Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରେ ମେଣ୍ଟ ହେଉ ବୋଲି କିଏ ଚାହୁଁଛି ? ବିଜେଡି, ବିଜେପି, ନା ଆଉ କିଏ ? ଜାଣନ୍ତୁ ଭିତିରି କଥା
ଜାତୀୟ ଖବର

ଓଡିଶାରେ ମେଣ୍ଟ ହେଉ ବୋଲି କିଏ ଚାହୁଁଛି ? ବିଜେଡି, ବିଜେପି, ନା ଆଉ କିଏ ? ଜାଣନ୍ତୁ ଭିତିରି କଥା

March 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ମେଣ୍ଟ ହେଉ ବୋଲି କିଏ ଚାହୁଁଛି ? ବିଜେଡି, ବିଜେପି, ନା ଆଉ କିଏ ? ଜାଣନ୍ତୁ ଭିତିରି କଥା

ଭୁବନେଶ୍ବର: ବହୁ ଦିନ ଧରି ଓଡିଶାରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେବ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। କାରଣ ଗତକାଲି ଉଭୟ ଦଳର ବୈଠକ ଏବଂ ନେତାଙ୍କ ମନ୍ତବ୍ୟରୁ ତାହା ସ୍ପଷ୍ଟ ହୋଇଛି। ହେଲେ ସେହି ନେତାମାନେ ପୂର୍ବରୁ ମେଣ୍ଟ ହେବ ନାହିଁ ବୋଲି ସଫେଇ ଦେଉଥିଲେ। ଆମେ ଏକା ଲଢିବୁ ବୋଲି କହି ହେଉଥିଲେ।

ତେବେ ବର୍ତ୍ତମାନ ସାଧାରଣରେ ଏକ ପ୍ରଶ୍ନ ଉଠିଲାଣି ଯେ, ପ୍ରକୃତରେ ଏହି ମେଣ୍ଟ ହେବାକୁ କିଏ ଚାହୁଁଛି। ନିଜେ ବିଜେଡି ଏହି ମେଣ୍ଟ ହେଉ ବୋଲି ଆଗ୍ରହ ପ୍ରକାଶ କରୁଛି ନା ବିଜେପିର ଏପରି ପଦକ୍ଷେପ। ସେମାନେ ବାହାରକୁ ମେଣ୍ଟ ହେବ ନାହିଁ ବୋଲି କହି ହେଉଥିବା ବେଳେ କଣ ଭିତରେ ଭିତରେ ମେଣ୍ଟ ପାଇଁ ପ୍ରୟାସ କରୁଛନ୍ତି କି ବୋଲି ସନ୍ଦେହ ରହିଥିଲା।

ସାଧାରଣରେ ଦେଖିବାକୁ ଗଲେ ବିଜେଡି ମେଣ୍ଟ ପାଇଁ କାହିଁକି ଆଗ୍ରହ ପ୍ରକାଶ କରିବ। କାରଣ ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ଶାସନରେ ଓଡିଶା ଲୋକେ ଅନ୍ୟ କାହାକୁ ଭୋଟ ଦେବେ ସେପରି ସନ୍ଦେହ ନାହିଁ। ବିଜେଡି ନିଜେ ଜାଣିସାରିଛି ଯେ ନବୀନ ହିଁ ଷଷ୍ଠଥର ଶାସନ ଭାର ଗ୍ରହଣ କରିବେ। ସେମାନଙ୍କ ସର୍ଭେ ମଧ୍ୟ ସେହି ରିପୋର୍ଟ ପ୍ରଦାନ କରିଛି। ତେଣୁ ବିଜେଡି ଯେତେବେଳେ ଜିତିବା ପରିସ୍ଥିତିରେ ରହିଛି ସେତେବେଳେ ସେ କାହିଁକି ବିଜେପି ସହିତ ମେଣ୍ଟ କରିବ।

