Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସା ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ନିର୍ବାଚନ ଆୟୋଗ
ଜାତୀୟ ଖବର

ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସା ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ନିର୍ବାଚନ ଆୟୋଗ

May 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ତଥା ପୁଲିସମହାର୍ଦ୍ଦେଶକଙ୍କ ସହ ଆଜି ନିର୍ବାଚନ ସଦନରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର ଏବଂ ନିର୍ବାଚନ ଆୟୁକ୍ତ (ଇସି) ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କ ନେତୃତ୍ୱରେ ଆୟୋଗ ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ହିଂସାର ପୁନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ସହ ଭବିଷ୍ୟତରେ ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ଆଗୁଆ ପଦକ୍ଷେପ ନେବାଲାଗି ସମସ୍ତ ଏସପିଙ୍କୁ ଦାୟିତ୍ୱ ଦେବାକୁ  ରାଜ୍ୟର ମୁଖ୍ୟଶାସନ ସଚିବ ଓ ପୁଲିସ ଡିଜିଙ୍କୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ଆଦର୍ଶ ଆଚରଣ ବିଧି ଅବଧି ମଧ୍ୟରେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଠିକ୍ ସମୟରେ ଅଭିଯୋଗ ଫର୍ଦ୍ଦଦାଖଲ ଉପରେ ଉପଯୁକ୍ତ ନିଷ୍ପତ୍ତି ସୁନିଶ୍ଚିତ କରିବା ଲାଗିସେମାନଙ୍କ ସ୍ତରରେ ମାମଲାର ସମୀକ୍ଷା କରିବା ସହ କଡ଼ା ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ହିଂସା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଅଧିକାରୀଙ୍କ ଅବହେଳା ଓ ତଦାରଖର ଅଭାବ ସମ୍ପର୍କରେ ନିଜର ଆକଳନ ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକୁ ଆୟୋଗ ଅନୁମୋଦନ କରିଛନ୍ତି:

୧- ପାଲନାଡୁ ଜିଲ୍ଲାପାଳଙ୍କ ବଦଳି ଓ ବିଭାଗୀୟ ତଦନ୍ତ ଆରମ୍ଭ।

୨- ପାଲନାଡୁ ଏବଂ ଅନନ୍ତପୁରମୁ ଜିଲ୍ଲା ଏସପି ନିଲମ୍ବିତ କରିବା ସହ ବିଭାଗୀୟ ତଦନ୍ତ ଆରମ୍ଭ।

୩- ତିରୁପତି ଏସପିଙ୍କ  ବଦଳି ଓ ବିଭାଗୀୟ ତଦନ୍ତ ଆରମ୍ଭ।

୪- ଏହି ତିନୋଟି ଜିଲ୍ଲା (ପାଲନାଡୁ, ଅନନ୍ତପୁରମୁ ଏବଂ ତିରୁପତି)ରେ ୧୨ ଜଣ ଅଧସ୍ତନ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି।

୫- ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଘଟଣାର ତଦନ୍ତ କରି ପ୍ରତ୍ୟେକ ମାମଲାରେ ଦୁଇ ଦିନ ମଧ୍ୟରେ କମିସନଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ କରିବ। ଏଥିସହିତଉପଯୁକ୍ତ ଆଇପିସି ଧାରା ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବୈଧାନିକ ବ୍ୟବସ୍ଥା ସହିତ ଏଫଆଇଆରଗୁଡିକ ସଂଶୋଧନ କରାଯିବ।

୬- ଫଳାଫଳ ଘୋଷଣା ପରେ ସମ୍ଭାବ୍ୟ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଗଣତି ପରେ ୨୫ଟି ସିଏପିଏଫ୍ କମ୍ପାନୀକୁ ୧୫ ଦିନ ପାଇଁ ରଖିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।

ଫଳାଫଳ ଘୋଷଣା ପରେ କୌଣସି ପ୍ରକାର ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଆନ୍ଧ୍ରପ୍ରଦେଶର ୨୫ଟି ସିଏପିଏଫ କମ୍ପାନୀକୁ ଗଣତି ପରେ ୧୫ ଦିନ ପାଇଁ ରଖିବାକୁ ଆୟୋଗ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବାରେ ପ୍ରଶାସନ ବିଫଳ ହେବାର କାରଣ ବ୍ୟକ୍ତିଗତ ଭାବେ ଜଣାଇବା ପାଇଁ ନିର୍ବାଚନ ଆୟୋଗ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ନୂଆଦିଲ୍ଲୀ ଡକାଇଥିଲେ। ନିର୍ବାଚନ ଦିନ ଏବଂ ନିର୍ବାଚନ ପରେ ଅନନ୍ତପୁରମୁ, ପାଲନାଡୁ ଏବଂ ତିରୁପତି ଜିଲ୍ଲାରେ ଅନେକ ହିଂସାକାଣ୍ଡ ଘଟିଥିଲା । ନିର୍ବାଚନ ପୂର୍ବରୁ ଆକ୍ରମଣ, ବିରୋଧୀ ଦଳର ସମ୍ପତ୍ତି/କାର୍ଯ୍ୟାଳୟରେ ନିଆଁ ଲଗାଇବା, ଧମକ ଦେବା, ପ୍ରଚାର ଗାଡି ନଷ୍ଟ କରିବା, ପଥର ଫିଙ୍ଗିବା ଇତ୍ୟାଦି ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ଅଧିକାଂଶ ଘଟଣା ଆନ୍ନାମାୟା, ଚିତ୍ତୁର ଓ ପାଲନାଡୁ ଜିଲ୍ଲାରେ ଘଟିଥିବା ବେଳେ ଗୁଣ୍ଟୁର, ଅନନ୍ତପୁର ଓ ନନ୍ଦିଆଲ ଆଦି ସ୍ଥାନରେ କିଛି ଘଟଣା ଘଟିଛି।

ଆନ୍ଧ୍ରପ୍ରଦେଶ ନିର୍ବାଚନ ଆୟୋଗ ନିର୍ବାଚନ ପରବର୍ତ୍ତୀ ହିଂସା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025
Latest News

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.