Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରବଳ ତାତି ବେଳେ କେମିତ ହେବ ନିର୍ବାଚନ ସଭା, ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ଦେଲେ ଏହି ପରାମର୍ଶ
ଜାତୀୟ ଖବର

ପ୍ରବଳ ତାତି ବେଳେ କେମିତ ହେବ ନିର୍ବାଚନ ସଭା, ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ଦେଲେ ଏହି ପରାମର୍ଶ

April 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରବଳ ତାତି ବେଳେ କେମିତ ହେବ ନିର୍ବାଚନ ସଭା, ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ଦେଲେ ଏହି ପରାମର୍ଶ

ଭୁବନେଶ୍ବର: ବର୍ତ୍ତମାନର ଗ୍ରୀ​‌ଷ୍ମ ପ୍ରବାହ ଓ ଉତ୍ତାପକୁ ଦେଖି ଆଗାମୀ ସପ୍ତାହ  ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ  ଦଳ ରାଲି ଓ ସଭା ଆୟୋଜନ କରୁଛନ୍ତି ଏହି ସବୁ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଓଆରଏସ୍‌  ରଖାଯିବା ଆବଶ୍ୟକ ଯାହା ଫଳରେ ଜନସାଧାରଣ  ଗ୍ରୀଷ୍ମ ପ୍ରବାହରୁ ଅନେକାଂଶରେ ରକ୍ଷା ପାଇପାରିବେ ବୋଲି  ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଜେନା ନିର୍ବାଚନ ସଂପର୍କିତ ରାଲି ଓ ସଭାମାନଙ୍କରେ ରାଜନୈତିକ  ଦଳ ମାନେ ପର୍ଯ୍ୟାପ୍ତ  ପରିମାଣରେ  ପାନୀୟ ଜଳ ଓ ଓଆରଏସ୍‌ର  ସୁବନ୍ଦୋବସ୍ତକୁ ଜିଲ୍ଲାପାଳମାନେ  ସୁନିଶ୍ଚିତ  କରିବା ପାଇଁ  ପରାମର୍ଶ ଦେଇଛନ୍ତି ।ପାନୀୟ ଜଳ ସହିତ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ଅବ୍ୟାହତ କରିବା ପାଇଁ  ଜିଲ୍ଲାପାଳମାନେ  ବିଦ୍ୟୁତ ବିଭାଗର କର୍ତ୍ତୃପକ୍ଷଙ୍କ  ସହ ନିୟମିତ ଆଲୋଚନା କରିବାକୁ ଶ୍ରୀ  ଜେନା ପରାମର୍ଶ ଦେଇଛନ୍ତି ।

ଜଳଛତ୍ରକୁ ଅଧିକ ବ୍ୟାପକ  କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ  ଅନୁରୋଧ କରିଛନ୍ତି।ଗଣମାଧ୍ୟମ ମାଧ୍ୟମରେ ଅଂଶୁଘାତ ଓ ଅଦିନିଆ ବଜ୍ରପାତ ସଂପର୍କରେ ଜନସାଧାରଣଙ୍କୁ  ସତର୍କ  ଓ ସଚେତନ କରିବା ପାଇଁ  ସେ ବିଭିନ୍ନ ବିଭାଗଙ୍କୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ପ୍ରକାର  ବିପର୍ଯ୍ୟୟର ସୁପରିଚାଳନା ପାଇଁ ଜିଲ୍ଲା ତଥା ଉପଖଣ୍ଡ ପ୍ରଶାସନ ମାନେ  ଓଡ଼ିଶା ଡିଜାଷ୍ଟର ରିସୋର୍ସ  ନେଟଓ୍ୱାର୍କ (ଓଡ଼ିଆରଏନ୍‌) ପୋର୍ଟାଲର ସାହାଯ୍ୟ ନେବା ପାଇଁ  ସେ ପରାମର୍ଶ ଦେଇଛନ୍ତି ।

ଏହି ବୈଠକରେ ଜଙ୍ଗଲରେ ନିଆଁ ଲାଗୁଥିବା ସ୍ଥାନ ଓ ତାହାର  ପ୍ରଶମନ ପାଇଁ ନିଆଯାଉଥିବା ପଦକ୍ଷେପ , ପ୍ରତ୍ୟେକ ବୁଥ କାନ୍ଥରେ ଗ୍ରୀଷ୍ମ ପ୍ରବାହ ଓ ବଜ୍ରପାତ ସଂପର୍କିତ ସଚେତନତା ବାର୍ତ୍ତା ଲଗାଇବା, ଡାକ୍ତରଖାନା ମାନଙ୍କର ଆଇସିୟୁ  ଗୁଡିକର ସୁବ୍ୟବସ୍ଥା ଆଦି ସଂପର୍କରେ  ବିଷଦ ଆଲୋଚନା ହୋଇଥିଲା।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ  ଓ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ  ବିଭାଗର ଅତିରିକ୍ତ  ମୁଖ୍ୟ ଶାସନ ସଚିବ  ଶ୍ରୀ ସତ୍ୟବ୍ରତ  ସାହୁଙ୍କ ସମେତ ବିଭିନ୍ନ ବିଭାଗର  ପ୍ରମୁଖ ଶାସନ ସଚିବ , ବରି​ଷ୍ଠ  ଅଧିକାରୀ ଓ ଜିଲ୍ଲାପାଳମାନେ  ଆଭାସୀ ମାଧ୍ୟମରେ ଏହି ବୈଠକରେ  ଯୋଗ ଦେଇଥିଲେ।

odishaelction2024 ଓଡିଶାନିର୍ବାଚନ2024 ଗ୍ରୀଷ୍ମପ୍ରବାହ ତାତି
Share. Facebook Twitter LinkedIn Email WhatsApp Copy Link

Related Posts

ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ର ସମୀକ୍ଷା କଲେ ଅମିତ ଶାହ

June 18, 2026

ତ୍ରୁଟି ସଂଶୋଧନ କରି ପିଲାମାନଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଇ ଦିଆଯାଉ: ଓଷ୍ଟା

June 18, 2026

ଆଜିଠାରୁ ୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରପତି

June 18, 2026

ପିଲାମାନଙ୍କ ସ୍ୱାସ୍ଥ୍ୟ ସହ ଖେଳିବା ପଡ଼ିଲା ମହଙ୍ଗା; ଫି ଫେରସ୍ତ ସହ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

June 17, 2026
Latest News

ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ର ସମୀକ୍ଷା କଲେ ଅମିତ ଶାହ

June 18, 2026

ତ୍ରୁଟି ସଂଶୋଧନ କରି ପିଲାମାନଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଇ ଦିଆଯାଉ: ଓଷ୍ଟା

June 18, 2026

ଆଜିଠାରୁ ୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରପତି

June 18, 2026

ବିସ୍ତୃତ ରାଶିଫଳ: ଜୁନ ୧୮ ତାରିଖ ବୁଧବାରରେ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜଳମୟ

June 18, 2026

‘ଛାତ୍ରଙ୍କ ଭବିଷ୍ୟତ ପାଇଁ ଲଢ଼େଇ’ : କୋଟାରୁ ମୋଦି ସରକାର ବିରୋଧରେ ରାହୁଲଙ୍କ ଶିକ୍ଷା ଆନ୍ଦୋଳନ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.