Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କିଏ ଏହି ଅନିମେଶ ପ୍ରଧାନ, ଯିଏ କି ଆଇଏଏସ ପରୀକ୍ଷାରେ ଦେଶରେ ହୋଇଛନ୍ତି ଦ୍ବିତୀୟ ଟପର
ଜାତୀୟ ଖବର

କିଏ ଏହି ଅନିମେଶ ପ୍ରଧାନ, ଯିଏ କି ଆଇଏଏସ ପରୀକ୍ଷାରେ ଦେଶରେ ହୋଇଛନ୍ତି ଦ୍ବିତୀୟ ଟପର

April 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କିଏ ଏହି ଅନିମେଶ ପ୍ରଧାନ, ଯିଏ କି ଆଇଏଏସ ପରୀକ୍ଷାରେ ଦେଶରେ ହୋଇଛନ୍ତି ଦ୍ବିତୀୟ

ଭୁବନେଶ୍ବର: ବର୍ତ୍ତମାନ ରାଜନୀତି ଖବରକୁ ପଛରେ ପକାଇ ଓଡିଶାର ଅନିମେଶ ପ୍ରଧାନ ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ହେଲା ଆଜି ପ୍ରକାଶ ପାଇଥିବା UPSC ର ସିଭିଲି ସର୍ଭିସ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ସେ ଦ୍ବିତୀୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରଥମ ହୋଇଛନ୍ତି ଲକ୍ଷ୍ନୌର ଆଦିତ୍ୟ ଶ୍ରୀବାସ୍ତବ।

ତେବେ ଓଡିଶାର ଅନିମେଶ ପ୍ରଧାନ କିଏ ତାହା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ସୃଷ୍ଟି ହେବା ସ୍ବାଭାବିକ। ଅନିମେଶ ହେଉଛନ୍ତି ଅନୁଗୁଳ ଜିଲ୍ଲା ତାଲଚେରର ଭାଲୁଗାଡିଆ ଗ୍ରାମରେ ଯୁବକ। ବାପାଙ୍କ ନାମ ହେଉଛି ପ୍ରଭାକର ପ୍ରଧାନ। ସେ ହିଙ୍ଗୁଳା କଲେଜର ଅଧ୍ୟକ୍ଷ ଥିଲେ। 2017 ମସିହାରେ ତାଙ୍କର ପରଲୋକ ଘଟିଛି।

ସେହିପରି ତାଙ୍କର ମାତଙ୍କ ନାମ ହେଉଛି ଅରୁଣା ପ୍ରଧାନ। ତାଙ୍କର ମଧ୍ୟ ଗତ ଜାନୁୟାରୀ ମାସରେ ପରଲୋକ ଘଟିଛି। ବାପାମା ଛେଉଣ୍ଡ ହୋଇଥିଲେ ମଧ୍ୟ ଅନିମେଶଙ୍କ ପ୍ରବଳ ପରିଶ୍ରମ ଆଜି ସାରା ଭାରତ ବର୍ଷରେ ତାଙ୍କର ପରିଚୟ ସୃଷ୍ଟି କରିପାରିଛି। ଏହିପରି ପରିସ୍ଥିତିରେ ସେ ପାଠପଢି ଆଇଏଏସ ହାସଲ କରିବା ତାହା ପୁଣି ସର୍ବ ଭାରତୀୟ ସ୍ତରରେ ଦ୍ବିତୀୟ ହେବ ଏକ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ଅନିମେଶ।

ଅନିମେଶ ଯୁକ୍ତ ଦୁଇ ବିଜ୍ଞାନରେ ୯୭ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପରେ ରାଉରକେଲା ଏନ୍‌ଆଇଟିରୁ ସଫଳତାର ସହିତ ପାସ ଆଉଟ୍‌ ହେଇଛନ୍ତି। ବର୍ତ୍ତମାନ ସେ ଆଇଓସିଏଲରେ କାର୍ଯ୍ୟରତ ଥାଇ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଏମସିଏଲ କଳିଙ୍ଗନଗର ଡିଏଭି ରେ ଅନିମେଶଙ୍କ ସ୍କୁଲ ଜୀବନ କଟିଛି।

ଏହି ସଂଘର୍ଷ ପୂର୍ଣ୍ଣ ଜୀବନ ଭିତରେ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ହର୍ଟିକଲଚର ଚାକିରୀ କରିଥିବା ତାଙ୍କ ଉଭଣୀ। ତାଙ୍କର ପ୍ରେରଣା ଆଉ ସହଯୋଗରେ ଅନିମେଶ ବାପାମାଙ୍କ ଅନୁପସ୍ଥିତକୁ ଅନୁଭବ କରି ନାହାଁନ୍ତି। ବର୍ତ୍ତମାନ ସେ ସାରା ଦେଶରେ ନାଁ କରିବା ପରେ ତାଙ୍କ ଘରେ ଉଭୟ ଖୁସି ଓ ଦୁଃଖର ଲହରୀ ଖେଳିଯାଇଛି। ଅନିମେଶ ନା ଖୁସିରେ ନାଚି ପାରୁଛନ୍ତି ନା କାନ୍ଦି ପାରୁଛନ୍ତି।

ତେବେ ସାରା ଓଡିଶାରୁ ବର୍ତ୍ତମାନ ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ଆସିବା ପରେ ସେ ନିଜକୁ ସେହି ଖୁସିରେ ହଜାଇ ଦେଇଛନ୍ତି।

ଆଇଏଏସ ପରୀକ୍ଷାଫଳ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026
Latest News

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.