Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ପୂରିଲା ୨ ମାସ: ଦ୍ୱିତୀୟ ରିପୋର୍ଟ ଜାରି କଲେ ନିର୍ବାଚନ ଆୟୋଗ
ଜାତୀୟ ଖବର

ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ପୂରିଲା ୨ ମାସ: ଦ୍ୱିତୀୟ ରିପୋର୍ଟ ଜାରି କଲେ ନିର୍ବାଚନ ଆୟୋଗ

May 14, 2024No Comments9 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ସମୟରେ ଲାଗୁ ଆଦର୍ଶ ଆଚରଣ ବିଧିକୁ ଦୁଇ ମାସ ପୂରିଛି। ଏହାର ଉଲ୍ଲଙ୍ଘନ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ଅଭିଯୋଗ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସ୍ଥିତି ସମ୍ପର୍କରେ ସଦ୍ୟତମ ରିପୋର୍ଟ ଦେବାକୁ ଭାରତର ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ପାରଦର୍ଶିତା ଏବଂ ପ୍ରକୃତ ତଥ୍ୟ ପ୍ରକାଶ କରିବା ଲାଗି ନିଜର ପ୍ରତିବଦ୍ଧତାର ଅଂଶବିଶେଷ ସ୍ୱରୂପ ଆୟୋଗ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଗୋଟିଏ ମାସ ପରେ ଆୟୋଗ ନିଜର ପାରଦର୍ଶୀ ପଦକ୍ଷେପ ଗ୍ରହଣ କରି ସଦ୍ୟତମ ରିପୋର୍ଟ ପ୍ରକାଶ କରିଥିଲେ।

ବର୍ତ୍ତମାନ ଦ୍ୱିତୀୟ ଥର ଆୟୋଗ ଏଭଳି ରିପୋର୍ଟ ଦେବାକୁ ଯାଉଛନ୍ତି। ଗ୍ରହଣ କରାଯାଇଥିବା କେତେକ କାର୍ଯ୍ୟାନୁଷ୍ଠାନର ବିବରଣୀ ମଧ୍ୟ ପ୍ରଦାନ କରାଯାଇଛି ଯାହାଫଳରେ ଭୁଲ୍‌ ଧାରଣା, ଛୋଟ କିମ୍ବା ସୀମିତ ହୋଇଥାଉ ପଛେ, ସେଗୁଡ଼ିକୁ ଦୂର କରାଯାଇପାରିବ ଏବଂ ରୋକାଯାଇପାରିବ।

ଆୟୋଗ ଏହି ସୂଚନାକୁ ସାର୍ବଜନୀନ ମଞ୍ଚରେ ପ୍ରକାଶ କରିବାର ବିକଳ୍ପ ଚୟନ କରିଛନ୍ତି ଯାହାଫଳରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ମତଦାତା ଓ ରାଜନୈତିକ ଦଳଗୁଡ଼ିକୁ ସମାନ ସୁଯୋଗ ଯୋଗାଇ ଦେବା ପାଇଁ କରାଯାଇଥିବା ଉପାୟ ଉପରେ ବାସ୍ତବ ସମୟରେ ସୂଚନା ମିଳିପାରିବ, ଯାହାକୁ ନେଇ ଭାରତ ଯଥାର୍ଥରେ ଗର୍ବିତ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ନେତୃତ୍ୱରେ ଏବଂ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କ ସହଯୋଗରେ ଆୟୋଗ ଆଦର୍ଶ ଆଚରଣ ବିଧି (ଏମସିସି)ର କଥିତ ଉଲ୍ଲଙ୍ଘନର ଦେଶବ୍ୟାପୀ ପଡ଼ି ରହିଥିବା ମାମଲାର ଦୈନିକ ଅନୁଧ୍ୟାନ କରୁଛନ୍ତି ଏବଂ ସମୟବଦ୍ଧ ଢଙ୍ଗରେ ତଥା ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବିଗତ ଦୁଇ ମାସ ମଧ୍ୟରେ ଗ୍ରହଣ କରାଯାଇଥିବା ଏସବୁ କାର୍ଯ୍ୟାନୁଷ୍ଠାନ ମଧ୍ୟରୁ କେତେକ କାର୍ଯ୍ୟାନୁଷ୍ଠାନର ଦୂରଗାମୀ ଏବଂ ବ୍ୟବସ୍ଥିତ ପ୍ରଭାବ ପଡ଼ିଛି। ଫଳରେ ପ୍ରଚାର କ୍ଷେତ୍ର କେବଳ ପର୍ଯ୍ୟାୟଭିତ୍ତିକ ନିର୍ଦ୍ଦେଶମୂଳକ ଢଙ୍ଗରେ ନୁହେଁ ବରଂ ସ୍ୱଚ୍ଛ ହୋଇପାରିଛି।

