Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗୁଜୁରାଟ ଟାଇଟାନ୍ସକୁ ବଡ଼ ଝଟକା: ୨୦୨୪ ଆଇପିଏଲ୍ ରୁ ବାଦ ପଡିଲେ ମହମ୍ମଦ ଶାମି
ଜାତୀୟ ଖବର

ଗୁଜୁରାଟ ଟାଇଟାନ୍ସକୁ ବଡ଼ ଝଟକା: ୨୦୨୪ ଆଇପିଏଲ୍ ରୁ ବାଦ ପଡିଲେ ମହମ୍ମଦ ଶାମି

February 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ODI ବିଶ୍ୱକପ ୨୦୨୩ ପରଠାରୁ ମହମ୍ମଦ ଶାମି କୌଣସି ମ୍ୟାଚ୍ ଖେଳି ନାହାଁନ୍ତି। ଗୋଡରେ ଆଘାତ ଲାଗିଥିବାରୁ ସେ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି। ବର୍ତ୍ତମାନ ରିପୋର୍ଟରୁ ଜଣାପଡିଛି ଯେ, କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ ୨୦୨୪ ରୁ ଶାମିଙ୍କୁ ବାଦ ଦିଆଯାଇଛି। ଟୁର୍ଣ୍ଣାମେଣ୍ଟରୁ ଶାମିଙ୍କ ବାଦ ପଡିବା ଗୁଜୁରାଟ ଟାଇଟାନ୍ସ ପାଇଁ ଏକ ବଡ ଝଟକା ବୋଲି ପ୍ରମାଣିତ ହୋଇପାରେ।

ଶାମି ଗୁଜରାଟର ମୁଖ୍ୟ ଦ୍ରୁତ ବୋଲର। ସେ ଗତ ସିଜନରେ ଆଇପିଏଲ୍ ୨୦୨୩ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ଥିଲେ। ସେ ହାରାହାରି ୧୮.୬୧ ରେ ୧୭ ଟି ମ୍ୟାଚ୍ ରେ ୨୮ ୱିକେଟ୍ ନେଇଥିଲେ। ଏହି ସମୟରେ ସେ ୨ ଥର ଚାରିଟି ଲେଖାଏଁ ୱିକେଟ ନେଇଥିଲେ।

ନ୍ୟୁଜ୍ ଏଜେନ୍ସି ‘ପିଟିଆଇ’ର ଉଦ୍ଧୃତ କରି ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ବାମ ଗୋଡରେ ଆଘାତ ଲାଗିଥିବାରୁ ଶାମି ଆଇପିଏଲରୁ ବାହାରିଯାଇଛନ୍ତି। ଶାମିଙ୍କ ଆଘାତରେ ଅସ୍ତ୍ରୋପଚାର ଆବଶ୍ୟକ ହେବ, ଯାହା ବ୍ରିଟେନରେ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ଯେ ଶାମି ଗୁଜୁରାଟ ଦଳଦ୍ଵାରା ୨୦୨୨ର ମେଗା ନିଲାମରେ ୬.୨୫ କୋଟି ଟଙ୍କାରେ କିଣାଯାଇଥିଲେ, ଯାହା ପରେ ସେ ଦଳ ପାଇଁ ଜଣେ ସଫଳ ଦ୍ରୁତ ବୋଲର ହୋଇଥିଲେ। ଏହାପୂର୍ବରୁ ଶାମି ପଞ୍ଜାବ କିଙ୍ଗ୍ସର ଏକ ଅଂଶ ଥିଲେ। ଶାମି ଏପର୍ଯ୍ୟନ୍ତ ମୋଟ ୧୧୦ ଆଇପିଏଲ୍ ମ୍ୟାଚ୍ ଖେଳି ୧୧୦ ଇନିଂସରେ ବୋଲିଂ କରି ୨୬.୮୬ ହାରରେ ୧୨୭ ୱିକେଟ୍ ନେଇଛନ୍ତି।

gujurat titans mahammad shami ODI ବିଶ୍ୱକପ worldcup
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ପଡ଼ିଲା ଗଙ୍ଗା ନଦୀ ମଝିରେ ଚିକେନ୍ ବିରିୟାନି ଖାଇ ହାଡ଼ ଫିଙ୍ଗିବା: ୧୪ ଗିରଫ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

ଇସ୍ରାଏଲୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ: IDF ର ବଡ ଦାବି 

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026
Latest News

ମହଙ୍ଗା ପଡ଼ିଲା ଗଙ୍ଗା ନଦୀ ମଝିରେ ଚିକେନ୍ ବିରିୟାନି ଖାଇ ହାଡ଼ ଫିଙ୍ଗିବା: ୧୪ ଗିରଫ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

ଇସ୍ରାଏଲୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ: IDF ର ବଡ ଦାବି 

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.