Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗହମ ମହଜୁଦ ସ୍ଥିତି ବାଧ୍ୟତାମୂଳକ ଭାବେ ଘୋଷଣା କରିବାକୁ ସରକାରଙ୍କ ନିର୍ଦ୍ଦେଶ
ଜାତୀୟ ଖବର

ଗହମ ମହଜୁଦ ସ୍ଥିତି ବାଧ୍ୟତାମୂଳକ ଭାବେ ଘୋଷଣା କରିବାକୁ ସରକାରଙ୍କ ନିର୍ଦ୍ଦେଶ

March 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ପରିଚାଳନା କରିବା ପାଇଁ ଏବଂ ମହଜୁଦଖୋରୀ ଓ ଅସାଧୁ ମୂଲ୍ୟବୃଦ୍ଧି ରୋକିବା ପାଇଁ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ୟବସାୟୀ/ ହୋଲସେଲର, ରିଟେଲର, ବିଗ୍ ଚେନ୍ ରିଟେଲର ଏବଂ ପ୍ରୋସେସରମାନଙ୍କୁ ଗହମ ମହଜୁଦ ସ୍ଥିତି ବାଧ୍ୟତାମୂଳକ ଭାବେ ଘୋଷଣା କରିବା ଲାଗି ଭାରତ ସରକାର ଆଦେଶ ଦେଇଛନ୍ତି। ଏପ୍ରିଲ ପହିଲା ୨୦୨୪ ଏବଂ ତା’ପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ପୋର୍ଟାଲ (https://evegoils.nic.in/wheat/login.html)ରେ ଗହମର ଷ୍ଟକ୍ ସ୍ଥିତି ଘୋଷଣା କରିବାକୁ ହେବ। ପୋର୍ଟାଲରେ ଷ୍ଟକ୍ ନିୟମିତ ଏବଂ ସଠିକ୍ ଭାବରେ ପ୍ରକାଶିତ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବାକୁ ସମସ୍ତ ସମ୍ପୃକ୍ତ ବୈଧାନିକ ସଂସ୍ଥା କାର୍ଯ୍ୟ କରିବେ।

ଏହାବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ବର୍ଗର ସଂସ୍ଥା ପାଇଁ ଗହମ ଷ୍ଟକ୍ ସମୟସୀମା ୩୧.୦୩.୨୦୨୪ରେ ଶେଷ ହେଉଛି। ଏହାପରେ ସଂସ୍ଥାଗୁଡ଼ିକୁ ପୋର୍ଟାଲରେ ଗହମ ମହଜୁଦ ରଖିବାର ପରିମାଣ ବିଷୟରେ ଜଣାଇବାକୁ ପଡ଼ିବ। ସବୁ ବର୍ଗର ସଂସ୍ଥା ପକ୍ଷରୁ ଚାଉଳ ଷ୍ଟକ୍ ଘୋଷଣା ହୋଇସାରିଛି। ପୋର୍ଟାଲରେ ପଞ୍ଜୀକୃତ ହୋଇନଥିବା କୌଣସି ସଂସ୍ଥା ନିଜକୁ ପଞ୍ଜୀକରଣ କରି ପ୍ରତି ଶୁକ୍ରବାର ଦିନ ଗହମ ଓ ଚାଉଳ ମହଜୁଦ ସ୍ଥିତି ସମ୍ପର୍କରେ ସୂଚନା ଦାଖଲ କରିବା ଆରମ୍ଭ କରିପାରିବେ। ଏଣିକି ସମସ୍ତ ବୈଧାନିକ ସଂସ୍ଥାଙ୍କୁ ନିୟମିତ ଭାବେ ପୋର୍ଟାଲରେ ସେମାନଙ୍କ ଗହମ ଓ ଚାଉଳ ମହଜୁଦ ସ୍ଥିତି ସମ୍ପର୍କରେ ଘୋଷଣା କରିବାକୁ ପଡ଼ିବ।

ଦର ନିୟନ୍ତ୍ରଣ ଏବଂ ଦେଶରେ ସହଜ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଗହମ ଓ ଚାଉଳର ଷ୍ଟକ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

wheat
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୫ ତାରିଖ ବୁଧବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

February 25, 2026

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026
Latest News

ଆଜି ଫେବୃୟାରୀ ୨୫ ତାରିଖ ବୁଧବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

February 25, 2026

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.