Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏମ୍‌ସ ଭୁବନେଶ୍ୱରରେ ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମର୍‌ର ସଫଳ ଅସ୍ତ୍ରୋପଚାର
ଜାତୀୟ ଖବର

ଏମ୍‌ସ ଭୁବନେଶ୍ୱରରେ ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମର୍‌ର ସଫଳ ଅସ୍ତ୍ରୋପଚାର

May 9, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏମ୍‌ସ ଭୁବନେଶ୍ୱରରେ ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମର୍‌ର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ପ୍ରତିବଦ୍ଧତା, ନିଷ୍ଠାପର ପ୍ରୟାସ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଏମ୍‌ସ ଭୁବନେଶ୍ୱର। ପଶ୍ଚିମବଙ୍ଗର ଜଣେ ୫୧ବର୍ଷ ବୟସ୍କ ପୁରୁଷ (ରବୀନ୍ଦ୍ର ବିଶୁଇ)ଙ୍କ ଖପୁରୀର ଉପର ଅଂଶ(ସ୍କାଲ୍‌ପ)ରୁ ପ୍ରାୟ ୭ କେଜି ଓଜନର ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇଛି।

ଦୀର୍ଘ ବର୍ଷ ହେବ ସେ ଭୋଗୁଥିବା ଏହି ମାରାତ୍ମକ ଟ୍ୟୁମର୍‌କୁ କାଢ଼ି, ଏମ୍‌ସର ଡାକ୍ତରୀଦଳ ତାଙ୍କୁ ଏକ ନୂତନ ଜୀବନ ଦେଇଥିବା ଶ୍ରୀ ବିଶୁଇ ପ୍ରକାଶ କରିଛନ୍ତି। ଖପୁରୀର ଉପର ଭାଗରେ ସାଧାରଣତଃ ଏହି ଜାତୀୟ ଟ୍ୟୁମର୍‌ ଦେଖାଯାଇନଥାଏ। ମାତ୍ର ଥରେ ହେଲେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ। ତେଣୁ ଅତ୍ୟନ୍ତ ସତର୍କତାର ସହିତ ଏହାକୁ କଢ଼ାନଗଲେ ରୋଗୀ ପାଇଁ ଏହା ବିପଦପୂର୍ଣ୍ଣ ପ୍ରତିପାଦିତ ହୋଇଥାଏ। ଭାରତରେ ଏପରି ଅସ୍ତ୍ରୋପଚାର ଦ୍ବିତୀୟ ଥର ପାଇଁ ସମ୍ପାଦିତ ହୋଇଥିବା କୁହାଯାଉଛି।

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ବିରଳ ଅପରେସନ୍‌ରେ ସଂପୃକ୍ତ ଥିବା ଡାକ୍ତରୀ ଦଳ ତଥା ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏମ୍‌ସ ଭୁବନେଶ୍ବର ରାଜ୍ୟ ତଥା ପଡ଼ୋଶୀ ରାଜ୍ୟବାସୀଙ୍କୁ ସର୍ବଦା ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପ୍ରତିବଦ୍ଧ ଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଉକ୍ତ ରୋଗୀ ଜଣଙ୍କ ଏହି ବିରଳ ଟ୍ୟୁମ୍‌ର ଚିକିତ୍ସା ପାଇଁ ବିଭିନ୍ନ ହସ୍‌ପିଟାଲରୁ ନିରାଶ ହୋଇ ଫେରିବା ପରେ ଏମ୍‌ସ ଭୁବନେଶ୍ୱରର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ଆସିଥିଲେ। ତେବେ ଏପରି କାର୍ଯ୍ୟକୁ ସିଦ୍ଧିରେ ପୂରଣ କରିବାକୁ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗୀୟ ମୁଖ୍ୟ ଡ. ସଞ୍ଜୟ କୁମାର ଗିରିଙ୍କ ନେତୃତ୍ବରେ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି, ସର୍ଜିକାଲ୍ ଅଙ୍କୋଲୋଜି, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ, ଆନାସ୍ଥେସିଓଲୋଜି ଏବଂ ପାଥୋଲୋଜି ବିଶେଷଜ୍ଞଙ୍କୁ ନେଇ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇ, ଏହି ଅପରେସନ୍‌ ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇଥିଲା।

ଶ୍ରୀ ବିଶୁଇ ଦୁଇ ଦଶନ୍ଧି ହେବ ଏହି ଟ୍ୟୁମ୍‌ରରେ ପିଡ଼ୀତ ଥିଲେ। ମାତ୍ର ଗତ କିଛି ମାସ ମଧ୍ୟରେ ଏହା ଅହେତୁକ ଭାବେ ବୃଦ୍ଧି ପାଇ ପ୍ରାୟ ୭ କେଜିରେ ପହଞ୍ଚିଥିଲା। ଯାହାକି ତାଙ୍କ ଜୀବନକୁ ଦୁର୍ବିସହ କରିପକାଇଥିଲା। ବିରଳ ସିନୋଭିଆଲ୍ ସାର୍କୋମା ଟ୍ୟୁମର୍ ଭାବରେ ଚିହ୍ନଟ ହେଲା ପରେ, ପାରମ୍ପାରିକ ଚିକିତ୍ସା ପଦ୍ଧତି ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

