Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେପିକୁ ପୁଣି ଫେରିବେ କି ବିଜେଡି ବିଧାୟକ ଅରବିନ୍ଦ ଢାଲି, କାହିଁକି ଏମିତି ଚାଲିଛି ଚର୍ଚ୍ଚା
ଜାତୀୟ ଖବର

ବିଜେପିକୁ ପୁଣି ଫେରିବେ କି ବିଜେଡି ବିଧାୟକ ଅରବିନ୍ଦ ଢାଲି, କାହିଁକି ଏମିତି ଚାଲିଛି ଚର୍ଚ୍ଚା

February 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପିକୁ ପୁଣି ଫେରିବେ କି ବିଜେଡି ବିଧାୟକ ଅରବିନ୍ଦ ଢାଲି, କାହିଁକି ଏମିତି ଚାଲିଛି ଚର୍ଚ୍ଚା

ଭୁବନେଶ୍ବର: ପୁଣି ଥରେ ବିଜେପିକୁ ଫେରିବେ କି ବିଜେଡି ବିଧାୟକ ଅରବିନ୍ଦ ଢାଲି। ଏ ନେଇ ଜୟଦେବ ନିର୍ବାଚନ ମଣ୍ଡଳିରେ ଚାଲିଛି ଚର୍ଚ୍ଚା। ତେବେ ଏ ସଂପର୍କରେ କେହି କିଛି କହି ନ ଥିଲେ ମଧ୍ୟ ଏହି ଚର୍ଚ୍ଚା ନିର୍ବାଚନ ମଣ୍ଡଳି ପାରି ହୋଇ ଭୁବନେଶ୍ବରରେ ପହଞ୍ଚି ସାରିଲାଣି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ବବାଚୀ ସୃଷ୍ଟି ହେବାରେ ଲାଗିଛି।

ଅରବିନ୍ଦ ଢାଲି କଣ ପାଇଁ ବିଜେପିକୁ ପୁଣି ଥରେ ଆସିବେ ସେ ନେଇ ଅନେକ କିଛି କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ବଡ କଥା ହେଲା ଯେ ଅରବିନ୍ଦ ଢାଲି ନିଶ୍ଚିତ ହୋଇ ସାରିଲେଣି ଯେ, ତାଙ୍କୁ ବିଜେଡି ଏଥର ଆଉ ଟିକେଟ ଦେବ ନାହିଁ। ମୁଖ୍ୟତଃ ବୟସ ଗୋଟିଏ ବଡ ବାଧକ ବୋଲି କୁହାଯାଉଛି। ଏଥିସହିତ ସେ ତାଙ୍କ ନିର୍ବାଚନ ମଣ୍ଡଳିରେ ମଧ୍ୟ ସକ୍ରିୟ ନାହାଁନ୍ତି ବୋଲି ରହିଛି ଅଭିଯୋଗ।

ଜୟଦେବ ନିର୍ବାଚନ ମଣ୍ଡଳିରେ କେତେକ ନେତାଙ୍କ କହିବା ଅନୁସାରେ ଅରବିନ୍ଦ ଢାଲିଙ୍କୁ ବର୍ତ୍ତମାନ ଜୟଦେବ ଭୋଟର ଆଉ ପସନ୍ଦ କରୁ ନାହଁନ୍ତି। ମୁଖ୍ୟତଃ ସେ ଯେପରି ଲୋକଙ୍କ ସଂପର୍କରେ ରହିବା କଥା ତାହା ଆଉ ହୋଇ ପାରୁ ନାହିଁ। ଏପରିକି ଜୟଦେବର ବହୁ ବିଜେଡି ନେତା ତାଙ୍କୁ ଆଉ ସମର୍ଥନ ଦେଉ ନାହାଁନ୍ତି। ଫଳରେ ସେଠାରେ ସେ ଏକ ପ୍ରକାରର କଣଠୋସା ହେଲା ପରି ରହିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେବେ ଆଉ କେତେକଙ୍କ ମତରେ ଜୟଦେବରେ ବର୍ତ୍ତମାନ ଆଞ୍ଚଳିକ ଭାବେ ବେଶୀ ଉଦ୍ରେକ ହେବାରେ ଲାଗିଛି। ବାହାର ଲୋକଙ୍କୁ ଆଉ ପୁରାଇ ଦେବେ ନାହିଁ ବୋଲି ଭୋଟର ଚିନ୍ତା କଲେଣି। ସେହିପରି ସେହି ନିର୍ବାଚନ ମଣ୍ଡଳିରେ ବର୍ତ୍ତମାନ ବହୁ ନୂଆ ଆଶାୟୀଙ୍କର ମଧ୍ୟ ଆର୍ବିଭାବ ହେବାରେ ଲାଗିଛି। ସେମାନଙ୍କ ମଧ୍ୟରୁ କେତେକ ସିଧା ବିଜେଡିର ମୁଖ୍ୟ ନେତାଙ୍କ ସଂପର୍କରେ ଅଛନ୍ତି।

