Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶା ମତ୍ସ୍ୟ-ପ୍ରାଣୀ ସମାବେଶ ଉଦ୍‌ଯାପିତ, କୃଷିରେ ଅଧିକ ମହିଳା ଉଦ୍ୟୋଗୀଙ୍କୁ ସାମିଲ ପାଇଁ ଉଦ୍ୟମ
ଜାତୀୟ ଖବର

ଓଡ଼ିଶା ମତ୍ସ୍ୟ-ପ୍ରାଣୀ ସମାବେଶ ଉଦ୍‌ଯାପିତ, କୃଷିରେ ଅଧିକ ମହିଳା ଉଦ୍ୟୋଗୀଙ୍କୁ ସାମିଲ ପାଇଁ ଉଦ୍ୟମ

February 18, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
matshya
ଓଡ଼ିଶା ମତ୍ସ୍ୟ-ପ୍ରାଣୀ ସମାବେଶ ଉଦ୍‌ଯାପିତ, କୃଷିରେ ଅଧିକ ମହିଳା ଉଦ୍ୟୋଗୀଙ୍କୁ ସାମିଲ ପାଇଁ ଉଦ୍ୟମ

ଭୁବନେଶ୍ୱର: ଓଡ଼ିଶାର ସୁଦୀର୍ଘ ୪୮୦ କିଲୋମିଟର ସମୁଦ୍ର ଉପକୂଳ, ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ଚିଲିକା ଓ ରାଜ୍ୟର ପର୍ଯ୍ୟାପ୍ତ ଜଳରାଶିର ବିଭିନ୍ନ ସଂପଦକୁ କାର୍ଯ୍ୟରେ ଲଗାଇ ଅର୍ଥନୀତିରେ ଅଭିବୃଦ୍ଧି ଘଟାଇବା ସହିତ ଜୀବିକାନିର୍ବାହର ବିପୁଳ ସୁଯୋଗ ସୃଷ୍ଟି କରିହେବ ବୋଲି ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ଆଜି ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ର ତୃତୀୟ ତଥା ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନ ଓ ରାଜ୍ୟର ଚାଷୀଭାଇମାନଙ୍କ କଠିନ ପରିଶ୍ରମ ଯୋଗୁ ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହେବା ସହିତ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ପାଞ୍ଚଥର କୃଷିକର୍ମଣ ପୁରସ୍କାର ଲାଭ କରିଛି। ଗୋପାଳନ ଓ ପ୍ରାଣିପାଳନ ଆୟବୃଦ୍ଧି ଓ ରୋଜଗାର ସୃଷ୍ଟିର ଏକ ବଳିଷ୍ଠ ମାଧ୍ୟମ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକରୁ ଅଧିକ ମହିଳା ଉଦ୍ୟୋଗୀ ସୃଷ୍ଟି ହେବା ରାଜ୍ୟର ପ୍ରଗତିରେ ଏକ ସକାରାତ୍ମକ ଲକ୍ଷଣ। ରାଜ୍ୟରେ ମାଛଚାଷ, ଗୋପାଳନ ଓ ପ୍ରାଣିପାଳନର ପର୍ଯ୍ୟାପ୍ତ ସୁଯୋଗ ରହିଥିବାବେଳେ ପ୍ରଥମଥର ପାଇଁ ରାଜ୍ୟସ୍ତରରେ ଆୟୋଜିତ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ ରାଜ୍ୟର ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶାପୋଷଣ କରିଥିଲେ।

ଉତ୍ସବରେ ସଭାପତିତ୍ୱ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ମତ୍ସ୍ୟ ଓ ପ୍ରାଣିସଂପଦ ବିଭାଗର ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ପ୍ରଶାସନର ମୂଳମନ୍ତ୍ର ୫-‘ଟି’ ଉପକ୍ରମ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି ଓ ଏହା ଦ୍ୱାରା ମାଛ, ମାଂସ, ଅଣ୍ଡା, ଦୁଗ୍ଧ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିବା ସହ ଚାଷୀମାନେ ଉପକୃତ ହୋଇପାରିଛନ୍ତି।

ରାଜ୍ୟର ୯୨ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାବେଳେ ସେମାନଙ୍କର ଆୟବୃଦ୍ଧି ନିମନ୍ତେ କୃଷି ସହିତ ମାଛଚାଷ ଓ ପ୍ର୍ରାଣିପାଳନ ଏକ ସର୍ବୋତ୍କୃଷ୍ଟ ମାଧ୍ୟମ ବୋଲି ସେ କହିଥିଲେ। ଚାଷୀମାନଙ୍କୁ ଉନ୍ନତ ଜ୍ଞାନକୌଶଳର ବ୍ୟବହାର ସଂପର୍କରେ ଅବଗତ କରାଇବା ଓ ଦକ୍ଷ କରାଇବା ପାଇଁ ଅଧିକରୁ ଅଧିକ କୃଷକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବା ସହ ବାହାର ରାଜ୍ୟକୁ ଜ୍ଞାନ ଆହରଣ ପାଇଁ ପରିଭ୍ରମଣରେ ପଠାଯିବ।

ସମାବେଶରେ ପ୍ରଥମ ଥର ପାଇଁ ଆୟୋଜିତ ଆସ୍କ ଦି ମିନିଷ୍ଟର କାର୍ଯ୍ୟକ୍ରମରେ ଚାଷୀମାନେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଥିଲେ। ଚାଷୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଗୋ-ସୁଗମ ପୋର୍ଟାଲ ମାଧ୍ୟମରେ କୌଣସି ଯୋଜନାର ଆବେଦନ ନିମନ୍ତେ ଯଦି କୌଣସି ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ସେମାନେ ସ୍ଥାନୀୟ ଜନସେବା କେନ୍ଦ୍ର ବା ବ୍ଲକ୍‌ସ୍ତରୀୟ ପ୍ରାଣିଚିକିତ୍ସା/ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କଲେ ସେମାନଙ୍କୁ ଅନ୍‌ଲାଇନ୍‌ରେ ଗୋ-ସୁଗମରେ ଆବେଦନ ପାଇଁ ବ୍ୟବସ୍ଥା କରାଯାଉଛି।

ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଆବଶ୍ୟକୀୟ କାଗଜପତ୍ର ସଠିକ୍‌ ଭାବେ ପଇଠ କରିବା ଉପରେ ସବ୍‌ସିଡି ପ୍ରଦାନ ନିର୍ଭରକରେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସର୍ବାଧିକ ଅଢ଼େଇ ମାସ ମଧ୍ୟରେ ଅନୁଦାନ ରାଶି ଉଦ୍ୟୋଗୀଙ୍କ ବ୍ୟାଙ୍କଖାତାକୁ ଡିବିଟିି ମାଧ୍ୟମରେ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ଏଥି ସହିତ ବିଭାଗ ପକ୍ଷରୁ ପ୍ରଚଳିତ ଜୀବିକାନିର୍ବାହ ଯୋଜନାରେ ବିଭିନ୍ନ ପର୍ଯ୍ୟାୟରେ ସର୍ବାଧିକ ୧୫ ଦିନ ମଧ୍ୟରେ ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଶହେରୁ ଊଦ୍ଧ୍ୱର୍ ଚାଷୀ ଯୋଗଦେଇଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଲେ ଯେ ମତ୍ସ୍ୟ ଓ ପ୍ରାଣିସଂପଦ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଫଳରେ ରାଜ୍ୟର କୋଣଅନୁକୋଣରେ ମାଛଚାଷ ଓ ପ୍ରାଣିପାଳନ ପ୍ରତି ଲୋକଙ୍କର ଆଗ୍ରହ ବଢ଼ିଛି। ଏହା ଦ୍ୱାରା ଗାଁଗହଳିର ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ସହଜରେ ମିଳିପାରୁଛି।

ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ସମାବେଶରେ ଯୁବରାଜ ବୁଲ୍‌, ଜୀବନ୍ତ ପ୍ରାଣି ପ୍ରଦର୍ଶନ, ଏଲ୍‌ଇଡି ଟନେଲ୍‌, ଏକ୍ସପେରିଏନ୍ସ ଜୋନ୍‌ ଏବଂ ଆସ୍କ ଦି ମିନିଷ୍ଟର ଆଦି ଅନେକ ଅଭିନବ କାର୍ଯ୍ୟକ୍ରମ ଚାଷୀମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଏବଂ ଏହା ଅତ୍ୟନ୍ତ ଶିକ୍ଷଣୀୟ ଥିଲା। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନକୃଷିର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଳେନ୍ଦୁ ରାୟ ପ୍ରମୁଖ ମତ୍ସ୍ୟ ଓ ପ୍ରାଣିସଂପଦର ଅଭିବୃଦ୍ଧିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ରାଜ୍ୟର ଚମ୍ପିଅନ୍‌ ଚାଷୀଙ୍କ ସମେତ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗର ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ମତ୍ସ୍ୟ ଓ ପ୍ରାଣିପାଳନ ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା କରିଥିବା ଉଦ୍ୟୋଗୀମାନଙ୍କୁ ସବ୍‌ସିଡି ରାଶିର ଚେକ୍‌ ପ୍ରଦାନ କରାଯାଇଥିଲା।

ପ୍ରାରମ୍ଭରେ ସମ୍ବଲପୁରର ମହିଳା ଚାଷୀ ଶ୍ରୀମତୀ ଅନିତା ଓରାମ୍‌ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପୁରୀର ମହିଳା ଚାଷୀ ତନ୍ମୟୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦର୍ଶନରେ ସର୍ବୋତ୍କୃଷ୍ଟ ଷ୍ଟଲ ନିମନ୍ତେ ସରକାରୀ ବିଭାଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବେସରକାରୀ ବିଭାଗରେ ପଶୁପତି ଆଗ୍ରୋଭେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଷ୍ଟାର୍ଟଅପ୍‌ ବିଭାଗରେ ଗୌମୟ ଆଗ୍ରୋ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ସ୍ୱତନ୍ତ୍ର ପୁରସ୍କାର ବର୍ଗରେ ଥିଙ୍କ୍‌ ର ଇନୋଭେଟିଭ୍‌ ସଲୁ୍ୟସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ହରିୟାଣାର ଯୁବରାଜ ମୁରା ବଫାଲୋକୁ ପ୍ରଦାନ କରାଯାଇଥିଲା।

ସମାବେଶ ଅବସରରେ ପୂର୍ବାହ୍ନରେ ଏକ ଡଗ୍‌ସୋ ଆୟୋଜନ କରାଯାଇଥିଲା। ଏଥିରେ ଜର୍ମାନ୍‌ ସେଫର୍ଡ, ଲାବ୍ରାଡର, ପାମୋରିଆନ୍‌, ଗ୍ରେଟ୍‌ ଡେନ୍‌ ଆଦି ଉନ୍ନତ ପ୍ରଜାତିର ଶତାଧିକ କୁକୁର ପ୍ରଦର୍ଶିତ ହୋଇଥିଲା। ଏହାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଉଦ୍‌ଘାଟନ କରିଥିଲେ।

ଓଡିଶା ମତ୍ସ୍ୟ-ପ୍ରାଣୀ ସମାବେଶ ମତ୍ସ୍ୟ-ପ୍ରାଣୀ ସମାବେଶ ମାଛ ଚାଷ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Latest News

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.