Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାଗ୍ୟରେ ଥିଲେ ଏମିତି ମିଳେ, ସରପଞ୍ଚରୁ ସିଧା ବିଜେଡିର ବିଧାୟିକା ପ୍ରାର୍ଥୀ ହେଲେ ବିଦ୍ୟାସ୍ମିତା ମହାଳିକ
ଜାତୀୟ ଖବର

ଭାଗ୍ୟରେ ଥିଲେ ଏମିତି ମିଳେ, ସରପଞ୍ଚରୁ ସିଧା ବିଜେଡିର ବିଧାୟିକା ପ୍ରାର୍ଥୀ ହେଲେ ବିଦ୍ୟାସ୍ମିତା ମହାଳିକ

April 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାଗ୍ୟରେ ଥିଲେ ଏମିତି ମିଳେ, ସରପଞ୍ଚରୁ ସିଧା ବିଜେଡିର ବିଧାୟିକା ପ୍ରାର୍ଥୀ ବିଦ୍ୟାସ୍ମିତା ମହାଳିକ

ଭୁବନେଶ୍ବର: ସରପଞ୍ଚରୁ ସିଧା ବିଧାୟକ ପ୍ରାର୍ଥୀ। ତାହା ପୁଣି ବିଜୁ ଜନତା ଦଳର। ଏପରି ସୁଯୋଗ କେବଳ ଭାଗ୍ୟରେ ଥିଲେ ମିଳେ। ଆଜି ବିଜୁ ଜନତା ଦଳ ତରଫରୁ ଘୋଷଣା ହୋଇଥିବା ନଅ ଜଣିଆ ପ୍ରାର୍ଥୀ ତାଲିକାରେ ଜଣଙ୍କର ନାମ ରହିଛି। ସେ ହେଉଛନ୍ତି ବିଦ୍ୟାସ୍ମିତା ମହାଲିକ। ରେମୁଣାର ବିଜେଡି ବିଧାୟକ ପ୍ରାର୍ଥୀ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ବିଦ୍ୟାସ୍ମିତାଙ୍କ ନାମ ଘୋଷଣା ପରେ ବର୍ତ୍ତମାନ କିଏ ସେହି ବିଦ୍ୟାସ୍ମିତା ବୋଲି ଖୋଜା ପଡିଛି। ଏପରିକି ରେମୁଣା ନିର୍ବାଚନ ମଣ୍ଡଳିରେ ମଧ୍ୟ ଅନେକ ଜାଣନ୍ତି ନାହିଁ ବିଦ୍ୟାସ୍ମିତା କିଏ। ହେଲେ ପରବର୍ତ୍ତି ସମୟରେ ଜଣାପଡିଲା ଯେ, ସେ ହେଉଛନ୍ତି ରେମୁଣା ପତ୍ରିପାଲ ପଞ୍ଚାୟତର ସରପଞ୍ଚ। ଜଣେ ସରପଞ୍ଚଙ୍କୁ ସିଧା ବିଧାୟକ ପ୍ରାର୍ଥୀ କରିବା ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ଏହି ଘୋଷଣା ପରେ ଖୋଦ ବିଦ୍ୟାସ୍ମିତା ନିଜକୁ ସମ୍ଭାଳି ପାରି ନ ଥିଲେ। ଆନ୍ଦନରେ ସେ କାନ୍ଦି ପକାଇଥିଲେ। କହିଥିଲେ ଯେ, ଜଣେ ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ କରିବେ ତାହା କେବେ ବିଶ୍ବାସ ହେଉ ନ ଥିଲା। ମୋଚେ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଧନ୍ୟବାଦ, ପାଣ୍ଡିଆନ ସାରଙ୍କୁ ଧନ୍ୟବାଦ, ପ୍ରଣବ ଦାସଙ୍କୁ ଧନ୍ୟବାଦ ଏବଂ ବାଲେଶ୍ବର ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

ରେମୁଣାରେ ବିଧାୟକ ଅଛନ୍ତି ସୁଧାଂଶୁ ଶେଖର ପରିଡା। ହେଲେ ସେ ବିବାଦିୟ ହୋଇପଡିବାରୁ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଦେଇଛି। ତେଣୁ ସେ ଏଥର ଟିକେଟ ପାଇବାର ନ ଥିଲା। ସେଥିପାଇଁ ଦଳ ସେଠାରେ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତା କରୁଥିବା ବେଳେ ଜଣେ ମହିଳା ସରପଞ୍ଚଙ୍କୁ ଟିକେଟ ଦେଇ ନବୀନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ପ୍ରକାଶ ପାଇଥିବା ବିଜେଡିର ପ୍ରାର୍ଥୀ ତାଲିକାରେ ନବୀନ ଦୁଇଟି ମାଷ୍ଟର ଷ୍ଟ୍ରୋକ ଦେଇଛନ୍ତି। ଗୋଟିଏ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡଚଣା ଟିକେଟ ଦେଇଥିବା ବେଳେ ରେମୁଣାରୁ ଜଣେ ସରପଞ୍ଚଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଗତ ନିର୍ବାଚନରେ ଆସ୍କା ଲୋକସଭା ପାଇଁ ପ୍ରମିଳା ବିଶ୍ବୋଇଙ୍କୁଲ ପ୍ରାର୍ଥୀ କରି ନବୀନ ସମସ୍ତଙ୍କୁ ଚମକାଇ ଦେଇଥିଲେ।

odishaelection2024 ଓଡିଶାନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ଗାଁ ନାଟକ ଶିଖୁଥିବା ବେଳେ ମାରଣାନ୍ତକ ଆକ୍ରମଣ: ଯୁବକଙ୍କ ପ୍ରାଣହାନୀ

September 16, 2026

ୟୁପି ନିର୍ବାଚନରେ ସମସ୍ୟା ବଢ଼ାଇବେ କି ପୂର୍ବତନ ବିଜେପି ନେତା?: ​​୫୦ଟି ଆସନରେ ଦେବେ ପ୍ରାର୍ଥୀ

September 16, 2026

ମଣିପୁରରେ ପୁଣି ଉତ୍ତେଜନା: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ମହିଳା ମୃତ

September 16, 2026

ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକା ଛାତ୍ରୀଙ୍କ ସଲିଳ ସମାଧି

September 16, 2026
Latest News

ଗାଁ ନାଟକ ଶିଖୁଥିବା ବେଳେ ମାରଣାନ୍ତକ ଆକ୍ରମଣ: ଯୁବକଙ୍କ ପ୍ରାଣହାନୀ

September 16, 2026

ୟୁପି ନିର୍ବାଚନରେ ସମସ୍ୟା ବଢ଼ାଇବେ କି ପୂର୍ବତନ ବିଜେପି ନେତା?: ​​୫୦ଟି ଆସନରେ ଦେବେ ପ୍ରାର୍ଥୀ

September 16, 2026

ମଣିପୁରରେ ପୁଣି ଉତ୍ତେଜନା: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ମହିଳା ମୃତ

September 16, 2026

ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକା ଛାତ୍ରୀଙ୍କ ସଲିଳ ସମାଧି

September 16, 2026

ସାମସନ ଆଉଟ୍, ବୈଭବଙ୍କୁ ସୁଯୋଗ?: ତୃତୀୟ ଟି-୨୦ରେ ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ!

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.