Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟ ହେବ ନା ନାହିଁ, ଏହାକୁ ନେଇ କଣ କହୁଛନ୍ତି ବିଭିନ୍ନ ଦଳର ନେତା

ଭୁବନେଶ୍ବର: ବର୍ତ୍ତମାନ ଓଡିଶାରେ ଏକମାତ୍ର ଚର୍ଚ୍ଚା ମେଣ୍ଟ। ଏହା ବ୍ୟତିତ ଆଉ ରାଜନୀତିରେ କିଛି ନାହିଁ। ତେବେ ଏହି ମେଣ୍ଟ ହେବ କି ନାହିଁ ତାହା କେହି ସ୍ପଷ୍ଟ ଭାବେ କହୁ ନ ଥିଲେ ମଧ୍ୟ ମିଡିଆରେ କିନ୍ତୁ ଚର୍ଚ୍ଚା ଜାରୀ ରହିଛି। କାରଣ ହେଲା ବର୍ତ୍ତମାନ ରାଜନୈତିକ ପାଣିପାଗକୁ କଳନା କରି ମିଡିଆ ଅନୁମାନ କରିଛି ଯେ ମେଣ୍ଟ ହେବ। ତେବେ ଏହାକୁ ନେଇ କେଉଁ ନେତା କଣ କହୁଛନ୍ତି ଜାଣନ୍ତୁ।

ବିଜୟ ସିଂ ପାଲ ତୋମାର, ଓଡିଶା ବିଜେପି ପ୍ରଭାରୀ- ମେଣ୍ଟ ହେବା ନେଇ ଆମ ସହିତ କେହି ଆଲୋଚନା କରି ନାହାଁନ୍ତି। ଶୀର୍ଷ ନେତୃତ୍ବ ସ୍ତରରେ ମଧ୍ୟ ଏ ନେଇ କୌଣସି ଆଲୋଚନା ହୋଇ ନାହିଁ। ଯଦି ଏପରି ବଡ ନିଷ୍ପତି ନିଆଯାଏ ତେବେ ତାହା ଶୀର୍ଷ ନେତୃତ୍ବ ନେବେ। ହେଲେ ଓଡିଶାର ବିଜେପି ଏକା ଲଢିବ।

ପ୍ରଦୀପ ପାଣିଗ୍ରାହୀ, ନୂଆ ବିଜେପି ନେତା- ଏହି ମେଣ୍ଟ ପାଇଁ ବିଜେଡି ବେଶୀ ଆଗ୍ରହୀ। ବିଜେଡି କୌଣସି ନେତାଙ୍କର ସତ ସାହାସ ଅଛି ଯଦି କୁହଁନ୍ତୁ ଆମେ ମେଣ୍ଟ କରିବୁ ନାହିଁ। ଏହି ସତସାହସ କାହାରି ନାହିଁ। ବରଂ ବିଜେପି ନେତାମାନେ ଖୋଲମଖୋଲା କହିସାରିଲେଣି ଯେ ଆମେ ଓଡିଶାରେ ମେଣ୍ଟ କରିବୁ ନାହିଁ। ଏକାକୀ ଲଢିବୁ।

ନୃସିଂହ ସାହୁ, ବିଜେଡି ନେତା- ଓଡିଶାର ସ୍ବାର୍ଥ ପାଇଁ ବିଜେଡି ମେଣ୍ଟ କରିବା ପାଇଁ ରାଜି ଅଛି। ତେବେ ତାହା ଆମର ନେତା ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରୁଛି। କେନ୍ଦ୍ର ସହିତ ସୁ ସଂପର୍କ ରହିଲେ ଓଡିଶାର ଉନ୍ନତି ହେବ। କିନ୍ତୁ ମେଣ୍ଟ ହେଉ କି ନାହିଁ ଓଡିଶାରେ ବିଜେପି ଏକାକୀ ସରକାର ଗଠନ କରିବ।