ଅନ୍ୟପକ୍ଷରେ ବିଜେପି କଥା ଦେଖାଯାଉ। ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ବର୍ତ୍ତମାନ ବିଜେପି ବେଶ କିଛି ଉନ୍ନତି କରିବାରେ ଲାଗିଛି। ପୂର୍ବରୁ ଏକା ଲଢିବେ ବୋଲି ସେମାନେ ସାହାସ ଜୁଟାଇ ପାରୁ ନ ଥିଲେ। ହେଲେ ବର୍ତ୍ତମାନ 2024 ରେ ସେମାନେ ଏକା ଲଢିବା ପାଇଁ ବଳ ଜୁଟାଇ ପାରିଛନ୍ତି। ଆଉ ସେମାନେ ଜାଣିଛନ୍ତି ମେଣ୍ଟ ହେଲେ ବିଜେପିର କ୍ଷତି ହେବ ସିନା ଲାଭ ହେବ ନାହିଁ। ତେଣୁ ସେପରି କ୍ଷେତ୍ରରେ ବିଜେପି ମଧ୍ୟ ମେଣ୍ଟ ସପକ୍ଷରେ ନାହିଁ ବୋଲି ଜଣାପଡିଛି।

ହେଲେ ଏହି ମେଣ୍ଟ କିଏ କରୁଛି କାହିଁକି କରୁଛି ସେ ନେଇ ଚାରିଆଡେ ଆଲୋଚନା। ତେବେ ଦିଲ୍ଲୀ ସୁତ୍ର ଅନୁଯାୟୀ ଏହି ମେଣ୍ଟକୁ ଉଭୟ ବିଜେଡି କିମ୍ବା ବିଜେପି ଆଗ୍ରହୀ ନାହିଁନ୍ତି। କିନ୍ତୁ ବିଜେପିର ରାଷ୍ଟ୍ରୀୟ ନେତା ଚାହୁଛନ୍ତି ଓଡିଶାରେ ମେଣ୍ଟ ହେଉ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ଲୋଗାନ ଦେଇଛନ୍ତି ” ଏଥର ଏନଡିଏ 400 ପାର୍ ” ତାହାକୁ ସତ ପ୍ରମାଣିତ କରିବାକୁ ଏହି ମେଣ୍ଟର ପରିକଳ୍ପନା।

ଅନ୍ୟପକ୍ଷରେ ବିଜେପିର ଶୀର୍ଷ ନେତୃତ୍ବ ଜାଣିସାରିଲେଣି ଯେ, ଓଡିଶାରେ ବିଜେପି କିଛି କରିପାରିବ ନାହିଁ। ସେମାନେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବେଶ ଶକ୍ତିଶାଳି କରି ଓଡିଶାକୁ ଛାଡିଲେ। ହେଲେ ତାଙ୍କ ଦ୍ବାରା ସଂଗଠନ ସୁଦୃଢ ହୋଇପାରିଲା ନାହିଁ। ଫଳରେ ଧର୍ମେନ୍ଦ୍ରଙ୍କୁ ଏଥର ଶୀର୍ଷ ନେତୃତ୍ବ ରାଜ୍ୟ ସାଂଗଠାନିକ କାର୍ଯ୍ୟରୁ ଦୂରେଇ ଦେଇଛନ୍ତି। ଯଦି ଓଡିଶାରେ ସେ ବିଜେପିକୁ ସୁଦୃଢ କରିପାରିଥାଆନ୍ତେ ତେବେ ହୁଏତ ଆଜି ଏହି ମେଣ୍ଟ ହୋଇ ନ ଥାଆନ୍ତା।

BJDBJPAlliance Election2024 ନିର୍ବାଚନ2024 ବିଜେଡିବିଜେପି ମେଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026

NH – ୧୬ରେ ଟ୍ରକ ଚାପାରେ ଜଣେ ମୃତ

June 6, 2026
Latest News

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026

NH – ୧୬ରେ ଟ୍ରକ ଚାପାରେ ଜଣେ ମୃତ

June 6, 2026

CJP Protest: ହଜାର ହଜାର ସମର୍ଥକଙ୍କ ସହିତ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କଲା ସିଜେପି

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.