Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଇପିଏଲ-୨୦୨୪: ଆଜି ପଞ୍ଜାବ-ମୁମ୍ବାଇ ମଧ୍ୟରେ ଲଢେଇ, ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ
ଜାତୀୟ ଖବର

ଆଇପିଏଲ-୨୦୨୪: ଆଜି ପଞ୍ଜାବ-ମୁମ୍ବାଇ ମଧ୍ୟରେ ଲଢେଇ, ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

April 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସର ଦଳ ମଧ୍ୟରେ ଲଢେଇ ହେବ। ଚଣ୍ଡିଗଡ଼ର ମହାରାଜା ୟାଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ। ବାସ୍ତବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟତୀତ ପଞ୍ଜାବ କିଙ୍ଗସ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦଳ ମ୍ୟାଚ୍ ଜିତି ନିଜର ପ୍ଲେ ଅଫ୍ ଆଶାକୁ ଜୀବନ୍ତ ରଖିବାକୁ ଚାହାଁନ୍ତି। ତେବେ ୬ ଟି ମ୍ୟାଚ୍ ପରେ ଉଭୟ ଦଳର ସମାନ ୪-୪ ପଏଣ୍ଟ ରହିଛି, କିନ୍ତୁ ଭଲ ନେଟ ରନ୍ ହାର ଯୋଗୁଁ ପଞ୍ଜାବ କିଙ୍ଗ୍ସ ଅଷ୍ଟମ ସ୍ଥାନରେ ଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ନବମ ସ୍ଥାନରେ ରହିଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଉଭୟ ଦଳର ଖେଳାଳି ଏକାଦଶ କ’ଣ ହେବ?

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଏହା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳରେ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ। ରୋହିତ ଶର୍ମା ଏବଂ ଇଶାନ କିଶନ ଓପନର୍ ହୋଇପାରନ୍ତି। ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଟିମ ଡେଭିଡ ଏବଂ ରୋମାରିଓ ଶେଫର୍ଡ ଭଳି ବ୍ୟାଟ୍ସମ୍ୟାନମାନେ ଖେଳାଳି ଏକାଦଶରେ ସ୍ଥାନ ପାଇପାରନ୍ତି। ଜସପ୍ରୀତ ବୁମ୍ରାଙ୍କ ବ୍ୟତୀତ ବୋଲିଂର ଦାୟିତ୍ୱ ଶ୍ରେୟାସ ଗୋପାଳ, ଆକାଶ ମଧୱାଲ ଏବଂ ଜେରାଲ୍ଡ କୋଏଟଜିଙ୍କ ଉପରେ ରହିବ।

ମୁମ୍ବାଇ ଇଣ୍ଡିଆନ୍ସର ସମ୍ଭାବ୍ୟ ଏକାଦଶ ଖେଳାଳି:

ରୋହିତ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ମହମ୍ମଦ ନବୀ, ରୋମାରିଓ ଶେଫର୍ଡ, ଟିମ ଡେଭିଡ, ଶ୍ରେୟାସ ଗୋପାଳ, ଜସପ୍ରୀତ ବୁମ୍ରା, ଆକାଶ ମଧୱାଲ ଏବଂ ଜେରାଲ୍ଡ କୋଏଟଜୀ।

ସାମ୍ କୁରାନ୍ ପଞ୍ଜାବ କିଙ୍ଗ୍ସର ଅଧିନାୟକ ହେବେ କି?:

ପଞ୍ଜାବ କିଙ୍ଗ୍ସ ପାଇଁ ନିୟମିତ ଅଧିନାୟକ ଶିଖର ଧାୱନ ଖେଳିବେ ଏହା ନିଶ୍ଚିତ ନୁହେଁ। ତେଣୁ ଜନି ବେୟାରଷ୍ଟୋ ଏବଂ ଅଥର୍ବ ଟାଇଡେ ଓପନର୍ ହୋଇପାରନ୍ତି। ଏହା ବ୍ୟତୀତ ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ୍ କୁରାନ୍, ପ୍ରଭାସୀମ୍ରନ୍ ସିଂ, ଜିତେଶ ଶର୍ମା ଏବଂ ଶଶାଙ୍କ ସିଂଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଖେଳାଳି ଏକାଦଶରେ ସ୍ଥାନ ପାଇପାରନ୍ତି। ଏଥି ସହିତ ଶିଖର ଧାୱନଙ୍କ ଅନୁପସ୍ଥିତିରେ ସାମ କୁରାନ ପଞ୍ଜାବ କିଙ୍ଗ୍ସର ଅଧିନାୟକ ନଜର ଆସିବେ।

ପଞ୍ଜାବ କିଙ୍ଗ୍ସର ସମ୍ଭାବ୍ୟ ଏକାଦଶ ଖେଳାଳି:

ଜନି ବେୟାରଷ୍ଟୋ, ଅଥର୍ବ ଟାଇଡେ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ୍ କୁରାନ୍ (ଅଧିନାୟକ), ପ୍ରଭାସୀମ୍ରନ୍ ସିଂ, ଜିତେଶ ଶର୍ମା (ୱିକେଟ୍ କିପର), ହର୍ଷଲ ପଟେଲ, ଅର୍ଶଦୀପ ସିଂ, ଶଶାଙ୍କ ସିଂ, ହରପ୍ରୀତ ବରାର ଏବଂ କାଗିସୋ ରାବାଡା।

hardik pandya IPL-2024 Shikhar Dhawan
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ବେଦନାଦାୟକ: ସମନ୍ୱୟ ସମିତି

August 29, 2026

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026
Latest News

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

August 29, 2026

ଶିକ୍ଷକ ସମାଜର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ବେଦନାଦାୟକ: ସମନ୍ୱୟ ସମିତି

August 29, 2026

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.