Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମେଣ୍ଟ ହେବ ନା ନାହିଁ, ଏହାକୁ ନେଇ କଣ କହୁଛନ୍ତି ବିଭିନ୍ନ ଦଳର ନେତା
ଜାତୀୟ ଖବର

ମେଣ୍ଟ ହେବ ନା ନାହିଁ, ଏହାକୁ ନେଇ କଣ କହୁଛନ୍ତି ବିଭିନ୍ନ ଦଳର ନେତା

March 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମେଣ୍ଟ ହେବ ନା ନାହିଁ, ଏହାକୁ ନେଇ କଣ କହୁଛନ୍ତି ବିଭିନ୍ନ ଦଳର ନେତା

ଭୁବନେଶ୍ବର: ବର୍ତ୍ତମାନ ଓଡିଶାରେ ଏକମାତ୍ର ଚର୍ଚ୍ଚା ମେଣ୍ଟ। ଏହା ବ୍ୟତିତ ଆଉ ରାଜନୀତିରେ କିଛି ନାହିଁ। ତେବେ ଏହି ମେଣ୍ଟ ହେବ କି ନାହିଁ ତାହା କେହି ସ୍ପଷ୍ଟ ଭାବେ କହୁ ନ ଥିଲେ ମଧ୍ୟ ମିଡିଆରେ କିନ୍ତୁ ଚର୍ଚ୍ଚା ଜାରୀ ରହିଛି। କାରଣ ହେଲା ବର୍ତ୍ତମାନ ରାଜନୈତିକ ପାଣିପାଗକୁ କଳନା କରି ମିଡିଆ ଅନୁମାନ କରିଛି ଯେ ମେଣ୍ଟ ହେବ। ତେବେ ଏହାକୁ ନେଇ କେଉଁ ନେତା କଣ କହୁଛନ୍ତି ଜାଣନ୍ତୁ।

ବିଜୟ ସିଂ ପାଲ ତୋମାର, ଓଡିଶା ବିଜେପି ପ୍ରଭାରୀ- ମେଣ୍ଟ ହେବା ନେଇ ଆମ ସହିତ କେହି ଆଲୋଚନା କରି ନାହାଁନ୍ତି। ଶୀର୍ଷ ନେତୃତ୍ବ ସ୍ତରରେ ମଧ୍ୟ ଏ ନେଇ କୌଣସି ଆଲୋଚନା ହୋଇ ନାହିଁ। ଯଦି ଏପରି ବଡ ନିଷ୍ପତି ନିଆଯାଏ ତେବେ ତାହା ଶୀର୍ଷ ନେତୃତ୍ବ ନେବେ। ହେଲେ ଓଡିଶାର ବିଜେପି ଏକା ଲଢିବ।

ପ୍ରଦୀପ ପାଣିଗ୍ରାହୀ, ନୂଆ ବିଜେପି ନେତା- ଏହି ମେଣ୍ଟ ପାଇଁ ବିଜେଡି ବେଶୀ ଆଗ୍ରହୀ। ବିଜେଡି କୌଣସି ନେତାଙ୍କର ସତ ସାହାସ ଅଛି ଯଦି କୁହଁନ୍ତୁ ଆମେ ମେଣ୍ଟ କରିବୁ ନାହିଁ। ଏହି ସତସାହସ କାହାରି ନାହିଁ। ବରଂ ବିଜେପି ନେତାମାନେ ଖୋଲମଖୋଲା କହିସାରିଲେଣି ଯେ ଆମେ ଓଡିଶାରେ ମେଣ୍ଟ କରିବୁ ନାହିଁ। ଏକାକୀ ଲଢିବୁ।

ନୃସିଂହ ସାହୁ, ବିଜେଡି ନେତା- ଓଡିଶାର ସ୍ବାର୍ଥ ପାଇଁ ବିଜେଡି ମେଣ୍ଟ କରିବା ପାଇଁ ରାଜି ଅଛି। ତେବେ ତାହା ଆମର ନେତା ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରୁଛି। କେନ୍ଦ୍ର ସହିତ ସୁ ସଂପର୍କ ରହିଲେ ଓଡିଶାର ଉନ୍ନତି ହେବ। କିନ୍ତୁ ମେଣ୍ଟ ହେଉ କି ନାହିଁ ଓଡିଶାରେ ବିଜେପି ଏକାକୀ ସରକାର ଗଠନ କରିବ।

ଶରତ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ସଭାପତି- ଓଡିଶାରେ ବିଜେଡି ବିଜେପି ମେଣ୍ଟ ହେବା କିଛି ନୂଆ କଥା ନୁହେଁ। ଆଗରୁ ସେମାନେ ଏକାଠି ଥିଲେ। ଏବେ ମଧ୍ୟ ଲୁଚାଛପାରେ ପ୍ରେମ କରୁଥିଲେ। ସେଥିପାଇଁ କଂଗ୍ରେସ ବିଜେଡି ବିଜେପି ମଧ୍ୟରେ ବାହାଘର କରିଥିଲା। ବର୍ତ୍ତମାନ ଏପରି ପରିସ୍ଥିତିରେ ଲୋକଙ୍କର କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ।

ମନମୋହନ ସାମଲ, ବିଜେପି ରାଜ୍ୟ ସଭାପତି- ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇ ନାହିଁ। ନୂଆଦିଲ୍ଲୀରେ ଯେଉଁ ବୈଠକ ବସିଥିଲା ସେଥିରେ କେହି ମେଣ୍ଟ ଉପରେ କଥା ହୋଇ ନାହାଁନ୍ତି। ଓଡିଶାରେ ବିଜେପି ଏକାକୀ ନିର୍ବାଚନ ଲଢିବ, ସରକାର କରିବ। ମେଣ୍ଟ କଥା କେବଳ ଗୁଜବ। ହେଲେ ଏହି ଗୁଜବ କିଏ କରୁଛି ତାଙ୍କୁ ଖୋଜି ବାହାର କର ବୋଲି ସେ କହିଛନ୍ତି।

BJDBJPAlliance ମେଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଡିସେମ୍ବର ୫ରେ ହେବ ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026

ମଣିପୁରରେ ପୁଣି ହିଂସା: କାମଜୋଙ୍ଗ୍ ଓ ଉଖରୁଲରେ ଗୁଳିକାଣ୍ଡ, ୫ ମୃତ

October 11, 2026

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026
Latest News

ଡିସେମ୍ବର ୫ରେ ହେବ ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026

ମଣିପୁରରେ ପୁଣି ହିଂସା: କାମଜୋଙ୍ଗ୍ ଓ ଉଖରୁଲରେ ଗୁଳିକାଣ୍ଡ, ୫ ମୃତ

October 11, 2026

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026

ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.