ଶରତ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ସଭାପତି- ଓଡିଶାରେ ବିଜେଡି ବିଜେପି ମେଣ୍ଟ ହେବା କିଛି ନୂଆ କଥା ନୁହେଁ। ଆଗରୁ ସେମାନେ ଏକାଠି ଥିଲେ। ଏବେ ମଧ୍ୟ ଲୁଚାଛପାରେ ପ୍ରେମ କରୁଥିଲେ। ସେଥିପାଇଁ କଂଗ୍ରେସ ବିଜେଡି ବିଜେପି ମଧ୍ୟରେ ବାହାଘର କରିଥିଲା। ବର୍ତ୍ତମାନ ଏପରି ପରିସ୍ଥିତିରେ ଲୋକଙ୍କର କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ।

ମନମୋହନ ସାମଲ, ବିଜେପି ରାଜ୍ୟ ସଭାପତି- ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇ ନାହିଁ। ନୂଆଦିଲ୍ଲୀରେ ଯେଉଁ ବୈଠକ ବସିଥିଲା ସେଥିରେ କେହି ମେଣ୍ଟ ଉପରେ କଥା ହୋଇ ନାହାଁନ୍ତି। ଓଡିଶାରେ ବିଜେପି ଏକାକୀ ନିର୍ବାଚନ ଲଢିବ, ସରକାର କରିବ। ମେଣ୍ଟ କଥା କେବଳ ଗୁଜବ। ହେଲେ ଏହି ଗୁଜବ କିଏ କରୁଛି ତାଙ୍କୁ ଖୋଜି ବାହାର କର ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟ ପ୍ରସଂଗରେ କାହିଁକି କଥା ଲୁଚାଉଛନ୍ତି ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ବର: ଶୁକ୍ରବାର ସଂଧ୍ୟରେ ଭୁବନେଶ୍ବର ଫେରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେ ନୂଆଦିଲ୍ଲୀରେ ହେଉଥିବା ନିର୍ବାଚନ କମିଟ ବୈଠକରେ ଯୋଗ ଦେଇଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ମନମୋହନ କହିଲେ ମେଣ୍ଟ ସଂପର୍କରେ କୌଣସି ଆଲୋଚନା ହୋଇ ନାହିଁ। ମେଣ୍ଟ ସଂପର୍କରେ ଯାହା ଚର୍ଚ୍ଚା ଚାଲିଛି ତାହା କେବଳ ମନଗଢା କାହାଣୀ। ଏଥିରେ କୌଣସି ବାସ୍ତବତା ନାହିଁ।

ତେବେ ଗୁରୁବାର ଦିନ ବୈଠକରେ ଉପସ୍ଥିତ ଥିବା ଜୁଏଲ ଓରାମ ବାହାରକୁ ଆସି ମେଣ୍ଟ ସଂପର୍କରେ ଆଲୋଚନା ହୋଇଛି ବୋଲି କହିଥିଲେ। ହେଲେ ଆମେ ଓଡିଶାରେ ଏକାକୀ ଲଢେଇ କରିବୁ ବୋଲି ଶୀର୍ଷ ନେତୃତ୍ବଙ୍କୁ ଜଣାଇ ଦେଇଛୁ। କାରଣ ଆମେ ବର୍ତ୍ତମାନ ଓଡିଶାରେ ମୁକାବିଲା କରିବାକୁ ସମର୍ଥ ଅଛୁ। ହେଲେ ଦଳର କେନ୍ଦ୍ରୀୟ ନେତୃତ୍ବ ଯାହା ନିଷ୍ପତି ନେବେ ତାହାକୁ ମାନି ନେବୁ।

ରାଜ୍ୟ ବିଜେପିର ଏହି ଦୁଇ ବରିଷ୍ଠ ନେତା ଦିଲ୍ଲୀରେ ହୋଇଥିବା ଓଡିଶା ନିର୍ବାଚନ କମିଟ ବୈଠକରେ ଯୋଗ ଦେଇଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ଜୁଏଲ ମେଣ୍ଟ ସଂପର୍କରେ ଆଲୋଚନା ହୋଇଛି ବୋଲି କହୁଥିବା ବେଳେ ମନମୋହନ ସଂପୂର୍ଣ୍ଣ ଖଣ୍ଡନ କରୁଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଜୁଏଲ ଖୋଲମଖୋଲା ନେତା ବୋଲି ସତ କଥା କହିଦେଲେ। ହେଲେ ମନମୋହନ କଥାକୁ ଲୁଚାଉଛନ୍ତି।

ପ୍ରକୃତ କଥା ଦେଖିବାକୁ ଗଲେ ମେଣ୍ଟ ସଂପର୍କରେ ଦଳର ଶୀର୍ଷ ନେତୃତ୍ବଙ୍କ ସହିତ ଆଲୋଚନା ହୋଇଛି। ସେମାନେ ଓଡିଶାରେ ବିଜେଡି ସହିତ ମେଣ୍ଟ କରିବା ପାଇଁ ଏକ ରକମର ପ୍ରସ୍ତୁତ ହୋଇ ରହିଛନ୍ତି। ହେଲେ ରାଜ୍ୟ ବିଜେପି ଏଥିରେ ରାଜି ହେଉ ନ ଥିବାର ଜଣାପଡିଛି। କାରଣ ମେଣ୍ଟକୁ ନେଇ ଲୋକଙ୍କୁ ସମ୍ମୁଖୀନ ହେବା ବିଜେପି ପାଇଁ ଭାରୀ ପଡିବ।

ଅନ୍ୟପଟେ ବିଜେଡି ବୈଠକ କଥା ଆଲୋଚନା କଲେ ସ୍ପଷ୍ଟ ହୋଇଛି ଯେ, ସେମାନେ ମଧ୍ୟ ମେଣ୍ଟକୁ ପ୍ରତ୍ୟାଖାନ କରି ନାହିଁନ୍ତି। ସେମାନେ କଥାକୁ ବୁଲେଇ ବଙ୍କେଇ ରାଜ୍ୟର ସ୍ବାର୍ଥ ପାଇଁ ଯାହା କିଛି କରାଯିବ ତାହା ସୁପ୍ରିମୋ ନିଷ୍ପତି ନେବ ବୋଲି ବୟାନ ରଖିଛନ୍ତି। ତେଣୁ ସେମାନେ ଏକପ୍ରକାରର ମେଣ୍ଟ ପାଇଁ ପ୍ରସ୍ତୁତ ବୋଲି ପରୋକ୍ଷରେ ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ସଂଧ୍ୟାରେ ଘୋଷଣା ହୋଇପାରେ ମେଣ୍ଟ ନିଷ୍ପତି, ଜାଣନ୍ତୁ କଣ ହେଲା ଆସନ ବୁଝାମଣା ???

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ମେଣ୍ଟ ସଂପର୍କିତ ନିଷ୍ପତି ଘୋଷଣା ହେବାର ବହୁ ସମ୍ଭାବନା ରହିଛି। ନୂଆଦିଲ୍ଲୀ ସୁତ୍ର ଅନୁସାରେ ଆଉ ସମୟ ନ ଥିବାରୁ ଆଜି ଚୁଡାନ୍ତ ନିଷ୍ପତି ନିଆଯାଇ ସଂଧ୍ୟାରେ ଘୋଷଣା କରାଯିବ। ଏହାପରେ ବିଜେପି ତାହାର ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିବ। ଯଦି ସବୁ ଠିକଠାକ ଚାଲେ ତେବେ ଆଜି ନିଶ୍ଚିତ ଘୋଷଣା ହେବ ବୋଲି କୁହାଯାଉଛି।

ମେଣ୍ଟ ସଂପର୍କରେ ଆଲୋଚନା କରିବା ପାଇଁ କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଗତକାଲି ନୂଆଦିଲ୍ଲୀ ଯାଇଥିଲେ। ସେମାନେ ବିଭିନ୍ନ ନେତାଙ୍କ ସହିତ କୁଆଡେ ଆଲୋଚନା କରି ଭୁବନେଶ୍ବର ଫେରି ଆସିଛନ୍ତି ବୋଲି କୁହାଯାଉଛି। ହେଲେ କଣ ଛିଣ୍ଡିଲା, କେତେ ଆସନ କାହା ଭାଗରେ ପଡିଲା ସେ ନେଇ କେହି କିଛି କହି ନାହାଁନ୍ତି।

ତେବେ ସୁତ୍ର ଅନୁସାରେ ଲୋକସଭା ପାଇଁ ବିଜେଡିକୁ ୭ ଟି ଆସନ ଦିଆଯାଉ ଥିବା ବେଳେ ବିଜେପିକୁ ୧୪ଟି ଆସନ ମିଳିବ ବୋଲି ନିଷ୍ପତି ହୋଇଛି। ହେଲେ ପୁରୀ ଓ ଭୁବନେଶ୍ବର ଆସନ ନେଇ କେଁ ରହିଥିବାର ଜଣାପଡିଛି। ଏହି ଦୁଇ ଆସନ ବିଜେଡି ରଖିବାକୁ ଦାବୀ କରିଛି। ହେଲେ ବିଜେପି ନେତୃତ୍ବ ସେଥିରେ ରାଜି ନ ଥିବାର ଜଣାପଡିଛି। ତାହାର ସମାଧାନ ସଂଧ୍ୟା ସୁଦ୍ଧା ହେବ ବୋଲି ଆଶା କରାଯାଉଛି।

ସେହିପରି ବିଧାନସଭା ଆସନ ଭାଗବଣ୍ଟା ନେଇ ଉଭୟ ଦଳ ଏକ ପ୍ରକାରର ଚୁଡାନ୍ତ କରିଥିବାର ଜଣାପଡିଛି। ସେହି ଅନୁସାରେ ମୋଟ ୧୪୭  ବିଧାନସଭା ଆସନରୁ ବିଜେଡି ୯୮ ଲଢିବାକୁ ଯାଉଥିବା ବେଳେ ବିଜେପି ୪୯ ଟି ଆସନରେ ପ୍ରାର୍ଥୀ ଦେବ। ତେବେ ଏହାକୁ ନେଇ ବିଜେଡି କୁଆଡେ ଅସନ୍ତୁଷ୍ଠ ବୋଲି ଜଣାପଡିଛି। ଦଳ ୧୦୦ ଉପରେ ଆସନ ଦାବୀ କରୁଛି।

ତେବେ କେଉଁ ଦଳ କେତେ ଆସନରେ ଲଢିବ ତାହା ଏକ ପ୍ରକାରର ଚୁଡାନ୍ତ ହୋଇଥିବାର ଜଣାପଡିଛି। ହେଲେ ସବୁଠାରୁ ଆଉ ଏକ ବଡ କେଁ ରହିବ ତାହା ହେଲା କେଉଁ ଦଳ କେଉଁ ଆସନ ନେବ। କାରଣ ପୂର୍ବ ମେଣ୍ଟ ସମୟରେ ଯେଉଁ ଆସନ ଭାଗ ବଣ୍ଟା ହୋଇଥିଲା ତାହାକୁ ପୁଣି ରିପିଟ କରିବାକୁ ବିଜେଡି ଚାହୁଁ ନାହିଁ।

ତେବେ ଆଜି ସଂଧ୍ୟାରେ ଏ ନେଇ ଚିତ୍ର ସ୍ପଷ୍ଟ ହେବ। ଯଦି କିଛି ଅସୁବିଧା ହୁଏ ତେବେ ୧୨ ତାରିଖରେ ଅମିତ ସାହା ଭୁବନେଶ୍ବର ଆସି ଘୋଷଣା କରିବେ ବୋଲି ମଧ୍ୟ କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନିଜ ଆଶାୟୀଙ୍କୁ ବିଜେଡି ବିଜେପିର ଗୁପ୍ତ ସୂଚନା, କେଉଁଆଡେ ଯାଅ ନାହିଁ, ସ୍ବାଧୀନରୁ ଲଢିବ

