Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଫଟିଆଇଆଇ ଛାତ୍ର ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଲାଭ କଲେ ‘ଲା ସିନେଫ୍‌’ ପୁରସ୍କାର
ଜାତୀୟ ଖବର

ଏଫଟିଆଇଆଇ ଛାତ୍ର ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଲାଭ କଲେ ‘ଲା ସିନେଫ୍‌’ ପୁରସ୍କାର

May 24, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ‘ସନ୍‌ ଫ୍ଲାୱାର୍ସ ଓୟାର ଦ ଫାଷ୍ଟ ୱାନ୍ସ ଟୁ ନୋ’ ଚଳଚ୍ଚିତ୍ର ଯାହାକି ପାଠ୍ୟକ୍ରମ ଶେଷ ନିମନ୍ତେ ଚିଦାନନ୍ଦ ନାୟକଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏକ ଚଳଚ୍ଚିତ୍ର। ଶ୍ରୀ ନାୟକ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ପ୍ରତିଷ୍ଠାନ (ଏଫଟିଆଇଆଇ)ର ଜଣେ ଛାତ୍ର । ସେ ଫ୍ରାନ୍ସର କାନ୍ସଠାରେ ଆୟୋଜିତ ୭୭ତମ ଚଳଚ୍ଚିତ୍ର ମହୋତ୍ସବରେ ଲା ସିନେଫ୍‌ ପୁରସ୍କାର ଲାଭ କରିଛନ୍ତି। ମେ ୨୩, ୨୦୨୪ ତାରିଖ ଦିନ ଦାପ୍ତରିକ ଭାବେ ବିଜୟୀଙ୍କ ନାମ ଘୋଷଣା କରାଯାଇଛି। ଏହି ଉତ୍ସବରେ ଉପସ୍ଥିତ ଥିବା ନିର୍ଦ୍ଦେଶକ ଛାତ୍ର ଚିଦାନନ୍ଦ ନାୟକ ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ଚଳଚ୍ଚିତ୍ରକୁ ଚିଦାନନ୍ଦ ଏସ୍‌ ନାୟକ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏହାର କ୍ୟାମେରା ଚିତ୍ର ଉତ୍ତୋଳନ କରିଛନ୍ତି ସୂରଜ ଠାକୁର। ଚଳଚ୍ଚିତ୍ରଟି  ମନୋଜ ଭିଙ୍କ ଦ୍ବାରା ସଂପାଦିତ ଏବଂ ଏଥିରେ ଶବ୍ଦ ଦେଇଛନ୍ତି ଅଭିଷେକ କଦମ୍‌।

ଭାରତୀୟ ସିନେମା ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଭାରତୀୟ ଚଳଚ୍ଚିତ୍ର ସଂପ୍ରତି ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ବେଶ୍‌ ପ୍ରଶଂସା ଅର୍ଜନ କରୁଛି। ବିଶେଷକରି ଏଫଟିଆଇଆଇ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ କରିଥିବା ସଫଳତା ଉଲ୍ଲେଖନୀୟ। ଏହାର ଛାତ୍ରମାନଙ୍କ ଦ୍ବାରା ପ୍ରସ୍ତୁତ ଚଳଚ୍ଚିତ୍ରଗୁଡ଼ିକ ଗତ କିଛିବର୍ଷ ଧରି ଏହି ମହୋତ୍ସବରେ ପ୍ରଦର୍ଶିତ ହୋଇ ଆସୁଛି। ୪ ବର୍ଷ ପରେ ପୁଣିଥରେ ଏଭଳି ଏକ ବିରଳ ସମ୍ମାନ ଏଫଟିଆଇଆଇ ଛାତ୍ରଙ୍କୁ ମିଳିଛି। ଚାରିବର୍ଷ ପୂର୍ବେ ୭୩ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଏଫଟିଆଇଆଇର ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ କ୍ୟାଟ୍‌ ଡଗ୍‌ ଚଳଚ୍ଚିତ୍ର ଏହି ପୁରସ୍କାର ଲାଭ କରିଥିଲା। ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତରୁ ବିଭିନ୍ନ ବର୍ଗର ଚଳଚ୍ଚିତ୍ର ସାମିଲ ହୋଇଛି। ଏଫଟିଆଇଆଇରୁ ଶିକ୍ଷା ସମାପ୍ତ କରିଥିବା ଅନେକ ଛାତ୍ର ଯଥା ପାୟଲ କପାଡ଼ିଆ, ମୈଶାମ ଅଲ୍ଲୀ, ସନ୍ତୋଷ ସିବାନ, ଚିଦାନନ୍ଦ ଏସ. ନାୟକ ଏବଂ ତାଙ୍କର ଟିମ୍‌ ଚଳିତ ବର୍ଷ କାନ୍ସରେ ସ୍ବୀକୃତି ପାଇଛନ୍ତି।

