Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଗହମ ମହଜୁଦ ସ୍ଥିତି ବାଧ୍ୟତାମୂଳକ ଭାବେ ଘୋଷଣା କରିବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ପରିଚାଳନା କରିବା ପାଇଁ ଏବଂ ମହଜୁଦଖୋରୀ ଓ ଅସାଧୁ ମୂଲ୍ୟବୃଦ୍ଧି ରୋକିବା ପାଇଁ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ୟବସାୟୀ/ ହୋଲସେଲର, ରିଟେଲର, ବିଗ୍ ଚେନ୍ ରିଟେଲର ଏବଂ ପ୍ରୋସେସରମାନଙ୍କୁ ଗହମ ମହଜୁଦ ସ୍ଥିତି ବାଧ୍ୟତାମୂଳକ ଭାବେ ଘୋଷଣା କରିବା ଲାଗି ଭାରତ ସରକାର ଆଦେଶ ଦେଇଛନ୍ତି। ଏପ୍ରିଲ ପହିଲା ୨୦୨୪ ଏବଂ ତା’ପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ପୋର୍ଟାଲ (https://evegoils.nic.in/wheat/login.html)ରେ ଗହମର ଷ୍ଟକ୍ ସ୍ଥିତି ଘୋଷଣା କରିବାକୁ ହେବ। ପୋର୍ଟାଲରେ ଷ୍ଟକ୍ ନିୟମିତ ଏବଂ ସଠିକ୍ ଭାବରେ ପ୍ରକାଶିତ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବାକୁ ସମସ୍ତ ସମ୍ପୃକ୍ତ ବୈଧାନିକ ସଂସ୍ଥା କାର୍ଯ୍ୟ କରିବେ।

ଏହାବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ବର୍ଗର ସଂସ୍ଥା ପାଇଁ ଗହମ ଷ୍ଟକ୍ ସମୟସୀମା ୩୧.୦୩.୨୦୨୪ରେ ଶେଷ ହେଉଛି। ଏହାପରେ ସଂସ୍ଥାଗୁଡ଼ିକୁ ପୋର୍ଟାଲରେ ଗହମ ମହଜୁଦ ରଖିବାର ପରିମାଣ ବିଷୟରେ ଜଣାଇବାକୁ ପଡ଼ିବ। ସବୁ ବର୍ଗର ସଂସ୍ଥା ପକ୍ଷରୁ ଚାଉଳ ଷ୍ଟକ୍ ଘୋଷଣା ହୋଇସାରିଛି। ପୋର୍ଟାଲରେ ପଞ୍ଜୀକୃତ ହୋଇନଥିବା କୌଣସି ସଂସ୍ଥା ନିଜକୁ ପଞ୍ଜୀକରଣ କରି ପ୍ରତି ଶୁକ୍ରବାର ଦିନ ଗହମ ଓ ଚାଉଳ ମହଜୁଦ ସ୍ଥିତି ସମ୍ପର୍କରେ ସୂଚନା ଦାଖଲ କରିବା ଆରମ୍ଭ କରିପାରିବେ। ଏଣିକି ସମସ୍ତ ବୈଧାନିକ ସଂସ୍ଥାଙ୍କୁ ନିୟମିତ ଭାବେ ପୋର୍ଟାଲରେ ସେମାନଙ୍କ ଗହମ ଓ ଚାଉଳ ମହଜୁଦ ସ୍ଥିତି ସମ୍ପର୍କରେ ଘୋଷଣା କରିବାକୁ ପଡ଼ିବ।

ଦର ନିୟନ୍ତ୍ରଣ ଏବଂ ଦେଶରେ ସହଜ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଗହମ ଓ ଚାଉଳର ଷ୍ଟକ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

Categories
ଆଜିର ଖବର ଜାତୀୟ ଖବର

୮୦ କୋଟି ଲୋକଙ୍କୁ ଶସ୍ତାରେ ଚାଉଳ ଓ ଗହମ ଯୋଗାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଏକ ବଡ ଯୋଜନା ଘୋଷଣା କରାଯାଇଛି। ଦେଶର ୮୦ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପ୍ରତି ବ୍ୟକ୍ତି ପିଛା ୭ କିଗ୍ରା ରାସନ ପ୍ରଦାନ କରାଯିବ। ଆସନ୍ତା ତିନି ମାସ ପାଇଁ ଅଗ୍ରୀମ ଭାବରେ ରାସନ ପ୍ରଦାନ କରାଯିବ ବୋଲି ଜଣାପଡିଛି। ୨୭ ଟଙ୍କାରେ ମିଳୁଥିବା ଗହମକୁ ୨ ଟଙ୍କାରେ ଏବଂ ୩୭ ଟଙ୍କାରେ ମିଳୁଥିବା ଚାଉଳକୁ ୩ ଟଙ୍କାରେ ପ୍ରଦାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। କୌଣସି ପ୍ରକାରର ଗୁଜବକୁ ଧ୍ୟାନ ନଦେବା ପାଇଁ ଜାଭଡେକର ମତ ଦେଇଛନ୍ତି। ସମସ୍ତ ରାଜ୍ୟକୁ ଆବଶ୍ୟକୀୟ ରାସନ୍‌ ସାମଗ୍ରୀ ଆଗୁଆ ପଠାଯାଇଛି ବୋଲି ଜାଭଡେକର ସୂଚନା ଦେଇଛନ୍ତି। (ଏଜେନ୍ସି)