Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଜିନ୍ ଥେରାପିର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ଜାତୀୟ ଖବର

କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଜିନ୍ ଥେରାପିର ଶୁଭାରମ୍ଭ କଲେ ରାଷ୍ଟ୍ରପତି

April 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆଇଆଇଟି ବମ୍ବେରେ କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଜିନ୍ଥେରାପିର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଭାରତର ପ୍ରଥମ ଜିନ୍ ଥେରାପିରଶୁଭାରମ୍ଭ କ୍ୟାନସର ବିରୋଧରେ ଆମର ଲଢ଼େଇରେ ଏକ ବଡ଼ ସଫଳତା।”ସିଏଆର-ଟି ସେଲ୍ ଥେରାପି” ନାମକ ଏହି ଚିକିତ୍ସା ପଦ୍ଧତି ସୁଲଭ ଏବଂ ସହଜରେ ଉପଲବ୍ଧ ହୋଇଥିବାରୁ ଏହା ସମଗ୍ର ମାନବଜାତି ପାଇଁ ଏକ ନୂତନ ଆଶା ପ୍ରଦାନକରିଥାଏ। ଏହା ଅଗଣିତ ରୋଗୀଙ୍କୁ ନୂଆ ଜୀବନ ଦେବାରେ ସଫଳ ହେବ ବୋଲିସେ ବିଶ୍ୱାସ ପ୍ରକଟ କରିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ସିଏଆର୍-ଟି ସେଲ୍ ଥେରାପି ଚିକିତ୍ସା ବିଜ୍ଞାନରେ ସବୁଠାରୁଅଭୂତପୂର୍ବ ଅଗ୍ରଗତି ବୋଲି ବିବେଚନା କରାଯାଏ। ବିକଶିତ ଦେଶମାନଙ୍କରେ ଏହାକିଛି ଦିନ ହେବ ଉପଲବ୍ଧ ହେଉଛି, କିନ୍ତୁ ଏହା ଅତ୍ୟନ୍ତ ବ୍ୟୟବହୁଳ ଏବଂ ବିଶ୍ୱରଅଧିକାଂଶ ରୋଗୀ ଏହାକୁ ଉପଲବ୍ଧ କରିବା ସମ୍ଭବ ନୁହେଁ। ଆଜି ଆରମ୍ଭ ହେଉଥିବାଥେରାପି ବିଶ୍ୱର ସବୁଠାରୁ ସୁଲଭ ସିଏଆର୍-ଟି ସେଲ୍ ଥେରାପି ବୋଲି ସେ ଖୁସିବ୍ୟକ୍ତ କରିଛନ୍ତି। ଏହା ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ଏକ ଉଦାହରଣ ବୋଲିସେ କହିଛନ୍ତି। ‘ଆତ୍ମନିର୍ଭର ଭାରତ’ର ଏହା ଏକ ଜ୍ୱଳନ୍ତ ଉଦାହରଣ।

ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ, ବମ୍ବେ ଏବଂ ଟାଟା ମେମୋରିଆଲ ହସ୍ପିଟାଲଏବଂ ଶିଳ୍ପ ଅଂଶୀଦାର ଇମ୍ୟୁନୋଆକ୍ଟ ସହଯୋଗରେ ଭାରତର ପ୍ରଥମ ସିଏଆର୍-ଟିସେଲ୍ ଥେରାପି ବିକଶିତ ହୋଇଛି ବୋଲି ରାଷ୍ଟ୍ରପତି ଆନନ୍ଦିତ ହୋଇଥିଲେ। ସେକହିଛନ୍ତି ଯେ ଏହା ଶିକ୍ଷା-ଶିଳ୍ପ ଭାଗିଦାରୀର ଏକ ପ୍ରଶଂସନୀୟ ଉଦାହରଣ, ଯାହାଆହୁରି ଅନେକ ଏହିପରି ପ୍ରୟାସକୁ ପ୍ରେରଣା ଦେବା ଉଚିତ୍।

ରାଷ୍ଟ୍ରପତି କହିଥିଲେ ଯେ ଆଇଆଇଟି ବମ୍ବେ କେବଳ ଭାରତରେ ନୁହେଁ ବରଂ ସମଗ୍ରବିଶ୍ୱରେ ପ୍ରଯୁକ୍ତି ବିଦ୍ୟା ଶିକ୍ଷାର ଏକ ମଡେଲ ଭାବରେ ପ୍ରସିଦ୍ଧ। ସିଏଆର୍-ଟି ସେଲ୍ଥେରାପିର ବିକାଶରେ ଟେକ୍ନୋଲୋଜିକୁ କେବଳ ମାନବିକତାର ସେବାରେନିୟୋଜିତ କରାଯାଉନାହିଁ, ବରଂ ଅନ୍ୟ କ୍ଷେତ୍ରର ପ୍ରତିଷ୍ଠିତ ଅନୁଷ୍ଠାନ ତଥା ଶିଳ୍ପ ସହଭାଗିଦାରୀ କରାଯାଇଛି। ଗତ ତିନି ଦଶନ୍ଧି ଧରି ଆଇଆଇଟି, ବମ୍ବେ ଗବେଷଣା ଏବଂବିକାଶ ଉପରେ ଯେଉଁ ଧ୍ୟାନ ଦେଇଛି ତାହା ଦ୍ୱାରା ଏହା ସମ୍ଭବ ହୋଇଛି। ସେକହିଥିଲେ ଯେ ଆଇଆଇଟି ବମ୍ବେ ଏବଂ ଅନ୍ୟାନ୍ୟ ଅନୁରୂପ ଅନୁଷ୍ଠାନର ଅଧ୍ୟାପକଏବଂ ଛାତ୍ରଛାତ୍ରୀଙ୍କ ଜ୍ଞାନ ଭିତ୍ତିଭୂମି ଏବଂ ଦକ୍ଷତା ଦ୍ୱାରା ଭାରତ ବର୍ତ୍ତମାନ ଚାଲିଥିବାବୈଷୟିକ ବିପ୍ଳବରୁ ବହୁତ ଉପକୃତ ହେବ।

ଆଇଆଇଟି ବମ୍ବେ ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026

ଶଶୁର ଉପରକୁ ଗରମ ତେଲ ଫିଙ୍ଗିଲା ବୋହୁ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.