ଭୁବନେଶ୍ବର: ବର୍ତ୍ତମାନ 2024 ନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେବା ନିଶ୍ଚିତ। କାରଣ ତାହା ଶୀର୍ଷ ନେତୃତ୍ବଙ୍କର ଆବଶ୍ୟକତା ରହିଛି। ବର୍ତ୍ତମାନ କେବଳ ଆସନ ବୁଝାମଣାକୁ ଅପେକ୍ଷା। ହେଲେ ଏହାକୁ ନେଇ ତୃଣମୂଳ ସ୍ତରରେ ଉଭୟ ଦଳର ନେତା ଓ କର୍ମି ତୀବ୍ର ଅସନ୍ତୁଷ୍ଠ ହେବାରେ ଲାଗିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ସେମାନଙ୍କୁ ନିୟନ୍ତ୍ରଣ କରିବା ମଧ୍ୟ କାଠିକର ପାଠ ହୋଇପଡିଛି।

ତେବେ ଏକ ବିଶେଷ ସୁତ୍ରରୁ ପ୍ରକାଶ ଯେ, ଉଭୟ ଦଳ ନିଜ ନେତାଙ୍କୁ ସନ୍ତୁଷ୍ଠ କରିବା ପାଇଁ ଏକ ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇଛନ୍ତି। ତାହା ହେଲା ଯ, ତୁମେ ବ୍ୟସ୍ତ ହୁଅ ନାହିଁ ଏଥର ଆମେ ନିର୍ବାଚନ ଲଢିବା। ଯଦି ଦଳରୁ ଲଢେଇ କରିବାକୁ ସୁଯୋଗ ମିଳିଲା ଭଲ କଥା। ଯଦି ଦଳ ହାତରୁ ସେହି ଆସନଟି ଚାଲିଗଲା ତେବେ ତୁମେ ସ୍ବାଧୀନରୁ ଛିଡା ହେବ। ଯାହା ଖର୍ଚ୍ଚ ହେବ ତାହା ଦଳ ଦେବ। ଏପରି ସୂଚନା ବର୍ତ୍ତମାନ ଉଭୟ ଦଳ ନିଜ ନିଜ ନେତାଙ୍କୁ ଦେଇ ସାରିଲେଣି।

ଏପରି କରିବାର ଏକ ବଡ କାରଣ ମଧ୍ୟ ରହିଛି। ମେଣ୍ଟ ହେଲେ ଉଭୟ ବିଜେଡି ଓ ବିଜେପିର ସଂଗଠନ ଉପରେ ପ୍ରବଳ ମାଡ ହେବ। ଯେଉଁ ଆସନଟି ବିଜେଡି ହାତକୁ ଯିବ ସେଠାରେ ବିଜେପି ସଂଗଠନ ଉପରେ ବଡ ବିପର୍ଯ୍ୟୟ ଘଟିବ। ସେହିପରି ଯେଉଁ ଆସନ ବିଜେପି ହାତକୁ ଯିବ ସେଠାରେ ବିଜେଡି ସଂଗଠନ ଭୁଷୁଡି ପଡିବ। କାରଣ ସେଠାରେ ସେମାନଙ୍କ କର୍ମିଙ୍କୁ ଆଗକୁ ନେବା ପାଇଁ କେହି ନେତା ରହିବେ ନାହିଁ।

ଏସବୁ କଥା ଚିନ୍ତା କରି ଉଭୟ ଦଳ ବର୍ତ୍ତମାନ ଖୋଲମ ଖୋଲା ସ୍ବାଧୀନ ପ୍ରାର୍ଥୀକୁ ଛିଡା କରିବେ ବୋଲି ନିଷ୍ପତି ଗ୍ରହଣ କରିଛନ୍ତି। ସେମାନଙ୍କୁ ଆର୍ଥିକ ସହାୟତା ସହିତ ମନୋବଳ ବଢାଇବା ପାଇଁ ସମସ୍ତ ସହଯୋଗ ସେମାନଙ୍କ ଦଳ ପ୍ରଦାନ କରିବ।