ଆରମ୍ଭରୁ, ରାଜନୈତିକ ଦଳର ନେତା, ବିଶେଷ କରି ପ୍ରମୁଖ ଜାତୀୟ ଦଳର ତାରକା ପ୍ରଚାରକମାନେ ଚଳିତ ନିର୍ବାଚନର ପ୍ରଚାର ଅଭିଯାନରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ଉଦାହରଣ ପ୍ରସ୍ତୁତ କରନ୍ତୁ ବୋଲି ଆୟୋଗ ଆଶା ରଖି ଆସିଛନ୍ତି। ଦେଶର ସମ୍ବେଦନଶୀଳ ସନ୍ତୁଳିତ ସାମାଜିକ ଢାଞ୍ଚାକୁ କୌଣସି ପ୍ରକାର ସ୍ଥାୟୀ ଆଘାତ ନଦେବା ଲାଗି ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନରେ ନିଜର ବୟାନ/ମନ୍ତବ୍ୟର ବିଷୟବସ୍ତୁ ଉପରେ ଧ୍ୟାନ ଦେବା ସେମାନଙ୍କର ମୁଖ୍ୟ ଉତ୍ତରଦାୟିତ୍ୱ ବୋଲି ଆୟୋଗ ଦର୍ଶାଇଛନ୍ତି।

ଏମସିସି ଲାଗୁ ହେବାର ଦୁଇ ମାସ କାଳରେ ଗ୍ରହଣ କରାଯାଇଥିବା କେତେକ କାର୍ଯ୍ୟାନୁଷ୍ଠାନ ନିମ୍ନରେ ଦିଆଗଲା :

ଲୋକସଭା ନିର୍ବାଚନ ଘୋଷଣା ହେବା ସହିତ ୧୬ ମାର୍ଚ୍ଚ ୨୦୨୪ରୁ ଏମସିସି ଲାଗୁ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ଚାରିଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି।

ଏମସିସି ଲାଗୁ ହେବାର ପ୍ରାୟ ଦୁଇ ମାସ ପରେ ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ଦ୍ୱାରା ନିର୍ବାଚନ କ୍ଷେତ୍ର ସ୍ତରରେ ଅଭିଯାନ ଯଥେଷ୍ଟ ମାତ୍ରାରେ ହିଂସାମୁକ୍ତ, କମ୍‌ କୋଳାହଳପୂର୍ଣ୍ଣ, କମ୍‌ ଅବ୍ୟବସ୍ଥିତ ଏବଂ ଦଖଲ ବିହୀନ ତଥା ପ୍ରଲୋଭନ ଓ ଆଡ଼ମ୍ବରମୁକ୍ତ ରହିଛି ।

ଭାରତର ନିର୍ବାଚନ ଆୟୋଗ ମତଦାତାଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ସହିତ ଶାନ୍ତିପୂର୍ଣ୍ଣ, ପ୍ରଲୋଭନମୁକ୍ତ ନିର୍ବାଚନ ଆୟୋଜନର ମୂଳକ କାର୍ଯ୍ୟପ୍ରଣାଳୀକୁ ନେଇ ମୋଟାମୋଟି ସନ୍ତୁଷ୍ଟ ଅଛନ୍ତି।

ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ ସାରା ଦେଶରେ ବିଶେଷ କରି ମଣିପୁର, ତ୍ରିପୁରା, ମାଓ ପ୍ରଭାବିତ ଅଞ୍ଚଳ, ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀର, ଦୂରସୁଦୂର ଓ ଅପହଞ୍ଚ ଇଲାକାରେ ଗଣତନ୍ତ୍ରର ଗଭୀର ମୂଳଦୁଆର ପ୍ରଭାବ ଦେଖିବାକୁ ମିଳିଛି। ଆୟୋଗ ଏହି ଲିଙ୍କ (:https://www.eci.gov.in/ge-2024-photogallery)ରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଫଟୋ ଗ୍ୟାଲେରୀରେ ଭାରତୀୟ ନିର୍ବାଚନର ସକ୍ରିୟତାର ଝଲକ ଦେଖିବା ପାଇଁ ନାଗରିକଙ୍କୁ ଆହ୍ୱାନ କରୁଛନ୍ତି।

ପାରଦର୍ଶିତାର ସ୍ତର ବଢ଼ାଇବା ଲାଗି ଘୋଷଣା ଦିନ ଠାରୁ ବର୍ତ୍ତମାନ ସୁଦ୍ଧା ଆୟୋଗ ୬୩ଟି ପ୍ରେସ୍‌ ବିବୃତ୍ତି ଜାରି କରିସାରିଛନ୍ତି।

ଆଦର୍ଶ ଆଚରଣ ବିଧିର କଥିତ ଉଲ୍ଲଙ୍ଘନ ସମ୍ପର୍କରେ ୧୬ଟି ରାଜନୈତିକ ଦଳର ୨୫ ପ୍ରତିନିଧି ଦଳ ବର୍ତ୍ତମାନ ସୁଦ୍ଧା ଆୟୋଗଙ୍କୁ ଭେଟି ସେମାନଙ୍କର ଅଭିଯୋଗ/ଆପତ୍ତି ଦର୍ଶାଇସାରିଛନ୍ତି । ଏହାଛଡ଼ା, ଅନେକ ପ୍ରତିନିଧି ଦଳ ରାଜ୍ୟଗୁଡ଼ିକରେ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ତରରେ ଅଭିଯୋଗ ଦାଖଲ କରିସାରିଛନ୍ତି ।

ଅତି କମ୍‌ ସମୟର ନୋଟିସରେ ମଧ୍ୟ ସବୁ ରାଜନୈତିକ ଦଳକୁ ସକ୍ରିୟତା ପୂର୍ବକ ଭେଟିବା ଲାଗି ସମୟ ଦିଆଯାଇଛି ଏବଂ ସେମାନଙ୍କର ଅଭିଯୋଗକୁ ଧୈର୍ଯ୍ୟର ସହିତ ଶୁଣାଯାଇଛି।

ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ଦ୍ୱାରା ଇସିଆଇ ଏବଂ ସିଇଓ ସ୍ତରରେ ପ୍ରଚାର ସମ୍ବନ୍ଧୀୟ କିମ୍ବା ସ୍ପଷ୍ଟୀକରଣ ସମ୍ବନ୍ଧୀୟ ଅଭିଯୋଗକୁ ଛାଡ଼ି ପ୍ରାୟ ୪୨୫ ମୁଖ୍ୟ ଅଭିଯୋଗ ଦାୟର କରାଯାଇଛି । ଏଥିରେ ୪୦୦ ମାମଲାରେ କାର୍ଯ୍ୟାନୁଷ୍ଠାନ କରାଯାଇଛି (କିମ୍ବା ମାମଲାର ସମାଧାନ କରାଯାଇଛି। କଂଗ୍ରେସ, ବିଜେପି ଏବଂ ଅନ୍ୟ ଦଳମାନଙ୍କ ଦ୍ୱାରା : ପ୍ରାୟ ୧୭୦, ୯୫ ଏବଂ ୧୬୦ ଅଭିଯୋଗ ଦାୟର କରାଯାଇଛି। ଏଥିମଧ୍ୟରୁ ଅଧିକାଂଶ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କଂଗ୍ରେସ ଏବଂ ବିଜେପି ପରସ୍ପର ବିରୋଧରେ ଆଣିଥିବା କେତେକ ଅଭିଯୋଗ ବିଳମ୍ବିତ ପଡ଼ି ରହିଛି, ଯେଉଁଥିରେ ଶୀର୍ଷ ତାରକା ପ୍ରଚାରକଙ୍କ ଦ୍ୱାରା ସାମ୍ପ୍ରଦାୟିକ, ଜାତି, ଆଞ୍ଚଳିକ ଭାଷା ବିଭାଜନ କିମ୍ବା ଭାରତର ପବିତ୍ରତା ଉପରେ ବିଭାଜନକାରୀ ବୟାନ ସହିତ ଏମସିସିର ଉଲ୍ଲଙ୍ଘନ ସମ୍ପର୍କରେ ମଧ୍ୟ ଅଭିଯୋଗ ଆସିଛି । ଅତୀତରେ, ଆୟୋଗ ବ୍ୟକ୍ତିଗତ ଭାବେ ସେହିସବୁ ନେତାଙ୍କୁ ନୋଟିସ ଜାରି କରିଛନ୍ତି ଯେଉଁମାନେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରିଥିଲେ। ଆୟୋଗ ଏକ ଅଭିନବ ପଦକ୍ଷେପ ସ୍ୱରୂପ ୧ ମାର୍ଚ୍ଚ ୨୦୨୪ରେ ଜାରି କରିଥିବା ମାର୍ଗଦର୍ଶିକା ସମ୍ପର୍କରେ ଅବଗତ କରାଇ ସବୁ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ଅଧ୍ୟକ୍ଷ/ସଭାପତି/ସାଧାରଣ ସମ୍ପାଦକଙ୍କୁ ନିଜ ଦଳର ନେତା/ପ୍ରାର୍ଥୀ/ଷ୍ଟାର ପ୍ରଚାରକଙ୍କୁ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ଏମସିସି ଉଲ୍ଲଂଘନ କରୁଥିବା କୌଣସି ଭାଷଣ/ବୟାନ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେବା ଲାଗି ସତର୍କ କରାଇ ଦେଇଛନ୍ତି । ଆୟୋଗ ଏହି ମତ ପୋଷଣ କରିଛନ୍ତି ଯେ ଭାଷଣ ଦେବା ପାଇଁ ତାରକା ପ୍ରଚାରକ/ନେତା/ପ୍ରାର୍ଥୀ ଉତ୍ତରଦାୟିତ୍ୱ ରହିବେ କିନ୍ତୁ ମାମଲାରୁ ମାମଲା ଆଧାରରେ ଏମସିସି ଉଲ୍ଲଂଘନ ପାଇଁ ରାଜନୈତିକ ଦଳର ସଭାପତି/ମୁଖ୍ୟ ଉତ୍ତରଦାୟୀ ରହୁଥିବାରୁ ସେମାନଙ୍କୁ ଜବାବ ମଗାଯିବ । ଏହାର ଉଦ୍ଦେଶ୍ୟ ହେଉଛି ନିଜର ସବୁ କ୍ୟାଡରଙ୍କ ଦ୍ୱାରା ଏମସିସିର ଅନୁପାଳନ ରାଜନୈତିକ ଦଳଗୁଡ଼ିକର ଉତ୍ତରଦାୟିତ୍ୱ ବଢ଼ାଇବା। ଏସବୁ ବିଳମ୍ବିତ ଅଭିଯୋଗ ମାମଲାରେ ଉଭୟ ପକ୍ଷର ଦଳ ଅଧ୍ୟକ୍ଷଙ୍କୁ ନୋଟିସ ଦିଆଯାଇଛି । ଏମସିସି ଢାଞ୍ଚା ଅଧୀନରେ କେତେକ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ନିମ୍ନଲିଖିତ ପାରାଗ୍ରାଫରେ ଦିଆଯାଇଛି ।

