Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରେ ଡ୍ରିମଗାର୍ଲ ତଥା ସାଂସଦ ହେମାମାଳିନୀଙ୍କର ପ୍ରଚାରରେ କଣ ରହିବ ପ୍ରଭାବ !!
ଜାତୀୟ ଖବର

ଓଡିଶାରେ ଡ୍ରିମଗାର୍ଲ ତଥା ସାଂସଦ ହେମାମାଳିନୀଙ୍କର ପ୍ରଚାରରେ କଣ ରହିବ ପ୍ରଭାବ !!

May 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ଡ୍ରିମଗାର୍ଲ ତଥା ସାଂସଦ ହେମାମାଳିନୀଙ୍କର ପ୍ରଚାରରେ କଣ ରହିବ ପ୍ରଭାବ !!

ଭୁବନେଶ୍ୱର: ଗତକାଲି ଓଡିଶାରେ ମାରଥନ ପ୍ରଚାର କରିଛନ୍ତି ଡ୍ରିମଗାର୍ଲ ତଥା ସାଂସଦ ହେମାମାଳିନୀ। ସେ ପ୍ରଥମେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳି ସାଲିଆ ସାହିର ଜନସଭାକୁ ସମ୍ବୋଧିତ କରି ଭଗବାନ ଶ୍ରୀକୃଷ୍ଣନଗର ମଥୁରା ସାଂସଦ ତଥା ଅଭିନେତା ହେମା ମାଳିନୀ ରାଧେ ରାଧେ କହି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମୁଁ ଓଡ଼ିଶାକୁ ୨୦୧୯ରୁ ଆସୁଛି। ଓଡ଼ିଶାର କଳା, ସଂସ୍କୃତିରେ ମୁଁ ପ୍ରଭାବିତ। ଓଡ଼ିଶାର ନୃତ୍ୟଗୁରୁଙ୍କ ସହ ମୋର ସାକ୍ଷାତ ହୋଇଛି। ନିର୍ବାଚନ ବେଳେ କେଳୁଚରଣ ମହାପାତ୍ରଙ୍କ କଥାକୁ ମଧ୍ୟ ସ୍ମରଣ କରିଛନ୍ତି।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ବିକାଶ ହେଉଛି। ପୂରା ଭାରତର ନୂଆ ନିର୍ମାଣ ହେଉଛି। ଦେଶର ଏମିତି ବିକଶ ଦେଖି ବିଶ୍ୱ ବି ଚକିତ। ଗରିବ, ମହିଳା, ଦଳିତଙ୍କ ପାଇଁ ମୋଦି ଅନେକ ଯୋଜନା କରିଛନ୍ତି। ଓଡ଼ିଶାରେ ଏଥର ବିଜେପି ସରକାର କରିବ। ରାଜ୍ୟର ୨୫ବର୍ଷ ସରକାର ପରିବର୍ତନ ହେବାର ସମୟ ଆସିଛି। ଓଡ଼ିଶାରେ ବର୍ତମାନ ସୁଦ୍ଧା କୌଣସି ବିକାଶ ହୋଇନି। ଓଡିଶାର ବିକାଶ ପାଇଁ ମୋଦି ସରକାର ଗତ ୧୦ ବର୍ଷରେ ୧୮ଲକ୍ଷ କୋଟି ଟଙ୍କା ଓଡିଶାକୁ ଦେଇଛନ୍ତି।

ରାଜ୍ୟରେ ବିକାଶର ବାଧକ ସାଜିଛି ବିଜେଡି ସରକାର। ଓଡ଼ିଶାର ବିକାଶ ପାଇଁ ବିଜେପି ସରକାର ଆବଶ୍ୟକ ଅଛି। ଏଠାରେ ପୂର୍ବରୁ କଂଗ୍ରେସର ସରକାର ଥିଲା। ତା’ପରେ ୨୫ବର୍ଷ ଧରି ବିଜେଡି ଶାସନ କରୁଛି। ଓଡ଼ିଶା ଏବେ କେଉଁ ସ୍ଥିତିରେ ଅଛି। ଭ୍ରଷ୍ଟାଚାର ବଢ଼ୁଛି, ବେରୋଜଗାର ବଢ଼ୁଛି। ଓଡ଼ିଶାରେ ସାଂସ୍କୃତିକ ସ୍ଥାନ, ପ୍ରାକୃତିକ ଉପାଦାନ ରହିଛି। ବିଜେଡି ଦୀର୍ଘଦିନ ସରକାର ରହି ମଧ୍ୟ ପର୍ଯ୍ୟଟନର ବିକାଶ କରିନାହିଁ। ପର୍ଯ୍ୟଟନ ପ୍ରତି ବିଜେଡି ସରକାରର ଧ୍ୟାନ ନାହିଁ ବୋଲି ସାଂସଦ ଶ୍ରୀମତୀ ହେମାମାଲିନୀ କହିଛନ୍ତି।

ସେ କହିଛନ୍ତି ଯେ, ମୁଁ ଆଜି ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସିଛି। ଓଡିଶାର କଳା, ସଂସ୍କୃତି, ଐତିହ୍ୟ, ଭାସ୍କର୍ଯ୍ୟର ସଠିକ ପ୍ରଚାର କରିବାରେ ବିଜେଡି ସରକାର ବିଫଳ ହୋଇଛି।ଓଡିଶାରେ ବିଜେପି ସରକାର ହେବ, ଓଡ଼ିଶାର ଲୋକେ ବିକାଶର ସ୍ୱାଦ ଚାଖିବେ ବୋଲି ହେମା ମାଳିନୀ କହିଛନ୍ତି। ଶ୍ରୀମତୀ ହେମାମାଳିନୀ ଆଜି କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗର ଏବଂ ପୁରୀ ଲୋକସଭା ଅନ୍ତର୍ଗତ ପିପିଲିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିଛନ୍ତି।

ଏହି ଜନସଭାରେ ସାଂସଦ ଅପରାଜିତା ଷଡଙ୍ଗୀ, ପୁରୀ ସାଂସଦ ପ୍ରାର୍ଥୀ ଡା.ସମ୍ବିତ ପାତ୍ର, ଉତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର, ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ, କଟକ ସଦର ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀ ପ୍ରମୁଖଙ୍କ ସମେତ ଅନେକ ନେତା ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ତେବେ ହେମାମାଳନୀଙ୍କର ଏହି ମାରଥନ ପ୍ରଚାର କେତେଦୂର ପ୍ରଭାବ ପକାଇବ ତାହା ଭୋଟ ପରେ ଜଣାପଡିବ।

ଓଡିଶାନିର୍ବାଚନ2024 ହେମାମାଳିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ୪ଟି ପ୍ରମୁଖ ବିଶ୍ବବିଦ୍ୟାଳୟର ନବନିଯୁକ୍ତ କୁଳପତି

April 16, 2026

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026

ମାଣ୍ଡ୍ୟାରେ ଶ୍ରୀକ୍ଷେତ୍ର ଆଦିଚୁଞ୍ଚନଗିରିରେ ଶ୍ରୀ ଭୈରବୈକ୍ୟ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

April 16, 2026
Latest News

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ୪ଟି ପ୍ରମୁଖ ବିଶ୍ବବିଦ୍ୟାଳୟର ନବନିଯୁକ୍ତ କୁଳପତି

April 16, 2026

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026

ମାଣ୍ଡ୍ୟାରେ ଶ୍ରୀକ୍ଷେତ୍ର ଆଦିଚୁଞ୍ଚନଗିରିରେ ଶ୍ରୀ ଭୈରବୈକ୍ୟ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

April 16, 2026

ଆଜି ୧୬ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.