ସେମାନଙ୍କୁ ଏହା ମଧ୍ୟ କୁହାଯାଇଛି ଯେ, ତୁମେ ନାମାଙ୍କନ ଦାଖଲ କରିବା ପରେ ତୁମକୁ ଦଳରୁ ନିଲମ୍ବନ କିମ୍ବା ବହିସ୍କାର କରାଯିବ। ହେଲେ ସେଥିରେ ଦୁଃଖ କରିବ ନାହିଁ। ତମ ସହିତ ଦଳର ଯେଉଁ ଟାଣୁଆ ନେତା ରହିବେ ସେମାନଙ୍କୁ ମଧ୍ୟ ନିଲମ୍ବନ କରାଯିବ। ସେଥିରେ ମଧ୍ୟ ଦୁଃଖ ପ୍ରକାଶ କରିବ ନାହିଁ କି ଧର୍ଯ୍ୟହରା ହେବ ନାହିଁ। ତାପରେ ତୁମେ ଜିତ କି ହାର  ପୁଣି ଥରେ ତୁମକୁ ଦଳ ଗ୍ରହଣ କରିବ।

ଏହିପରି ଗୁପ୍ତ ସୂଚନା ବର୍ତ୍ତମାନ ଦଳିୟ ନେତାଙ୍କୁ ସାଲାଇନ ପରି କାମ ଦେଇଛି। ହେଲେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଯେଉଁ ମେଣ୍ଟ ନେଇ ବର୍ତ୍ତମାନ ବଳକଷାକଷି ଚାଲିଛି ତାହା ଯେ ଏକ ଫାର୍ସରେ ପରିଣତ ହେବ ସ୍ପଷ୍ଟ ହେଲାଣି। ଉଭୟ ବିଜେଡି ବିଜେପି ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ 147 ଆସନରେ ଲଢେଇ କରିବେ ବୋଲି ସ୍ପଷ୍ଟ ହୋଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ମେଣ୍ଟ ହେଉ ବୋଲି କିଏ ଚାହୁଁଛି ? ବିଜେଡି, ବିଜେପି, ନା ଆଉ କିଏ ? ଜାଣନ୍ତୁ ଭିତିରି କଥା

ଭୁବନେଶ୍ବର: ବହୁ ଦିନ ଧରି ଓଡିଶାରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେବ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। କାରଣ ଗତକାଲି ଉଭୟ ଦଳର ବୈଠକ ଏବଂ ନେତାଙ୍କ ମନ୍ତବ୍ୟରୁ ତାହା ସ୍ପଷ୍ଟ ହୋଇଛି। ହେଲେ ସେହି ନେତାମାନେ ପୂର୍ବରୁ ମେଣ୍ଟ ହେବ ନାହିଁ ବୋଲି ସଫେଇ ଦେଉଥିଲେ। ଆମେ ଏକା ଲଢିବୁ ବୋଲି କହି ହେଉଥିଲେ।

ତେବେ ବର୍ତ୍ତମାନ ସାଧାରଣରେ ଏକ ପ୍ରଶ୍ନ ଉଠିଲାଣି ଯେ, ପ୍ରକୃତରେ ଏହି ମେଣ୍ଟ ହେବାକୁ କିଏ ଚାହୁଁଛି। ନିଜେ ବିଜେଡି ଏହି ମେଣ୍ଟ ହେଉ ବୋଲି ଆଗ୍ରହ ପ୍ରକାଶ କରୁଛି ନା ବିଜେପିର ଏପରି ପଦକ୍ଷେପ। ସେମାନେ ବାହାରକୁ ମେଣ୍ଟ ହେବ ନାହିଁ ବୋଲି କହି ହେଉଥିବା ବେଳେ କଣ ଭିତରେ ଭିତରେ ମେଣ୍ଟ ପାଇଁ ପ୍ରୟାସ କରୁଛନ୍ତି କି ବୋଲି ସନ୍ଦେହ ରହିଥିଲା।

ସାଧାରଣରେ ଦେଖିବାକୁ ଗଲେ ବିଜେଡି ମେଣ୍ଟ ପାଇଁ କାହିଁକି ଆଗ୍ରହ ପ୍ରକାଶ କରିବ। କାରଣ ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ଶାସନରେ ଓଡିଶା ଲୋକେ ଅନ୍ୟ କାହାକୁ ଭୋଟ ଦେବେ ସେପରି ସନ୍ଦେହ ନାହିଁ। ବିଜେଡି ନିଜେ ଜାଣିସାରିଛି ଯେ ନବୀନ ହିଁ ଷଷ୍ଠଥର ଶାସନ ଭାର ଗ୍ରହଣ କରିବେ। ସେମାନଙ୍କ ସର୍ଭେ ମଧ୍ୟ ସେହି ରିପୋର୍ଟ ପ୍ରଦାନ କରିଛି। ତେଣୁ ବିଜେଡି ଯେତେବେଳେ ଜିତିବା ପରିସ୍ଥିତିରେ ରହିଛି ସେତେବେଳେ ସେ କାହିଁକି ବିଜେପି ସହିତ ମେଣ୍ଟ କରିବ।