କଂଗ୍ରେସର ଅଭିଯୋଗକ୍ରମେ ହରିୟାଣାର ଜଣେ ଜିଲ୍ଲା ପରିଷଦ ସିଇଓଙ୍କୁ ଜନୈକ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାରରେ ସାମିଲ ହେବା ଅଭିଯୋଗ ମିଳିବା ପରେ ବଦଳି କରାଯାଇଛି।

ଗୁଜରାଟର ଦାହୋଦ କ୍ଷେତ୍ରରେ ଗୋଟିଏ ମତଦାନ କେନ୍ଦ୍ର ଉପରେ କବଜା କରିବା ଏବଂ ଇଭିଏମକୁ ନଷ୍ଟ କରିବା ସଂକ୍ରାନ୍ତରେ କଂଗ୍ରେସର ଅଭିଯୋଗ କ୍ରମେ ପୁନଃମତଦାନ ଆଦେଶ ଦିଆଯାଇଛି । ସନ୍ଦେହରେ ଥିବା ସବୁ ମତଦାନ ଦଳ ଓ ପୁଲିସ ଦଳକୁ ନିଲମ୍ବିତ କରି ଦିଆଯାଇଛି ଏବଂ ସମ୍ପୃକ୍ତ ରାଜ୍ୟ ଅଧିକାରୀଙ୍କୁ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଟିଡିପିର ଅଭିଯୋଗ କ୍ରମେ ଆୟୋଗ ଏମଏସି ବ୍ୟବସ୍ଥା ଏବଂ ଭିତ୍ତିହୀନ ଅଭିଯୋଗ ସହ ଜଡ଼ିତ ଆୟୋଗଙ୍କ ପରାମର୍ଶର ଉଲ୍ଲଙ୍ଘନ ପାଇଁ ୱାଇଏସଆରସିପିର ଅଧ୍ୟକ୍ଷଙ୍କୁ ଭର୍ତ୍ସନା କରିଛନ୍ତି ।

ତେଲଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷଙ୍କ ଅଭିଯୋଗକ୍ରମେ ବିଆରଏସକୁ ଏକ ପ୍ରେସ ବାର୍ତ୍ତା ସମୟରେ ଏମସିସିର ଉଲ୍ଲଙ୍ଘନ କରୁଥିବା ବୟାନ ସେବା କାରଣରୁ କୌଣସି ସାର୍ବଜନୀନ ସଭା କରିବା, ଶୋଭାଯାତ୍ରା, ପ୍ରଚାର, ଶୋ ଏବଂ ସାକ୍ଷାତକାର ଦେବା ଏବଂ ଗଣମାଧ୍ୟମରେ ସାର୍ବଜନୀନ ଭାଷା ଦେବା ଉପରେ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗୁ କରାଯାଇଛି ।

ବିଆରଏସର ଅଭିଯୋଗ କ୍ରମେ ତେଲଙ୍ଗାନାର ଜଣେ ମନ୍ତ୍ରୀଙ୍କୁ ମିଥ୍ୟା ଅଭିଯୋଗ ଆଣିବା ଏବଂ ବିରୋଧୀ ଦଳ ନେତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବା ନିମନ୍ତେ ଭର୍ତ୍ସନା କରାଯାଇଛି।

ଏମସିସିର ଉଲ୍ଲଂଘନକୁ ନେଇ କଂଗ୍ରେସ ଅଭିଯୋଗ କ୍ରମେ ‘ବିଜେପି କର୍ଣ୍ଣାଟକ’ର ଏକ୍ସ ଏକାଉଣ୍ଟରୁ ଗୋଟିଏ ପୋଷ୍ଟକୁ ପ୍ରତ୍ୟାହାର କରି ଦିଆଯାଇଛି। ଏହି ମାମଲାରେ ଗୋଟିଏ ଏଫଆଇଆର୍‌ ରୁଜୁ ହୋଇଛି ।

ମନ୍ଦ ଉଦ୍ଦେଶ୍ୟ ରଖି କଂଗ୍ରେସ ନେତାମାନଙ୍କର ବିକୃତ ଫଟୋ ସୋସିଆଲ ମିଡିଆ ସାଇଟ୍‌ରେ ଛଡ଼ା ଯାଉଥିବା ସମ୍ପର୍କରେ କଂଗ୍ରେସର ଅଭିଯୋଗ କ୍ରମେ ନିର୍ବାଚନ ଆୟୋଗ ‘ବୋଲ୍‌ ହିମାଚଲ୍‌’ ଇନଷ୍ଟାଗ୍ରାମ ହେଣ୍ଡଲ୍‌ ବିରୋଧରେ ଏଫଆଇଆର୍‌ ରୁଜୁ କରିବା ଲାଗି ନିର୍ଦ୍ଦେଶ ଦେବା ସହିତ ଆପତ୍ତିଜନକ ସୋସିଆଲ୍‌ ମିଡିଆ ପୋଷ୍ଟକୁ ତୁରନ୍ତ ହଟାଇବା ପାଇଁ ଜରୁରୀ ବୈଧାନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦେଇଛନ୍ତି।

ବିଜେପିର ଅଭିଯୋଗକ୍ରମେ, ଜଣେ ପୂର୍ବତନ ମହିଳା ମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିବା ଲାଗି ମଧ୍ୟପ୍ରଦେଶ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ, ୧୯୮୯ ଅଧୀନରେ ମାମଲା ରୁଜୁ କରାଯାଇଛି।

