Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏବେ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତାଠାରୁ ମାତ୍ର ୪ ପାଦ ଦୂରରେ ଏନଡିଏ: ବଦଳିଲା ରାଜନୈତିକ ସମୀକରଣ
ଜାତୀୟ ଖବର

ଏବେ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତାଠାରୁ ମାତ୍ର ୪ ପାଦ ଦୂରରେ ଏନଡିଏ: ବଦଳିଲା ରାଜନୈତିକ ସମୀକରଣ

February 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସଭା ନିର୍ବାଚନ
ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ: ଏପ୍ରିଲରେ ଖାଲି ପଡ଼ିଥିବା ୫୬ ଟି ରାଜ୍ୟସଭା ଆସନ ମଧ୍ୟରୁ ମଙ୍ଗଳବାର ହୋଇଥିବା ନିର୍ବାଚନରେ ବିଜେପି ୩୦ଟିରେ ବିଜୟୀ ହୋଇଛି। ସେଥିମଧ୍ୟରୁ ଦଳ ୨୦ଟି ବିନା ପ୍ରତିଦ୍ୱନ୍ଦ୍ୱିତାରେ ଏବଂ ୧୦ଟି ଆସନରେ ମତଦାନ ପରେ ବିଜୟୀ ହୋଇଛି। ଏହାକୁ ମିଶାଇ ରାଜ୍ୟସଭାରେ ବିଜେପିର ଆସନ ସଂଖ୍ୟା ୯୭କୁ ବୃଦ୍ଧି ପାଇବ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଏନଡିଏର ସଂଖ୍ୟା ୧୧୭ରେ ପହଞ୍ଚିବ।

ସମସ୍ତ ସଦସ୍ୟ ଶପଥ ନେବା ପରେ ଏନଡିଏ ୨୪୦ ସଦସ୍ୟ ବିଶିଷ୍ଟ ଗୃହରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୧୨୧ରୁ ମାତ୍ର ୪ ପାଦ ଦୂରରେ ରହିବ। ବର୍ତ୍ତମାନ ରାଜ୍ୟସଭାରେ ବିଜେପି ସବୁଠାରୁ ବଡ଼ ଦଳଭାବେ ରହିଛି। ରାଜ୍ୟସଭାରେ ଏହାର ୯୭ ଜଣ ସଦସ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରେ ୬ ଜଣ ମନୋନୀତ ସାଂସଦ ଅଛନ୍ତି।

୩ଟି ରାଜ୍ୟରେ ମତଦାନ

ରାଜ୍ୟସଭାର ୫୬ ଜଣ ସଦସ୍ୟଙ୍କ ମଧ୍ୟରୁ ୪୧ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବାବେଳେ ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ୧୫ଟି ଆସନ ପାଇଁ ମଙ୍ଗଳବାର ମତଦାନ ହୋଇଥିଲା। ଉତ୍ତର ପ୍ରଦେଶର ୧୦ଟି ଆସନରୁ ବିଜେପି ୮ଟି, କର୍ଣ୍ଣାଟକର ୪ଟି ଆସନରୁ ଗୋଟିଏ ଏବଂ ହିମାଚଳ ପ୍ରଦେଶର ଗୋଟିଏ ଆସନରେ ବିଜୟୀ ହୋଇଛି।

ରାଜ୍ୟସଭାରେ କେଉଁ ଦଳର କେତେ ଆସନ ଅଛି?

ବିଜେପି ପରେ ରାଜ୍ୟସଭାରେ କଂଗ୍ରେସର ସର୍ବାଧିକ ଆସନ ରହିବ। କଂଗ୍ରେସର ୨୯, ତୃଣମୂଳ କଂଗ୍ରେସ ୧୩, ଡିଏମକେ ଓ ଆମ୍ ଆଦମୀ ପାର୍ଟି ୧୦ ଲେଖାଏଁ, ୱାଇଏସଆରସିପି ୧୧, ବିଜୁ ଜନତା ଦଳ ୯, ବିଆରଏସ ୫, ଆରଜେଡି ୬, ସିପିଏମ ୫ ଏବଂ ଏଆଇଏଡିଏମକେ ଓ ଜେଡିୟୁ ୪ ଜଣ ଲେଖାଏଁ ପ୍ରାର୍ଥୀ ହେବେ। ଏହାବ୍ୟତୀତ ରାଜ୍ୟସଭାରେ ସମାଜବାଦୀ ପାର୍ଟିର ସଦସ୍ୟ ସଂଖ୍ୟା ମଧ୍ୟ ୪ ରହିବ।
ଶିବସେନା, ସିପିଆଇ(ଏମ୍), ସିପିଏ, ଏନସିପି, ଜେଏମ୍ଏମ୍ କୁ ୨-୨ଟି ଆସନ ମିଳିବ।

ସେହିପରି ବିଏସପି, ଏମଡିଏମକେ, କେରଳ କଂଗ୍ରେସ ଏମ, ଇଣ୍ଡିଆନ ମୁସଲିମ ଲିଗ୍, ୟୁପିପି, ତାମିଲ ମାନିଲା କଂଗ୍ରେସ, ଆରପିଆଇ, ଆରଏଲଡି, ପଟ୍ଟାଲି ମକ୍କଲ କାଚି, ଏନପିପି, ଏମଏନଏଫ, ଜେଡିଏସ ଏବଂ ଆସାମ ଗଣ ପରିଷଦର ସଦସ୍ୟ ସଂଖ୍ୟା ୧-୧ ହେବ।

BJP election 2024 NDA Rajyasabha Election
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.