ୟୁପିରେ ନିର୍ବାଚନ ଲଢିବେ ‘ଭଗବାନ ରାମ’, ଏହି ଆସନରୁ ପ୍ରାର୍ଥୀ କଲା ବିଜେପି

Published: Mar 25, 2024, 7:58 am IST

ନୂଆଦିଲ୍ଲୀ: ବିଜେପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏଥର ଦଳ ଉତ୍ତରପ୍ରଦେଶରେ ଥିବା ୧୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥର ବିଜେପି ମେରଟରୁ ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କ ଟିକେଟ୍ ବାତିଲ କରିଛି। ତାଙ୍କ ସ୍ଥାନରେ ବିଜେପି ମେରଟରୁ ଅରୁଣ ଗୋବିଲଙ୍କୁ ଟିକେଟ୍ ଦେଇଛି, ଯିଏ କି ରମାନନ୍ଦ ସାଗରଙ୍କ ଦ୍ୱାରା ଲିଖିତ ରାମାୟଣରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିଥିଲେ।

ମେରଟ ଆସନରୁ ହ୍ୟାଟ୍ରିକ୍ ବିଜୟ ହାସଲ କରିଥିବା ବିଜେପି ଏହାର ବର୍ତ୍ତମାନର ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କ ଟିକେଟ୍ ବାତିଲ କରିଛନ୍ତି। ଏଥର ବିଜେପି ରାମାୟଣରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଅର୍ଥାତ୍ ଦଳ ଚତୁର୍ଥ ଥର ପାଇଁ ରାଜେନ୍ଦ୍ର ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିନାହିଁ। ଏଥର ବିଜେପି ଅରୁଣ ଗୋଭିଲଙ୍କ ସହାୟତାରେ ୱେଷ୍ଟର୍ଣ୍ଣ ୟୁପିର ସମୀକରଣ ସମାଧାନ କରିବାକୁ ପ୍ରସ୍ତୁତ ହେଉଛି।

Related posts