ଆପ୍‌ ର ଅଭିଯୋଗକ୍ରମେ, ନିର୍ବାଚନ ପରିବେଶ ଖରାପ ଏବଂ ନକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଥିବା ସମସ୍ତ ଅଧିକୃତ/ଅନଧିକୃତ କ୍ଷେତ୍ରରେ ଅଜଣା ହ୍ୟାଣ୍ଡବିଲ୍‌/ପାମ୍ପଲେଟ୍‌/ହୋର୍ଡିଂସ୍‌ ବିରୋଧରେ ସମ୍ବେଦନଶୀଳ ରହିବା ଓ ଅଧିକ ସତର୍କ ରହିବାକୁ ସମ୍ପୃକ୍ତ ଅଧିକାରୀ/କର୍ମଚାରୀ/କର୍ତ୍ତୃପକ୍ଷଙ୍କୁ ସଚେତନ କରିବା ଲାଗି ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ପ୍ରକାଶକଙ୍କ ନାମ ନଥିବା କୌଣସି ହୋର୍ଡିଂ ଅଧିକୃତ କ୍ଷେତ୍ରରେ ନାହିଁ ବୋଲି କ୍ଷେତ୍ର ଅଧିକାରୀମାନେ ପ୍ରମାଶ କରିଥିଲେ।

ଆପ୍‌ ର ଅଭିଯୋଗ ଉପରେ, ସିଇଓ ଦିଲ୍ଲୀ କ୍ଲିୟରାନ୍ସ ପାଇଁ ଆପ୍‌ ଦ୍ୱାରା ଦାଖଲ ହୋଇଥିବା ଗୀତକୁ ପୁନଃଯାଞ୍ଚ ଏବଂ ମଞ୍ଜୁରି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଉତ୍ତର ଦିନାଜ ପୁରରରେ ଏକ ନିର୍ବାଚନ ଶୋଭାଯାତ୍ରା ସମୟରେ ତୃଣମୂଳକ କଂଗ୍ରେସର ଜଣେ ବିଧାୟକ ପଶ୍ଚିମବଙ୍ଗରୁ ସିଏପିଏଫ ପ୍ରତ୍ୟାହାର ପରେ ସ୍ଥାନୀୟ ମତଦାତା ଏବଂ ବିରୋଧୀ ଦଳର କର୍ମୀମାନଙ୍କୁ ଫଳ ଭୋଗିବାର ଧମକ ଦେଇଥିବାରୁ ସମ୍ପୃକ୍ତ ବିଧାୟକଙ୍କ ବିରୋଧରେ ଆଇପିସିର ଧାରା ୧୭୧ଏଫ, ୫୦୬ ଏବଂ ଆରପି ଆଇନ ୧୯୫୧ର ଧାରା ୧୩୫ (ସି) ଅଧୀନରେ ମାମଲା ରୁଜୁ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା।

ଆନ୍ଧ୍ରପ୍ରଦେଶର ପୁଲିସ ଡିଜି (ଏଚଓପିଏଫ)ଙ୍କୁ ଅପସାରଣ। ଆହୁରି ଆନ୍ଧ୍ରପ୍ରଦେଶର ପୁଲିସ ଡିଜି (ଗୁଇନ୍ଦା), ବିଜୟୱାଡ଼ା ପୁଲିସ କମିଶନର, ଅନନ୍ତପୁରମୁର ଡିଆଇଜି ଓ ପ୍ରକାଶମ୍‌, ଚିତ୍ତୁର, ପାଲଡ଼ୁ, ଅନନ୍ତପୁରମୁର ଏସପିଙ୍କୁ ବିଭିନ୍ନ ଅଭିଯୋଗ ଓ ଇନପୁଟ୍‌ ଆଧାରରେ ନିଲମ୍ବନ କରାଯାଇଛି ।

ସମାନ ଅଭିଯୋଗ/ଇନପୁଟକୁ ଆଧାର କରି ଆନ୍ଧ୍ରପ୍ରଦେର ଚାରି ଜଣ ଡେପୁଟି ଏସପି/ଏସଡିପିଓ ଓ ପାଞ୍ଚ ଜଣ ପୁଲିସ ଇନ୍ସପେକ୍ଟର/ଏସଏଚଓ/ସବଇନ୍ସପେକ୍ଟରଙ୍କୁ ବଦଳି/ନିଲମ୍ବନ କରାଯାଇଛି।

ମଦକୁ ପ୍ରଲୋଭନ ଆକାରରେ ସାମିଲ କରିବାର ଅକ୍ଷମତା ଏବଂ ଅନ୍ୟ ବେଆଇନ ଗତିବିଧିରେ ସାମିଲ ହେବା ଅଭିଯୋଗରେ ଆନ୍ଧ୍ରପ୍ରଦେଶର ରାଜ୍ୟ ପାନୀୟ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକଙ୍କୁ ପଦଚ୍ୟୁତ କରାଯାଇଛି।

ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଏସ୍‌ଏଚ୍‌ଜି ମଞ୍ଚକୁ ପ୍ରଭାବୀ ଢଙ୍ଗରେ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ସଂକ୍ରାନ୍ତରେ ମିଳିଥିବା ଅଭିଯୋଗକୁ ଆଧାର କରି ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ସଚିବ ତଥା କମିଶନରଙ୍କୁ ପଦବୀରୁ ଅପସାରଣ କରାଯାଇଛି।

