ଭୋଟ୍ ପୂର୍ବରୁ ବିଜେପି ନେତାଙ୍କୁ ଅପହରଣ: ନିର୍ବାଚନରେ ଏକ ନିର୍ଦ୍ଧିଷ୍ଟ ଦଳକୁ ସମର୍ଥନ ପାଇଁ ଧମକ ଦେଉଥିଲେ ଦୁର୍ବୃତ୍ତ

Published: Apr 18, 2024, 12:32 pm IST
BJPRally3

ଇଟାନଗର: ଅରୁଣାଚଳ ପ୍ରଦେଶର ଲୋଙ୍ଗଡିଙ୍ଗ ଜିଲ୍ଲାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଜଣେ ଗ୍ରାମ ପଞ୍ଚାୟତ ସଭାପତି ତଥା ବିଜେପି ନେତାଙ୍କୁ ଅପହରଣ କରି ନେଇଛନ୍ତି। ଲୋକସଭା ନିର୍ବାଚନ ଏବଂ ରାଜ୍ୟରେ ବିଧାନସଭା ନିର୍ବାଚନର ଦୁଇ ଦିନ ପୂର୍ବରୁ ଏଭଳି ଘଟଣା ଘଟିଛି। ପୋଲିସ କହିଛି ଯେ, ଲୋଙ୍ଗଡିଙ୍ଗର ଲୋଙ୍ଗଖୱାସ୍ଥିତ ତାଙ୍କ ଘରୁ ବନ୍ଧୁକ ଦେଖାଇ ୫୦ ବର୍ଷିୟ ସଙ୍ଗମ ୱାଙ୍ଗସୁଙ୍କୁ ଅପହରଣ କରାଯାଇଛି।

ଏହି ଘଟଣାର କିଛି ସମୟ ପରେ ଅରୁଣାଚଳ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ପୱନ କୁମାର ସେନ୍ କହିଛନ୍ତି ଯେ, ଦୁର୍ବୃତ୍ତଙ୍କ ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ କୌଣସି ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ଏବଂ ସୁରକ୍ଷା କର୍ମୀମାନେ ଏଭଳି କାର୍ଯ୍ୟକଳାପ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ବିଜେପି ନେତାଙ୍କୁ ଖୋଜିବାରେ ପୋଲିସ ଏବଂ ସାମରିକ ବାହିନୀ ନିୟୋଜିତ ଅଛନ୍ତି। ଏପ୍ରିଲ ୧୯ ତାରିଖ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରି ଏକ ସନ୍ତ୍ରାସବାଦୀ ସଂଗଠନ ଭୋଟରଙ୍କୁ ଧମକ ଦେଇଥିବା ଖବର ମଧ୍ୟରେ ଏହି ଘଟଣା ଘଟିଛି।

Related posts