ଅନ୍ୟପକ୍ଷରେ ବିଜେପି କଥା ଦେଖାଯାଉ। ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ବର୍ତ୍ତମାନ ବିଜେପି ବେଶ କିଛି ଉନ୍ନତି କରିବାରେ ଲାଗିଛି। ପୂର୍ବରୁ ଏକା ଲଢିବେ ବୋଲି ସେମାନେ ସାହାସ ଜୁଟାଇ ପାରୁ ନ ଥିଲେ। ହେଲେ ବର୍ତ୍ତମାନ 2024 ରେ ସେମାନେ ଏକା ଲଢିବା ପାଇଁ ବଳ ଜୁଟାଇ ପାରିଛନ୍ତି। ଆଉ ସେମାନେ ଜାଣିଛନ୍ତି ମେଣ୍ଟ ହେଲେ ବିଜେପିର କ୍ଷତି ହେବ ସିନା ଲାଭ ହେବ ନାହିଁ। ତେଣୁ ସେପରି କ୍ଷେତ୍ରରେ ବିଜେପି ମଧ୍ୟ ମେଣ୍ଟ ସପକ୍ଷରେ ନାହିଁ ବୋଲି ଜଣାପଡିଛି।

ହେଲେ ଏହି ମେଣ୍ଟ କିଏ କରୁଛି କାହିଁକି କରୁଛି ସେ ନେଇ ଚାରିଆଡେ ଆଲୋଚନା। ତେବେ ଦିଲ୍ଲୀ ସୁତ୍ର ଅନୁଯାୟୀ ଏହି ମେଣ୍ଟକୁ ଉଭୟ ବିଜେଡି କିମ୍ବା ବିଜେପି ଆଗ୍ରହୀ ନାହିଁନ୍ତି। କିନ୍ତୁ ବିଜେପିର ରାଷ୍ଟ୍ରୀୟ ନେତା ଚାହୁଛନ୍ତି ଓଡିଶାରେ ମେଣ୍ଟ ହେଉ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ଲୋଗାନ ଦେଇଛନ୍ତି ” ଏଥର ଏନଡିଏ 400 ପାର୍ ” ତାହାକୁ ସତ ପ୍ରମାଣିତ କରିବାକୁ ଏହି ମେଣ୍ଟର ପରିକଳ୍ପନା।

ଅନ୍ୟପକ୍ଷରେ ବିଜେପିର ଶୀର୍ଷ ନେତୃତ୍ବ ଜାଣିସାରିଲେଣି ଯେ, ଓଡିଶାରେ ବିଜେପି କିଛି କରିପାରିବ ନାହିଁ। ସେମାନେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବେଶ ଶକ୍ତିଶାଳି କରି ଓଡିଶାକୁ ଛାଡିଲେ। ହେଲେ ତାଙ୍କ ଦ୍ବାରା ସଂଗଠନ ସୁଦୃଢ ହୋଇପାରିଲା ନାହିଁ। ଫଳରେ ଧର୍ମେନ୍ଦ୍ରଙ୍କୁ ଏଥର ଶୀର୍ଷ ନେତୃତ୍ବ ରାଜ୍ୟ ସାଂଗଠାନିକ କାର୍ଯ୍ୟରୁ ଦୂରେଇ ଦେଇଛନ୍ତି। ଯଦି ଓଡିଶାରେ ସେ ବିଜେପିକୁ ସୁଦୃଢ କରିପାରିଥାଆନ୍ତେ ତେବେ ହୁଏତ ଆଜି ଏହି ମେଣ୍ଟ ହୋଇ ନ ଥାଆନ୍ତା।