ହିଂସା ନିୟନ୍ତ୍ରଣ କରିବାରେ ବିଫଳତା, ପକ୍ଷପାତିତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଆଦିକୁ ନେଇ ମିଳିଥିବା ଅଭିଯୋଗ ଆଧାରରେ ପଶ୍ଚିମବଙ୍ଗ ଶକ୍ତିପୁର, ବେଲଡାଙ୍ଗା, ଆନନ୍ଦପୁର, ଡାଇମଣ୍ଡ ହାର୍ବର ଏବଂ ବେରହମପୁର ପୁଲିସ ଷ୍ଟେସନର ଓସି/ଏସଏଚଓଙ୍କୁ ବଦଳି କରାଯାଇଛି।

ମତଦାନ ଦିନ ମତଦାନ କେନ୍ଦ୍ର ଠାରୁ ୧୦୦ ମିଟର ଅଞ୍ଚଳରେ ପ୍ରଚାର କରିବା ଏବଂ ମତଦାତାଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ତେଲଙ୍ଗାନାର ହାଇଦ୍ରାବାଦ ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରାଯାଇଛି।

ଭିନ୍ନକ୍ଷମ ଅଧିକାର ପାଇଁ ଜାତୀୟ ମଞ୍ଚ (ଏନପିଆରଡି)ର ଅଭିଯୋଗକ୍ରମେ ଟିଡିପି ନେତା ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ତାଙ୍କ ବୟାନ ପାଇଁ ଭର୍ତ୍ସନା କରାଯାଇଛି। ଶ୍ରୀ ନାଇଡ଼ୁ ଏକ ଆପତ୍ତି ଜନକ ବୟାନ ଦେଇ ଜଗନ ମୋହନ ରେଡ୍ଡୀଙ୍କୁ ‘‘ପାଗଳ’’ କହିଥିଲେ ଏବଂ ତାଙ୍କର ‘‘ମାନସିକ ସ୍ଥିତି’’ ଠିକ୍‌ ନଥିବା ମତ ଦେଇଥିଲେ। ଭବିଷ୍ୟତରେ ସାର୍ବଜନୀନ ସ୍ଥଳୀରେ ମତଦେବା ସମୟରେ ଯତ୍ନବାନ ରହିବା ଏବଂ ଦିବ୍ୟାଙ୍ଗଙ୍କ ସମ୍ପର୍କରେ ସମ୍ମାନପୂର୍ଣ୍ଣ ମତ ପୋଷଣ କରିବା ଲାଗି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ଏପ୍ରିଲ ୨୨ ତାରିଖରେ ତୁରା ପୁଲିସ ଷ୍ଟେସନ, ପଶ୍ଚିମ ଗାରୋ ହିଲ୍ସ, ମେଘାଳୟରେ କ୍ରିନେଟବର୍ଥ ମରାକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ସେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ତାଙ୍କର ଇଚ୍ଛା ବିରୋଧରେ ଏନପିପିର ଟୋପି ପିନ୍ଧିବା ପାଇଁ ବାଧ୍ୟ କରିଥିଲେ ଏବଂ ତାଙ୍କ ସହିତ ଭିଡିଓ ଉତ୍ତୋଳନ କରିଥିଲେ। ଏହି କାରଣରୁ ତାଙ୍କ ବିରୋଧରେ ଦିବ୍ୟାଙ୍ଗ ଅଧିକାର ଆଇନ ୨୦୧୬ ଅଧୀନରେ ମାମଲା ଦାୟର ହୋଇଛି।

କେତେକ ରାଜନୈତିକ ଦଳ ଓ ପ୍ରାର୍ଥୀ ସେମାନଙ୍କ ପ୍ରସ୍ତାବିତ ଯୋଜନା ସମ୍ପର୍କରେ ସର୍ବେକ୍ଷଣ ବାହାନରେ ମତାଦତାଙ୍କର ବିବରଣୀ ମାଗିବା ଏବଂ ଏବଂ ପଞ୍ଜୀକରଣ କରିବା ଲାଗି ପ୍ରଚାରପତ୍ର ବାଣ୍ଟିବା ଘଟଣାକୁ ନିର୍ବାଚନ ଆୟୋଗ ଗୁରୁତର ସହିତ ନେଇଥିଲେ। ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୩(୧) ଅଧୀନରେ ଏହା ଏକ ଦୁର୍ନୀତିଯୁକ୍ତ କାର୍ଯ୍ୟ ହୋଇଥିବାରୁ ସବୁ ଜାତୀୟ ଏବଂ ରାଜନୈତିକ ଦଳକୁ ଏଭଳି ସମସ୍ତ କାର୍ଯ୍ୟକଳାପ ଠାରୁ ତୁରନ୍ତ ଦୂରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଯାହା ମାଧ୍ୟମରେ ସେମାନେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ ଯୋଜନା ପାଇଁ ବିଜ୍ଞାପନ/ସର୍ବେକ୍ଷଣ/ଆପ୍‌ ଜରିଆରେ ମତଦାତାଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ।