ଏହି ଜଟିଳ ଅସ୍ତ୍ରୋପଚାରର ପ୍ରଥମ ସୋପାନରେ ରେଡିଓଲୋଜି ବିଭଗାର ଡ. ମନୋଜ କୁମାର ନାୟକଙ୍କ ଦ୍ବାରା ଧମନୀ ଏବଂ ବାମ ଓସିପିଟାଲ୍ ଧମନୀକୁ ଲକ୍ଷ୍ୟ କରି ରକ୍ତବାହୀଗୁଡ଼ିକ ସହିତ ସଠିକ୍ ସଂଯୋଗୀକରଣ କରାଯାଇଥିଲା। ପରେ ନ୍ୟୁରାସର୍ଜରୀ ବିଭାଗ ମୁଖ୍ୟ ଡ. ରବି ନାରାୟଣ ସାହୁ, ସର୍ଜିକାଲ୍‌ ଅଙ୍କୋଲୋଜି ବିଭାଗର ଡ. କନଭ ଗୁପ୍ତା, ଡ. ଅନିଲ କୁମାର, ଡ. ଫନୀନ୍ଦ୍ର କୁମାର ସ୍ବାଇଁ, ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ଡ. ଦୀନେଶ, ଡ. ସଞ୍ଜୟ କୁମାର ଗିରି, ଡ. ସାନ୍ତନୁ ସୁବା, ଡ. ରଞ୍ଜିତ କୁମାର ସାହୁ, ଡ. ଅପର୍ଣ୍ଣା କାନୁନ୍‌ଗୋ, ଡ. ଗୋପିକା ଜିତ୍‌, ଡ. ଆକାଙ୍ଖା ରାଜପୁତ ଏବଂ ଡ. ଆହାନାଙ୍କ ଦ୍ବାରା ବିଭିନ୍ନ ପ୍ରକ୍ରିୟା ସମ୍ପାଦିତ ହୋଇଥିଲା। ଅତ୍ୟନ୍ତ ଜଟିଳ ପଦ୍ଧତି ସହାୟତାରେ ଦୀର୍ଘ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ମାରାତ୍ମକ ଟ୍ୟୁମରର ସଫଳ ଅସ୍ତ୍ରୋପଚାର ସମାପ୍ତ ହୋଇଥିଲା।

ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ୬ୟୁନିଟ୍‌ ରକ୍ତ ସହିତ ଅନ୍ୟାନ୍ୟ ବିଭିନ୍ନ ଆବଶ୍ୟକତାକୁ ଡ. ଅପରାଜିତା ପଣ୍ଡାଙ୍କ ନେତୃତ୍ବରେ ଗଠିତ ଦଳ ପୂରଣ କରିଥିଲା। ସେହିପରି  ସୂର୍ଯ୍ୟ, ଅଶୋକା, ସିବାଞ୍ଜଳି, ପ୍ରମୋଦଙ୍କୁ ନେଇ ଗଠିତ ଉତ୍ସର୍ଗୀକୃତ ନର୍ସିଂ ଦଳ ବିଶେଷ ଯତ୍ନ ନେଇଥିଲେ। ସଫଳ ଅସ୍ତ୍ରୋପଚାର ପରେ ରୋଗୀକୁ ଅଧିକ ନିରୀକ୍ଷଣ ଏବଂ ଚିକିତ୍ସା ପ୍ରଦାନ ନିମିତ୍ତ ୱାର୍ଡକୁ ସ୍ଥାନାନ୍ତର କରିବା ପୂର୍ବରୁ ୨୪ ଘଣ୍ଟା ପାଇଁ ଆଇସିୟୁରେ ରଖାଯାଇଥିଲା। ଚିକିତ୍ସା ପ୍ରକ୍ରିୟାରେ ଡ. ପ୍ରୀତିନନ୍ଦା ମିଶ୍ର ପାଥୋଲୋଜିକାଲ୍ ମୂଲ୍ୟାଙ୍କନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଏପରି ବିରଳ ଅସ୍ତ୍ରୋପଚାର କେବଳ ଯେ ସ୍ବାସ୍ଥ୍ୟ ବିଜ୍ଞାନର ପରାକାଷ୍ଠାକୁ ପ୍ରଦର୍ଶିତ କରିଥିଲା, ବରଂ ଏମ୍‌ସ ଭୁବେନଶ୍ବରର ବିଭିନ୍ନ ବିଭାଗ ମଧ୍ୟରେ ଥିବା ବଳିଷ୍ଠ ଟିମ୍‌ୱାର୍କ୍‌କୁ ପ୍ରମାଣିତ କରିଛି। ଏମ୍‌ସ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ଏପରି ଏକ ଅଦ୍ଭୁତ କାର୍ଯ୍ୟ ପାଇଁ ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

AIIMS Bhubaneswar ଏମସ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.