Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି, ଏଥିରେ କିଛି ଅସୁବିଧା ନାହିଁ, ହେଲେ…
ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି, ଏଥିରେ କିଛି ଅସୁବିଧା ନାହିଁ, ହେଲେ…

February 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି, ଏଥିରେ କିଛି ଅସୁବିଧା ନାହିଁ, ହେଲେ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତକାଲି ସାକ୍ଷାତ କରିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି। ଗତକାଲି ସଂସଦର ଅଧିବେସନ ଶେଷ ହେବା ପରେ ଅନୁଭବ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଫଟୋ ମଧ୍ୟ ଉଠାଇଛନ୍ତି।

ଜଣେ ସାଂସଦ ହିସାବରେ ସେ ପ୍ରଧାନମନ୍ତ୍ରୀଙ୍କ ଭେଟିବା କିଛି ଅସୁବିଧା ନାହିଁ। ଅନ୍ୟପକ୍ଷରେ ସଂସଦ ଅଧିବେସନ ଶେଷ ହେଉଥିବାରୁ ପରବର୍ତ୍ତି ସମୟରେ ସେ ନିର୍ବାଚତ ହୋଇ ଆସିବେ କି ନାହିଁ ଜଣା ନାହିଁ। ସେଥିପାଇଁ ସେ ସବୁଦିନ ସାଇତି ରଖିବା ପାଇଁ ଫଟୋଟିଏ ଉଠାଇଛନ୍ତି।

ହେଲେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା କିମ୍ବା ଫଟୋ ଉଠାଇବା ତାଙ୍କ କାର୍ଯ୍ୟାଳୟର ବିନା ଅନୁମତିରେ ହୋଇପାରିବ ନାହିଁ। ସେଥିପାଇଁ ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଅନୁଭବଙ୍କୁ  ନିଶ୍ଚିତ ଅନୁମତି ରହିଥିବ। ତେବେ ରାଜନୀତିରେ ଏହି ଭେଟଘାଟ ନିଶ୍ଚିତ ଚର୍ଚ୍ଚାର ପରିସରକୁ ଆସିବ। କାରଣ ବିଜେଡିର ଅନ୍ୟ ସାଂସଦ କେହି ଭେଟି ନ ଥିବା ବେଳେ ଅନୁଭବଙ୍କ ପକ୍ଷରେ ଏହା କାହିଁକି ହେଲା।

ଓଡିଶା ରାଜନୀତିରେ ସମସ୍ତେ ଜାଣନ୍ତି ଯେ, ଅନୁଭବ ବର୍ତ୍ତମାନ ବିଜେଡିରୁ ଏକ ଘରକିଆ ହୋଇ ଅଛନ୍ତି। ଏହି ଷ୍ଟାର ଦମ୍ପତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ନେଇ ଦଳର ମୁଖିଆ କୁଆଡେ ଅସନ୍ତୁଷ୍ଠ। ତାଙ୍କୁ ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ଡକାଗଲା ନାହିଁ। ଏକଦା ଦଳର ଷ୍ଟାର କ୍ୟାମ୍ପନର ଥିବା ଅନୁଭବଙ୍କୁ ସବୁ ଉପନିର୍ବାଚନରୁ ମଧ୍ୟ ବାଦ ଦିଆଗଲା। ଅନ୍ୟପକ୍ଷରେ ବର୍ଷା ପ୍ରିୟଦର୍ଶନୀଙ୍କୁ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରଚାର କରିବାକୁ ଦଳ ସୁଯୋଗ ଦେଲା।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ନିର୍ବାଚନ ପାଖେଇ ଆସୁଥିବାରୁ ଅନୁଭବ ମହାନ୍ତିଙ୍କୁ ପୁଣି ଥରେ ଦଳ ଟିକେଟ ଦେବ କି ? ଏହାର ଉତ୍ତରରେ ସମସ୍ତେ ଅନୁଭବ କରିସାରିଛନ୍ତି ଯେ ତାଙ୍କୁ ଆଉ ଦଳ ଟିକେଟ ଦେବ ନାହିଁ। ସେହିପରି ନିଜେ ଅନୁଭବ ମଧ୍ୟ ଅନୁଭବ କରିସାରିଥିବେ ଯେ, ଦଳ ଆଉ ତାଙ୍କୁ ଟିକେଟ ଦେବ ନାହିଁ। ଏହି ଚର୍ଚ୍ଚା ଭିତରେ ଅନୁଭବଙ୍କ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ନିଶ୍ଚିତ ଗୁରୁତ୍ବ ରହିଛି।

ଏହି ଭେଟଘାଟରୁ ଦୁଇଟି ବଡ ପ୍ରଶ୍ନ ଉଭା ହୋଇଛି। ଗୋଟିଏ ହେଲା ଅନୁଭବ କଣ ବିଜେପି ଯିବା ପାଇଁ ମୋଦିଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି କି? ସେ କଟକରୁ ବିଜେପି ଟିକେଟରେ ଛିଡା ହେବା ପାଇଁ ମୋଦିଙ୍କ ପାଖରେ ଲବି କରିଛନ୍ତି କି ? ଏହି ଦୁଇଟି ପ୍ରଶ୍ନ ସାଧାରଣ ଯେପରି ଚର୍ଚ୍ଚା ଚାଲିଛି ବିଜେଡି ଶିବିରରେ ମଧ୍ୟ ଆଲୋଚ୍ୟର ବିଷୟ ହୋଇଛି। ହେଲେ ଏ ନେଇ ନା ଅନୁଭବ କିଛି କହିଛନ୍ତି ନା ବିଜେଡି କିଛି ଟିପ୍ପଣି ଦେଇଛି।

Anubhav Mohanty Election2024 ଅନୁଭବ ମହାନ୍ତି ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026
Latest News

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.