Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସିନ୍ଧିଆଙ୍କଠାରୁ ଆରମ୍ଭ କରି ଚୌହ୍ୱାନଙ୍କ ପର୍ଯ୍ୟନ୍ତ କଂଗ୍ରେସ ଛାଡ଼ିଥିବା ନେତାଙ୍କ ତାଲିକା
ଜାତୀୟ ଖବର

ସିନ୍ଧିଆଙ୍କଠାରୁ ଆରମ୍ଭ କରି ଚୌହ୍ୱାନଙ୍କ ପର୍ଯ୍ୟନ୍ତ କଂଗ୍ରେସ ଛାଡ଼ିଥିବା ନେତାଙ୍କ ତାଲିକା

February 13, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତଥା କଂଗ୍ରେସ ରାଜକୁମାର ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ଼ା ନ୍ୟାୟ ଯାତ୍ରା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଶଙ୍କରରାଓ ଚୌହାନ ସୋମବାର ଦଳ ଛାଡ଼ି ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଆହୁରି ଅନେକ ବରିଷ୍ଠ ନେତା ମଧ୍ୟ ଯିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। କେବଳ ଚୌହ୍ୱାନ ନୁହଁନ୍ତି ଦଳର ଅନେକ ବରିଷ୍ଠ ତଥା ପ୍ରଭାବଶାଳୀ ନେତା ଦଳ ଛାଡ଼ିଛନ୍ତି।

ସିନ୍ଧିଆ କଂଗ୍ରେସକୁ କଡ଼ା ଝଟକା ଦେଇଛନ୍ତି

କଂଗ୍ରେସ ଛାଡ଼ିଥିବା ନେତାଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ୨୦୧୮ରେ ମଧ୍ୟପ୍ରଦେଶରେ କଂଗ୍ରେସକୁ କ୍ଷମତାକୁ ଆଣିବାରେ ସିନ୍ଧିଆ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦଳ ସହ ମତଭେଦ କାରଣରୁ ସିନ୍ଧିଆ ଦଳ ସହ ତାଙ୍କର ୧୮ ବର୍ଷର ସମ୍ପର୍କ ଶେଷ କରିଥିଲେ। ୨୦୨୦ ମାର୍ଚ୍ଚରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ମୋଦିଙ୍କ କ୍ୟାବିନେଟରେ ସଦସ୍ୟ ହୋଇଥିଲେ। ସିନ୍ଧିଆଙ୍କ କାରଣରୁ ନିକଟରେ ଶେଷ ହୋଇଥିବା ମଧ୍ୟ ପ୍ରଦେଶ ନିର୍ବାଚନରେ କଂଗ୍ରେସ ପରାଜିତ ହେବା ସହିତ ବିଜେପି କ୍ଷମତା ବଜାୟ ରଖିଛି।

୨୦୨୨ ରେ ସିବଲ କଂଗ୍ରେସକୁ ଚକିତ କରିଥିଲେ

ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ୧୬ମେ ୨୦୨୨ରେ କଂଗ୍ରେସ ଦଳ ଛାଡ଼ିଛନ୍ତି। ସେ ଏବେ ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଗୋଷ୍ଠୀ ଜି-୨୩ର ସବୁଠାରୁ ଅଧିକ ସ୍ୱରଉତ୍ତୋଳନ ସଦସ୍ୟଙ୍କ ମଧ୍ୟରେ ତାଙ୍କୁ ଗଣାଯାଉଥିଲା।

ଇସ୍ତଫା ଦେଇ ଅସନ୍ତୋଷ ବ୍ୟକ୍ତ କଲେ ଆଜାଦ

ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ପି.ଭି. ନରସିଂହା ରାଓଙ୍କ ସହିତ କାମ କରିଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ୨୬ ଅଗଷ୍ଟ ୨୦୨୨ରେ ଦଳରୁ ଇସ୍ତଫା ଦେଇଥିଲେ। ଗୁଲାମ ନବୀ ଆଜାଦ ଦୀର୍ଘ ଦିନ ଧରି କଂଗ୍ରେସ ଉପରେ ରାଗିଥିଲେ। ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ଜି-୨୩ ଗୋଷ୍ଠୀର ମଧ୍ୟ ସେ ସଦସ୍ୟ ଥିଲେ। ଜି-୨୩ ଗୋଷ୍ଠୀ କ୍ରମାଗତଭାବେ କଂଗ୍ରେସରେ ଅନେକ ପରିବର୍ତ୍ତନ ଦାବି କରୁଥିଲେ। ସେ ଏବେ ଗଣତାନ୍ତ୍ରିକ ପ୍ରଗତିଶୀଳ ଆଜାଦ ପାର୍ଟି ଗଠନ କରିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ଛାଡ଼ିଲେ କ୍ୟାପଟେନ ଅମରିନ୍ଦର ସିଂହ

