Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଧରିବେ ପଦ୍ମ, ଖୋର୍ଦ୍ଧା ଜିଲ୍ଲାରେ କରିବେ ଖେଳ
ଜାତୀୟ ଖବର

ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଧରିବେ ପଦ୍ମ, ଖୋର୍ଦ୍ଧା ଜିଲ୍ଲାରେ କରିବେ ଖେଳ

February 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଧରିବେ ପଦ୍ମ, ଖୋର୍ଦ୍ଧା ଜିଲ୍ଲାରେ କରିବେ ଖେଳ

ଭୁବନେଶ୍ବର: ଶେଷରେ ବିଜେପିରେ ମିଶିବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଚିଲିକା ବିଧାୟକ ଥିବା ଏହି ନେତାଙ୍କୁ ବିଜେପି ସାମିଲ କରିବ ବୋଲି ଦିଲ୍ଲୀ ନେତୃବୃନ୍ଦ ସବୁଜ ସଙ୍କେତ ଦେଇସାରିଛନ୍ତି। ଏ ନେଇ ରାଜ୍ୟ ବିଜେପି ନେତାମାନଙ୍କ ପାଖକୁ ସୂଚନା ପ୍ରଦାନ କରାଯାଇଛି। କେବଳ ଦିନ ଧାର୍ଯ୍ୟ କରି ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମିଲ ହେବେ ବୋଲି ଜଣାପଡିଛି।

ପ୍ରଶାନ୍ତ ଜଗଦ୍ଦେବଙ୍କର ପୁରା ଖୋର୍ଦ୍ଧା ଜିଲ୍ଲାରେ ରହିଛି ଭଲ ଲୋକ ସଂପର୍କ। ସେଥିପାଇଁ ସେ ବିଜେପିରେ ମିଶିଲେ ଏହି ଜିଲ୍ଲାରେ ଦଳର ସଂଗଠନ ବେଶ ମଜବୁତ ହେବ। ସେଥିପାଇଁ ଦିଲ୍ଲୀ ନେତୃତ୍ୟ ତାଙ୍କୁ ନେବା ପାଇଁ ନିଷ୍ପତି କରିଥିବାର ଜଣାପଡିଛି। ତେବେ ବହୁ ପୂର୍ବରୁ ପ୍ରଶାନ୍ତ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ କୌଣସି କାରଣରୁ ତାହା ହୋଇପାରୁ ନ ଥିଲା। ଏବେ ରାସ୍ତା ସଫା ହେଲା ବୋଲି ଜଣାପଡିଛି।

ଖୋର୍ଦ୍ଧା ନିକଟସ୍ଥ ବଡପୋଖରୀଆରେ ଜନ୍ମିତ ପ୍ରଶାନ ଜଗଦ୍ଦେବଙ୍କୁ ବିଜେଡି ଯେଉଁଠି ଟିକେଟ ଦେଇଛି ସେଠାରେ ସେ ଭଲ ପ୍ରଦର୍ଶନ କରି ଦେଖାଇଛନ୍ତି। ବେଗୁନିଆ ବୋଲଗଡରେ ଟିକେଟ ମିଳିଲା ସେଠାରୁ ସେ ଜିତିଲେ। ଚିଲିକାରେ ଛିଡା ହେବା ପାଇଁ ବିଜେଡି ଟିକେଟ ଦେଲା ସେଠାରୁ ମଧ୍ୟ ଜିତି ବର୍ତ୍ତମାନ ବିଧାୟକ ଅଛନ୍ତି। ହେଲେ ସେ ବିବାଦୀୟ ହୋଇପଡିବାରୁ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଦେଇଛି।

ସେ ଛାତ୍ର ଜୀବନରୁ ବିଜୁ ଓ ନବୀନଙ୍କ ଦୃଢ ସମର୍ଥକ ହୋଇଥିବାରୁ ଦୀର୍ଘଦିନ ଧରି ବିଜେଡିରେ ପୁଣି ସାମିଲ ହେବେ ବୋଲି ଆଶା ବାନ୍ଧି ବସିଥିଲେ। ହେଲେ ତାହା ସମ୍ଭବ ହେଲା ନାହିଁ। ଏ ନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ବିଜେଡି ଶୀର୍ଷ ନେତୃତ୍ବଙ୍କ ସହିତ ବାରମ୍ବାର ବୈଠକ ହୋଇଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା।

ଗତ ସପ୍ତାହରେ ପ୍ରଶାନ୍ତଙ୍କୁ ବିଜେଡି ଡାକି କୁଆଡେ ଏଥର ଦଳକୁ ସମସ୍ତ ସହଯୋଗ ଦେବା ପାଇଁ କଥାବାର୍ତ୍ତା କରିଥିଲେ। ହେଲେ ଏଥର ଟିକେଟ ଦେଇ ହେବ ନାହିଁ ବୋଲି ଦଳ ତାଙ୍କୁ ରୋକଠୋକ ଜଣାଇ ଦେଲା। ଏହାକୁ ନେଇ କୁଆଡେ ପ୍ରଶାନ୍ତ ଅସନ୍ତୁଷ୍ଠ ହୋଇ ଚାଲି ଆସିଛନ୍ତି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।

ଅନ୍ୟପଟେ ତାଙ୍କୁ ଦଳରେ ମିଶାଇବା ପାଇଁ ବିଜେପି ସବୁଜ ସଙ୍କେତ ଦେଇ ଦେବାରୁ ସେ ଦୁଇ ତିନିଦିନ ମଧ୍ୟରେ ବିଜେପିରେ ସାମିଲ ହେବେ ବୋଲି ଜଣାପଡିଛି। ସେହି ସୁତ୍ର ଅନୁସାରେ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାୟକ ଭାବେ ଟିକେଟ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି। ଏଥିସହିତ ଖୋର୍ଦ୍ଧା ଜିଲ୍ଲାରେ ବିଜେପି ସଂଗଠନକୁ ମଜବୁତ କରିବା ପାଇଁ ପ୍ରଶାନ୍ତ ମଧ୍ୟ ପ୍ରତିଶୃତି ଦେଇଥିବାର ଜଣାପଡିଛି।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.