୧୪ ମଇ ୨୦୨୩ ସୁଦ୍ଧା ସି-ଭିଜିଲ୍‌ ଆପ୍‌ ଏବଂ ଉଲ୍ଲଙ୍ଘନ ସଂକ୍ରାନ୍ତରେ ନାଗରିକଙ୍କ ଅଭିଯୋଗ ପାଇଁ ଆୟୋଗଙ୍କ ପୋର୍ଟାଲରେ ୪,୨୨,୪୩୨ଟି ଅଭିଯୋଗ ଦାୟର ହୋଇଥିଲା। ଏଥିମଧ୍ୟରୁ ୪,୨୨,୦୭୯ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ସେଥିରୁ ୮୮.୭% ଅଭିଯୋଗର ସମାଧାନ ମାତ୍ର ୧୦୦ ମିନିଟ୍‌ରୁ କମ୍‌ ସମୟରେ କରାଯାଇଛି। ସିଭିଜିଲ୍‌ ଆପ୍‌ର ଦୃଢ଼ତା କାରଣରୁ ବେଆଇନ ହୋର୍ଡିଂ, ସମ୍ପତ୍ତି ବିକୃତିକରଣ, ଅନୁମତିପ୍ରାପ୍ତ ସମୟ ସୀମା ବାହାରେ ପ୍ରଚାର, ଅନୁମତିପ୍ରାପ୍ତ ସୀମା ବାହାରେ ଗାଡ଼ି ନିୟୋଜନରେ ହ୍ରାସ ଦେଖିବାକୁ ମିଳିଛି।

ସେହିପରି ୧୪ ମଇ ୨୦୨୪ ସୁଦ୍ଧା ସୁବିଧା ପୋର୍ଟାଲରେ ୨,୩୧,୪୭୯ ଅନୁମତି ଦିଆଯାଇଛି, ଯାହାଫଳରେ ଏଫଆଇଏଫଓ (ଫର୍ଷ୍ଟ ଇନ୍‌ ଫର୍ଷ୍ଟ ଆଉଟ୍‌)ର ଉପଯୋଗ କରି ଅନୁମତି ପ୍ରଦାନ କରିବା ଦ୍ୱାରା ବାଛବିଚାର ସମାପ୍ତ ହୋଇଯାଇଛି ଏବଂ ରାଜନୈତିକ ଦଳ/ପ୍ରାର୍ଥୀଙ୍କୁ ନିର୍ବାଚନ ସମ୍ବନ୍ଧୀୟ ସୁବିଧା ମିଳିବା ସହଜ ହୋଇଛି।

ଏମସିସି ଲାଗୁ ହେବାର ପ୍ରଥମ ମାସରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ଏହା ପୂର୍ବରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ ମଧ୍ୟ ରହିଛି ଯାହାକି ଏହି ଲିଙ୍କରେ ଉପଲବ୍ଧ   (https://tinyurl.com/ddpeukfh )

ନିର୍ବାଚନ ଆୟୋଗ ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ୬ଟି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଥିବା ଅଧିକାରୀମାନେ ରାଜ୍ୟର ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଦାୟିତ୍ୱ ସହିତ ଦୁଇଟି ପଦବୀରେ ଥିବାରୁ ସେମାନଙ୍କୁ ପଦବୀରୁ ହଟାଇ ଦିଆଯାଇଛି। ନିର୍ବାଚନ ନିୟନ୍ତ୍ରଣରେ ଥିବା ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ/ଜିଲ୍ଲା ନିର୍ବାଚନ ଅଧିକାରୀ/ରିଟର୍ଣ୍ଣିଂ ଅଧିକାରୀ ଓ ଏସପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୂରେଇ ରଖିବା ପାଇଁ ଏହା କରାଯାଇଥିଲା।

ଗତ ନିର୍ବାଚନରେ ମଧ୍ୟ ପଶ୍ଚିମବଙ୍ଗ ଡିଜିପିଙ୍କୁ ନିର୍ବାଚନ ଡ୍ୟୁଟିରୁ ବାରଣ କରାଯାଇଥିବାରୁ ତାଙ୍କୁ ସ୍ୱତଃ ପଦକ୍ଷେପ ଗ୍ରହଣ କରାଯାଇ ପଦବୀରୁ ହଟାଇ ଦିଆଯାଇଥିଲା।

ଗୁଜରାଟ, ପଞ୍ଜାବ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟରେ ଜିଲ୍ଲାପାଳ (ଡିଏମ୍) ଓ ଏସପି ଭାବେ ନେତୃତ୍ୱ ପଦବୀରେ ଅବସ୍ଥାପିତ ଅଣ-କ୍ୟାଡର ଅଧିକାରୀଙ୍କ ବଦଳି ହୋଇଛି।

ପଞ୍ଜାବ, ହରିୟାଣା ଓ ଆସାମରେ ନିର୍ବାଚିତ ରାଜନୈତିକ ପ୍ରତିନିଧିଙ୍କ ସହ ସମ୍ପର୍କ ବା ପାରିବାରିକ ସମ୍ପର୍କ ଯୋଗୁଁ ଅଧିକାରୀଙ୍କ ବଦଳି ହୋଇଛି।

କଂଗ୍ରେସ ଏବଂ ଆମ ଆଦମୀ ପାର୍ଟୀର ଅଭିଯୋଗ କ୍ରମେ ନିର୍ବାଚନ ଘୋଷଣା ପରେ ହ୍ଵାଟ୍ସଆପ୍ ରେ ଭାରତ ସରକାରଙ୍କ ବିକଶିତ ଭାରତ ମେସେଜର ପ୍ରସାରଣ ବନ୍ଦ କରିବାକୁ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି।