କଂଗ୍ରେସର ଅନ୍ୟତମ ବିଶ୍ୱସ୍ତ ନେତା କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ଦଳ ଛାଡ଼ି ସମସ୍ତଙ୍କୁ ଚକିତ କରିଛନ୍ତି । ପଞ୍ଜାବରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ସହ ଆଭ୍ୟନ୍ତରୀଣ ମତଭେଦ ହେବା ପରେ ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଏହି ଘଟଣା ଘଟିଛି। ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ିବା ପରେ ବିଧାନସଭା ନିର୍ବାଚନରେ ଦଳ ପରାଜୟସମ୍ମୁଖୀନ ହୋଇଛି।

କଂଗ୍ରେସ ଛାଡ଼ି ବିଜେପିରେ ଜିତିନ ପ୍ରସାଦ

ଜିତିନ ପ୍ରସାଦ ଉତ୍ତରପ୍ରଦେଶରେ କଂଗ୍ରେସର ଜଣେ ପ୍ରମୁଖ ବ୍ରାହ୍ମଣ ଚେହେରା ଥିଲେ। ପ୍ରସାଦ ୨୦୦୪ରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କେନ୍ଦ୍ରରେ ୟୁପିଏ ସରକାର ସମୟରେ ସେ ମନ୍ତ୍ରୀ ଥିଲେ। କଂଗ୍ରେସ ତାଙ୍କୁ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଭାରୀ ଭାବେ ନିଯୁକ୍ତ କରିଥିଲା। ଜୁନ୍ ୨୦୨୧ରେ ପ୍ରସାଦ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇ ଯୋଗୀ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହୋଇଛନ୍ତି।

କ୍ରୋଧରେ କଂଗ୍ରେସ ଛାଡ଼ିଲେ ସୁନୀଲ ଜାଖର

ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସୁନୀଲ ଜାଖର ମଧ୍ୟ ୨୦୨୨ ରେ କଂଗ୍ରେସ ଛାଡ଼ିଛନ୍ତି । ଏକ ଫେସବୁକ୍ ଲାଇଭରେ ଜାଖର କହିଛନ୍ତି ଯେ କଂଗ୍ରେସ ନେତୃତ୍ୱକୁ ଚାଟୁକାରମାନେ ଘେରି ରହିଛନ୍ତି। ଫଳରେ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ୁଛି। କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ସହିତ ରାଜ୍ୟର ସଭାପତି ଦାୟିତ୍ୱରେ ଅଛନ୍ତି।

କଂଗ୍ରେସକୁ ବିଦାୟ ଦେଲେ ପଟିଦାର ନେତା ହାର୍ଦ୍ଦିକ ପଟେଲ

ହାର୍ଦ୍ଦିକ ପଟେଲ ୨୦୧୫ ପଟିଦାର ସଂରକ୍ଷଣ ଆନ୍ଦୋଳନର ଚେହେରାଭାବେ ଉଭା ହୋଇଥିଲେ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ, କିନ୍ତୁ ଦଳ ପାଇଁ ବିଶେଷ କିଛି କରିପାରିନଥିଲେ। କଂଗ୍ରେସରେ ୩ ବର୍ଷ ରହିବା ପରେ ପଟେଲ ୨୦୨୨ରେ ବିଜେପିରେ ଯୋଗ ଦେଇ ଏବେ ଗୁଜରାଟ ବିଧାନସଭାରେ ବିଜେପି ବିଧାୟକ ଅଛନ୍ତି।

ରାହୁଲଙ୍କ ନ୍ୟାୟଯାତ୍ରା ପୂର୍ବରୁ କଂଗ୍ରେସ ଛାଡ଼ିଲେ ଦେଓରା

ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପୂର୍ବରୁ ମିଲିନ୍ଦ ଦେଓରା କଂଗ୍ରେସ ଛାଡ଼ିଛନ୍ତି। ସେ ମହାରାଷ୍ଟ୍ରର ଅନ୍ୟତମ ବରିଷ୍ଠ ନେତା। ଏକ ସୋସିଆଲ ମିଡିଆ ପୋଷ୍ଟରେ ଦେଓରା କହିଛନ୍ତି, ମୁଁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛି। ଦଳ ସହ ମୋ ପରିବାରର ୫୫ ବର୍ଷର ସମ୍ପର୍କର ଅନ୍ତ ଘଟିଛି। ମୁଁ ସମସ୍ତ ନେତା, ସହକର୍ମୀ ଏବଂ କର୍ମୀଙ୍କୁ ଧନ୍ୟବାଦ ଜଣାଉଛି ଯେ ସେମାନେ ବର୍ଷ ବର୍ଷ ଧରି ଅତୁଟ ସମର୍ଥନ କରିଛନ୍ତି। ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଧେ ଗୋଷ୍ଠୀ ଶିବସେନାରେ ଯୋଗ ଦେଇଛନ୍ତି।

କଂଗ୍ରେସରୁ ଇସ୍ତଫା ଦେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ
ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛନ୍ତି। ଚୌହ୍ୱାନ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ୨୦୧୯ ଲୋକସଭା ନିର୍ବାଚନରେ ସେ ପରାଜିତ ହୋଇଥିଲେ।

Ashok Chavan Congress election 2024 maharastra
Share. Facebook Twitter LinkedIn Email WhatsApp Copy Link

Related Posts

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Latest News

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.