର ଉପଲବ୍ଧିକୁ ଗଣନା କରି କହିଥିଲେ ଯେ ଦେଶରେ ଏକ ମନ୍ଦିର ନିର୍ମାଣ କରାଯାଇଛି ଯାହା ବର୍ଷ ବର୍ଷ ଧରି ଦେଶର ମହାନ ପରମ୍ପରାକୁ ଶକ୍ତି ପ୍ରଦାନ କରିବ।

କଂଗ୍ରେସ କେବେବି ଦେଶର ଶକ୍ତି ଉପରେ ବିଶ୍ୱାସ କରିନଥିଲା

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଯେ ସେ ଦେଶର ନାଗରିକଙ୍କ ପାଇଁ କେମିତି ଭାବୁଥିଲେ, ଯଦି ମୁଁ ଏହି ନାମ କହିବି, ତେବେ ତାଙ୍କୁ କଷ୍ଟ ଲାଗିବ। କିନ୍ତୁ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନେହେରୁ ଯାହା କହିଥିଲେ, ଏକଥା ଆପଣ ଥରେ ଶୁଣିବା ଉଚିତ। କଠିନ ପରିଶ୍ରମ କରିବାର ଅଭ୍ୟାସ ଭାରତରେ ସାଧାରଣ ନୁହେଁ ବୋଲି ସେ କହିଥିଲେ। ଆମେ ଜାପାନୀ, ଆମେରିକୀୟଙ୍କ ଭଳି କାମ କରୁନାହୁଁ।

କଂଗ୍ରେସ ନିଜ ଦାୟିତ୍ୱ ପୂରଣ କରିବାରେ ବିଫଳ ହୋଇଛି

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣ କେତେଦିନ ପର୍ଯ୍ୟନ୍ତ ସମାଜକୁ ବିଭାଜନ କରିବେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ‘ଆପଣ କେତେଦିନ ଖଣ୍ଡ ଖଣ୍ଡ କରି ଚିନ୍ତା କରିବେ, କେତେଦିନ ପର୍ଯ୍ୟନ୍ତ ସମାଜକୁ ବିଭାଜିତ କରିବେ, ଦେଶକୁ ବହୁତ ଭାଙ୍ଗି ଦେଇଛନ୍ତି ଏହି ଲୋକମାନେ। ଅନ୍ତତଃ ଏହି ଆଲୋଚନା ସମୟରେ କିଛି ସକାରାତ୍ମକ କଥା କୁହାଯାଇଥାନ୍ତା, କିଛି ସକାରାତ୍ମକ ପରାମର୍ଶ ଆସିଥାନ୍ତା ତେବେ ଭଲ ହୋଇଥାନ୍ତା। କିନ୍ତୁ ପ୍ରତିଥର ଭଳି ଏଥର ମଧ୍ୟ ଆପଣ ଦେଶକୁ ବହୁତ ନିରାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ବିରୋଧୀଙ୍କ ଅବସ୍ଥା ପାଇଁ ସବୁଠାରୁ ବଡ଼ ଦୋଷୀ ହେଉଛି କଂଗ୍ରେସ ଦଳ। କଂଗ୍ରେସ ପାଖରେ ଏକ ଭଲ ବିରୋଧୀ ହେବାର ଭଲ ସୁଯୋଗ ଥିଲା, କିନ୍ତୁ ୧୦ ବର୍ଷ ମଧ୍ୟରେ ସେମାନେ ସେହି ଦାୟିତ୍ୱ ପୂରଣ କରିବାରେ ବିଫଳ ହୋଇଛନ୍ତି।

BJP Draupadi Murmu election 2024 lokasabha nirvachan narendra modi NDA
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିର ଦାନ ଚୋରି ମାମଲା: ତୁରନ୍ତ ଶୁଣାଣି କରିବାକୁ ମନା କଲେ  ସୁପ୍ରିମକୋର୍ଟ

June 29, 2026

୬୫ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ସ ପ୍ରତିଯୋଗିତା ଉଦଯାପିତ

June 29, 2026

‘ପିଏମ୍ ଫ୍ୟାମିଲି କେୟାର୍ ଟ୍ରାକର୍’ ପାଇଲଟ୍ ପ୍ରକଳ୍ପକୁ ଉଦଘାଟନ କଲେ ଅମିତ ଶାହ

June 29, 2026

WhatsApp ୟୁଜରଙ୍କ ପାଇଁ ବଡ଼ ସତର୍କବାଣୀ! ୱେବ୍‌ ଓ ଡେସ୍କଟପ୍‌ରେ ମାଲୱେର ଆକ୍ରମଣ, ଜାରି ହେଲା ଆଲର୍ଟ

June 29, 2026
Latest News

ରାମ ମନ୍ଦିର ଦାନ ଚୋରି ମାମଲା: ତୁରନ୍ତ ଶୁଣାଣି କରିବାକୁ ମନା କଲେ  ସୁପ୍ରିମକୋର୍ଟ

June 29, 2026

ସକାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

June 29, 2026

୬୫ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ସ ପ୍ରତିଯୋଗିତା ଉଦଯାପିତ

June 29, 2026

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ କଳାକୃତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

June 29, 2026

‘ପିଏମ୍ ଫ୍ୟାମିଲି କେୟାର୍ ଟ୍ରାକର୍’ ପାଇଲଟ୍ ପ୍ରକଳ୍ପକୁ ଉଦଘାଟନ କଲେ ଅମିତ ଶାହ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.