
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି ମିଳିନାହିଁ। କେଜ୍ରିୱାଲ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ରିମାଣ୍ଡରେ ପଠାଇଥିଲେ ମଧ୍ୟ କୋର୍ଟ ତାଙ୍କୁ କୌଣସି ଆଶ୍ଵସ୍ତି ଦେଇନାହାନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଏପ୍ରିଲ ୩ ତାରିଖରେ ହେବ। ଏପ୍ରିଲ ୨ ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ କୋର୍ଟ ଇଡିଙ୍କୁ କହିଛନ୍ତି। କେଜ୍ରିୱାଲଙ୍କ ଇଡି ହେପାଜତ ମାର୍ଚ୍ଚ ୨୮ ତାରିଖରେ ଶେଷ ହେଉଛି। ଏଭଳି ପରିସ୍ଥିତିରେ ଇଡି ଗୁରୁବାର ଦିନ ରାଉଜ ଆଭେନ୍ୟୁ କୋର୍ଟରେ କେଜ୍ରିୱାଲଙ୍କୁ ହାଜର କରିବେ। ଏଥି ସହ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରୁଥିବା ଏକ ପିଆଇଏଲ ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ।