Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରିଲାଏନ୍ସ ଜିଓ ପକ୍ଷରୁ ଗ୍ରାହକଙ୍କ ପାଇଁ ଫ୍ୟାନକୋଡ୍ ମାଗଣା ସବସ୍କ୍ରିପସନ୍ ଅଫର୍
ଜାତୀୟ ଖବର

ରିଲାଏନ୍ସ ଜିଓ ପକ୍ଷରୁ ଗ୍ରାହକଙ୍କ ପାଇଁ ଫ୍ୟାନକୋଡ୍ ମାଗଣା ସବସ୍କ୍ରିପସନ୍ ଅଫର୍

May 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଜିଓ ଏୟାରଫାଇବର, ଜିଓ ଫାଇବର ଏବଂ ଜିଓ ପ୍ରିପେଡ୍ ମୋବାଇଲ ଗ୍ରାହକଙ୍କ ପାଇଁ ପ୍ରିମିୟମ୍ ଓଟିଟି ଆପ୍ ଫ୍ୟାନକୋଡ୍ ର ମାଗଣା ସବସ୍କ୍ରିପସନ୍ ଅଫର ଆରମ୍ଭ କରାଯାଇଛି। ନିର୍ଦ୍ଦିଷ୍ଟ ପ୍ଲାନ ସହିତ ଉପଲବ୍ଧ ଜିଓର ଏହି ଅଫର ସହିତ ଉପଭୋକ୍ତାମାନଙ୍କୁ ଏକ ବର୍ଷ ପାଇଁ ପ୍ରିମିୟମ୍ ଓଟିଟି ଆପ୍ ଫ୍ୟାନକୋଡ୍ ର ମାଗଣା ସବସ୍କ୍ରିପସନ୍ ମିଳିବ। ଜିଓ ଏୟାରଫାଇବର ଓ ଜିଓ ଫାଇବର ଗ୍ରାହକମାନେ ୧୧୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ ସହିତ ଫ୍ୟାନକୋଡର ମାଗଣା ସବସ୍କ୍ରିପସନ୍ ପାଇପାରିବେ।

ସେହିଭଳି ଜିଓ ପ୍ରିପେଡ଼ ମୋବାଇଲ ଉପଭୋକ୍ତା ଏଥିସହିତ ଜିଓ ପ୍ରିପେଡ୍ ମୋବାଇଲ ଉପଭୋକ୍ତାମାନେ ମଧ୍ୟ ୩୯୮ ଟଙ୍କା, ୧୧୯୮ ଟଙ୍କା, ୪୪୯୮ ଟଙ୍କା ପ୍ଲାନ ଏବଂ ନୂତନ ୩୩୩୩ ଟଙ୍କା ବାର୍ଷିକ ପ୍ଲାନ ସହିତ ଫ୍ୟାନକୋଡ ଆପ୍ପର ମାଗଣା ସବସ୍କ୍ରିପସନର ଲାଭ ନେଇପାରିବେ। ଫ୍ୟାନକୋଡ ଆପ୍ପର ମାଗଣା ସବସ୍କ୍ରିପସନ ସହିତ ଏହି ନୂତନ ଜିଓ ପ୍ଲାନରେ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍ ଭଳି ଆପ୍ସର ସୁବିଧା ମଧ୍ୟ ଉପଲବ୍ଧ ହେବ। ବିନା କୌଣସି ଅତିରିକ୍ତ ମୂଲ୍ୟରେ ଉଭୟ ବିଦ୍ୟମାନ ଏବଂ ନୂତନ ବ୍ୟବହାରକାରୀଙ୍କ ପାଇଁ ଏହା ଉପଲବ୍ଧ।

ଫର୍ମୁଲା ୱାନ ଆଡଭେଞ୍ଚର କ୍ରୀଡା କ୍ଷେତ୍ରରେ ଫ୍ୟାନକୋଡ୍ ଅତ୍ୟନ୍ତ ଲୋକପ୍ରିୟ ଏବଂ ଏହା ପାଖରେ ୨୦୨୪ ଓ ୨୦୨୫ ବର୍ଷ ପାଇଁ ଭାରତରେ ଏଫ ୱାନର ସ୍ୱତନ୍ତ୍ର ପ୍ରସାରଣ ଅଧିକାର ରହିଛି। ଉପଭୋକ୍ତାମାନେ ବାସ୍ତବ ସମୟରେ ମ୍ୟାଚ୍ ହାଇଲାଇଟ୍ସ , ପୂର୍ଣ୍ଣ ମ୍ୟାଚ୍ ଭିଡିଓ ଉପଭୋଗ କରିପାରିବେ। ଏହା ସହିତ ଭାରତୀୟ କ୍ରିକେଟ୍ ର ହାଇଲାଇଟ୍ସ , ଡାଟା ପରିସଂଖ୍ୟାନ, ଗଭୀର ବିଶ୍ଳେଷଣ, ଫାଣ୍ଟାସି କ୍ରୀଡା ସୂଚନା ଏବଂ କ୍ରୀଡା ଜଗତରୁ ବ୍ରେକିଙ୍ଗ୍ ଖବର ମଧ୍ୟ ଫ୍ୟାନକୋଡରେ ପ୍ରସାରିତ ହୁଏ।

ଫ୍ୟାନକୋଡ୍ ଦୁନିଆର ଏକ ଜଣାଶୁଣା ତଥା ଅଗ୍ରଣୀ କ୍ରୀଡା ଷ୍ଟ୍ରିମିଂ ପ୍ଲାଟଫର୍ମ ଏବଂ ଏହି ପ୍ଲାଟଫର୍ମରେ କ୍ରିକେଟ୍‌, ଫୁଟବଲ୍‌, ଫର୍ମୁଲା ୱାନ ଇତ୍ୟାଦି ଅନେକ ପ୍ରକାରର ଆନ୍ତର୍ଜାତୀୟ ତଥା ସ୍ୱତନ୍ତ୍ର କ୍ରୀଡା ଇଭେଣ୍ଟଗୁଡିକ ପ୍ରଦର୍ଶିତ ହୋଇଥାଏ।

ଜିଓ ପକ୍ଷରୁ ଏକ ବର୍ଷ ବୈଧତା ବିଶିଷ୍ଟ ନୂତନ ଜିଓ ୩୩୩୩ ପ୍ରିପେଡ଼ ପ୍ଲାନ ଆରମ୍ଭ କରାଯାଇଛି ଯେଉଁଥିରେ ଉପଭୋକ୍ତାମାନେ କମ୍ପାନୀର ସ୍ପୋର୍ଟସ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ଫ୍ୟାନକୋଡ୍ ର ମାଗଣା ସବସ୍କ୍ରିପସନର ଲାଭ ପାଇବେ। ଏଥିସହିତ ଏହି ପ୍ରିପେଡ୍ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨.୫ ଜିବି ହାଇ ସ୍ପିଡ୍ ଡାଟା, ଅସୀମିତ ମାଗଣା ଭଏସ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ମିଳିବ। ଜିଓ ରିଚାର୍ଜ ପ୍ଲାନ ସହିତ ୩୬୫ ଦିନର ବୈଧତା ସାଙ୍ଗକୁ ଦୈନିକ ୨.୫ ଜିବି ହିସାବରେ ମୋଟ ୯୧୨.୫ ଜିବି ହାଇ ସ୍ପିଡ୍ ଡାଟା ଉପଲବ୍ଧ ହେବ। ଏହି ପ୍ଲାନରେ ଅସୀମିତ ୫ଜି ଡାଟା ଅଫର ମଧ୍ୟ ରହିଛି। କମ୍ପାନୀର ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ରେ ରିଚାର୍ଜ ପାଇଁ ଏହି ନୂଆ ପ୍ଲାନ ଉପଲବ୍ଧ ରହିଛି।

JioAirFiber JioFiber
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026
Latest News

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026

ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ବାଚସ୍ପତି ଓ ବିଧାନସଭା ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୨୯ରେ ପରବର୍ତ୍ତୀ ଶୁଣାଣି

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.