କଂଗ୍ରେସ ଏବଂ ଆମ୍‌ ଆଦମୀ ପାର୍ଟିର ଅଭିଯୋଗ କ୍ରମେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ସରକାର/ସାର୍ବଜନୀନ ପରିସରରୁ ବିରୂପୀକରଣ ହଟାଇବା ପାଇଁ ଇସିଆଇ ନିର୍ଦ୍ଦେଶାବଳୀକୁ ତୁରନ୍ତ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଡିଏମକେର ଅଭିଯୋଗ କ୍ରମେ ରାମେଶ୍ୱର କାଫେ ବିସ୍ଫୋରଣ ଉପରେ ଭିତ୍ତିହୀନ ଅଭିଯୋଗ ଆଣିଥିବା ବିଜେପି ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା।

ଡିଏମଆରସି ଟ୍ରେନ୍ ଏବଂ ପେଟ୍ରୋଲ ପମ୍ପ, ରାଜପଥ ଇତ୍ୟାଦିରୁ ହୋର୍ଡିଂ, ଫଟୋ ଏବଂ ବାର୍ତ୍ତା ସମେତ ସରକାରୀ/ସାର୍ବଜନୀନ ପରିସରରୁ ବିରୂପୀକରଣ ହଟାଇବା ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପାଳନ କରିବାକୁ  କ୍ୟାବିନେଟ୍ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କଂଗ୍ରେସର ଅଭିଯୋଗ ପରେ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖରନ ତାଙ୍କ ସତ୍ୟପାଠରେ ଦର୍ଶାଇଥିବା ସମ୍ପତ୍ତି ଘୋଷଣାରେ ରହିଥିବା ଅସମାନତା ଯାଞ୍ଚ ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟିକୁ ନିର୍ଦ୍ଦେଶ ଦେଇଛନ୍ତି।

ତୃଣମୂଳ କଂଗ୍ରେସର ଅଭିଯୋଗକ୍ରମେ ମମତା ବାନାର୍ଜୀଙ୍କ ପ୍ରତି ଆପତ୍ତିଜନକ ଏବଂ ଅପମାନଜନକ ମନ୍ତବ୍ୟ ଦେଇଥିବା ବିଜେପି ନେତା ଦିଲୀପ ଘୋଷଙ୍କୁ ନୋଟିସ୍ ଦିଆଯାଇଛି।

କଙ୍ଗନା ରାଣାୱତ ଓ ହେମା ମାଳିନୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ବିଜେପିର ଅଭିଯୋଗ କ୍ରମେ କଂଗ୍ରେସର ସୁପ୍ରିୟା ଶ୍ରୀନେତ ଓ ସୁରଜେୱାଲାଙ୍କୁ ନୋଟିସ କରାଯାଇଥିଲା।

ଆୟୋଗ ବିଶେଷ କରି ମହିଳାଙ୍କ ବିରୋଧରେ ଅପମାନଜନକ ଏବଂ ଆପତ୍ତିଜନକ ଟିପ୍ପଣୀ ଦେଉଥିବା ଦଳର ନେତାମାନଙ୍କୁ ନୋଟିସ ଜାରି କରି ମହିଳାଙ୍କ ଗରିବା ଓ ସମ୍ମାନ ମାମଲାରେ କଠୋର ଆଭିମୁଖ୍ୟ ଆପଣାଇଛନ୍ତି। ଆୟୋଗ ଏହା ସୁନିଶ୍ଚିତ କରିବା ଲାଗି ଆଉ ଗୋଟିଏ ପାଦ ଆଗକୁ ବଢ଼ିବା ସହିତ ଏଭଳି ଅପମାନଜନକ ଟିପ୍ପଣିକୁ ଯେମିତି ଦଳର ନେତା ଓ ପ୍ରଚାରକ ପ୍ରଶଂସା ନକରନ୍ତି ସେଥିପାଇଁ ଦଳର ମୁଖ୍ୟ/ଅଧ୍ୟକ୍ଷଙ୍କ ଉପରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିଛନ୍ତି।

ନରେନ୍ଦ୍ର ମୋଦୀଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ପାଇଁ ଡିଏମକେ ନେତ୍ରୀ ଅନୀତା ଆର ରାଧାକ୍ରିଷ୍ଣନ୍ ବିରୋଧରେ ଏଫ୍‌ଆଇଆର୍ ରୁଜୁ ହୋଇଛି ।

କଂଗ୍ରେସ ଅଭିଯୋଗ ପରେ ଦିଲ୍ଲୀର ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ବିଭିନ୍ନ କଲେଜରୁ ଷ୍ଟାର ପ୍ରଚାରକଙ୍କ କଟ୍ ଆଉଟ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

eci election 2024 Lok Sabha Election ସାଧାରଣ ନିର୍ବାଚନ-୨୦୨୪
Share. Facebook Twitter LinkedIn Email WhatsApp Copy Link

Related Posts

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025

SIR ଉପରେ ECIର ବଡ଼ ନିଷ୍ପତ୍ତି, ଏବେ ସାରା ଦେଶରେ କରାଯିବ ଭୋଟର ତାଲିକା ସଂଶୋଧନ

July 25, 2025

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ: ରାଷ୍ଟ୍ରପତି ଭବନରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ

July 25, 2025

ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ଦ୍ୱାରା ଉପକୃତ ହେବ ଓଡ଼ିଶା

July 25, 2025
Latest News

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ସେକ୍ସନ ନିରୀକ୍ଷଣ

July 25, 2025

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.