ଏ ସବୁ ପରିସ୍ଥିତି ଦେଖି ବର୍ତ୍ତମାନ ଅରବିନ୍ଦ ଢାଲି ଏବେଠାରୁ ନୂଆ ରାସ୍ତା ଦେଖିବା ଆରମ୍ଭ କରିସାରିଲେଣି ବୋଲି କୁହାଯାଉଛି। ସେଥିପାଇଁ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଲାଣି।

ବିଜେପି ହେଉଛି ଢାଲିଙ୍କର ପୁରୁଣା ଘର। ସେ ସେହି ଦଳରୁ ମାଲକାନାଗିରରୁ ଜିତି ମନ୍ତ୍ରୀ ହୋଇଥିଲେ। ସେ ସେଠାରୁ 1992 ରୁ 2000 ମସିହା ପର୍ଯ୍ୟନ୍ତ ବିଧାୟକ ଥିଲେ। ବର୍ତ୍ତମାନ ଜୟଦେବ ନିର୍ବାଚନ ମଣ୍ଡଳିରୁ ସେ ଦୁଇଥର ବିଧାୟକ ହୋଇସାରିଲେଣି। ସେ ବିଜେପି, ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ଶେଷରେ ବିଜେଡିରେ ସାମିଲ ହୋଇଛନ୍ତି। ଏବେ 2024 ନିର୍ବାଚନରେ ସେ ଏକ ନୂଆ ରୂପରେ ଆର୍ବିଭାବ ହେବେ ବୋଲି ସ୍ପଷ୍ଟ ହେଲାଣି।

ଅରବିନ୍ଦ ଢାଲି ଜୟଦେବ ନିର୍ବାଚନ ମଣ୍ଡଳି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ପହଞ୍ଚିଲା ଇବୋଲା ଭାଇରସ୍‌?: ଆଫ୍ରିକାରୁ ଫେରୁଥିବା ୨୮ ବର୍ଷୀୟା ମହିଳା ହସ୍ପିଟାଲରେ ଭର୍ତ୍ତି

May 27, 2026

ଓଡିଶା ପୋଲିସରେ ବଡ ଘୋଷଣା

May 27, 2026

ବାଙ୍କୀ ଉପଜିଲ୍ଲାପାଳଙ୍କ ଗାଡି ଦୁର୍ଘଟଣାଗସ୍ତ

May 27, 2026

କେରଳମର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଘରେ ଇଡି ଚଢାଉ

May 27, 2026
Latest News

ଭାରତରେ ପହଞ୍ଚିଲା ଇବୋଲା ଭାଇରସ୍‌?: ଆଫ୍ରିକାରୁ ଫେରୁଥିବା ୨୮ ବର୍ଷୀୟା ମହିଳା ହସ୍ପିଟାଲରେ ଭର୍ତ୍ତି

May 27, 2026

ଓଡିଶା ପୋଲିସରେ ବଡ ଘୋଷଣା

May 27, 2026

ବାଙ୍କୀ ଉପଜିଲ୍ଲାପାଳଙ୍କ ଗାଡି ଦୁର୍ଘଟଣାଗସ୍ତ

May 27, 2026

କେରଳମର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଘରେ ଇଡି ଚଢାଉ

May 27, 2026

ମା – ପୁଅଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.