‘ସନ୍‌ ଫ୍ଲାୱାର୍ସ ଓୟାର ଦ ଫାଷ୍ଟ ୱାନ୍ସ ଟୁ ନୋ’ ଚଳଚ୍ଚିତ୍ରଟିର କଥାବସ୍ତୁ ଜଣେ ବୟୋବୃଦ୍ଧା ମହିଳାଙ୍କ ଉପରେ ଆଧାରିତ । ଏହି ବୃଦ୍ଧା ଜଣକ ଗାଁରୁ ଗୋଟିଏ ଗଞ୍ଜା ଚୋରି କରେ । ଏହି ଘଟଣା ଗ୍ରାମ୍ୟ  ସମାଜରେ ବେଶ୍‌ ହଟଚମଟ ସୃଷ୍ଟି କରେ । କୁକୁଡ଼ାଟିକୁ ଫେରାଇ ଆଣିବା ଲାଗି ଏକ ଭବିଷ୍ୟବାଣୀର ସହାୟତା ନିଆଯାଏ ଏବଂ ବୃଦ୍ଧାଙ୍କ ପରିବାରକୁ ଏଥିପାଇଁ ନିର୍ବାସିତ ହେବାକୁ ପଡ଼େ।

ଏଫଟିଆଇଆଇ ଚଳଚ୍ଚିତ୍ର ହେଉଛି ଏହାର ଟେଲିଭିଜନ ଶାଖାର ଏକ ବର୍ଷିଆ କାର୍ଯ୍ୟକ୍ରମର ଏକ ପ୍ରଡକ୍ସନ, ଯେଉଁଠାରେ ନିର୍ଦ୍ଦେଶନା, ଇଲେକ୍ଟ୍ରୋନିକ୍ସ ସିନେମାଟୋଗ୍ରାଫି, ଏଡିଟିଂ, ସାଉଣ୍ଡ ବିଭିନ୍ନ ବର୍ଗର ୪ଜଣ ଛାତ୍ର ଏକାସଙ୍ଗେ ଗୋଟିଏ ପ୍ରକଳ୍ପରେ ଏକବର୍ଷ ପାଇଁ ସମନ୍ବିତ ଭାବେ କାର୍ଯ୍ୟ କରିବା ସହ ଏହି ପ୍ରସ୍ତୁତି କରିଥାନ୍ତି । ଏହି ଚଳଚ୍ଚିତ୍ରକୁ ଚିଦାନନ୍ଦ ଏସ ନାୟକ ନିର୍ଦ୍ଦେଶନା ଦେଇଥିବାବେଳେ ସୂରଜ ଠାକୁର ଏହାକୁ ସୁଟିଂ କରିଛନ୍ତି । ମନୋଜ ଭି ଏହାକୁ ସଂପାଦନା କରିଛନ୍ତି ଏବଂ ଶବ୍ଦ ସଂଯୋଜନା କରିଛନ୍ତି ଅଭିଷେକ କଦମ । ଏହି ଚାରିଜଣ ଛାତ୍ର ସେମାନଙ୍କର ଶେଷ ବର୍ଷର ପାଠ୍ୟକ୍ରମ ଭାବେ ଚଳଚ୍ଚିତ୍ରଟିକୁ ଏକସଙ୍ଗେ ସମନ୍ବିତ ଭାବେ ପ୍ରସ୍ତୁତ କରିବା ସହ ୨୦୨୩ ମସିହାରେ ଏଫଟିଆଇଆଇ ପାଠ୍ୟକ୍ରମ ଶେଷ କରିଛନ୍ତି।

ଏହା ପ୍ରଥମ ଥରପାଇଁ ଏହି ଚଳଚ୍ଚିତ୍ରଟି ଜଣେ ପ୍ରଥମ ବର୍ଷ ଟେଲିଭିଜନ ପାଠ୍ୟକ୍ରମ ଛାତ୍ରଙ୍କ ଦ୍ବାରା ଚୟନ କରାଯାଇଛି ଏବଂ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଏହାକୁ ମର୍ଯ୍ୟାଦାଜନକ ପୁରସ୍କାର ମିଳିଛି। ୨୦୨୨ ମସିହାରେ ଏଫଟିଆଇଆଇରେ ଯୋଗଦାନ କରିବା ପୂର୍ବରୁ ଚିଦାନନ୍ଦ ଏସ ନାୟକ ୫୩ତମ  ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଯାହାକି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏକ ଉପକ୍ରମ ସେଥିରେ ସ୍ବୀକୃତି ଲାଭ କରିବା ସହ ସିନେମା କ୍ଷେତ୍ରରେ ଜଣେ ଉଦୀୟମାନ ଯୁବ ପ୍ରତିଭା ଭାବେ ମାନ୍ୟତା ଲାଭ କରିଥିଲେ।

ଏଫଟିଆଇଆଇର ଅଧ୍ୟକ୍ଷ ଶ୍ରୀ ଆର ମାଧବନ ଏହି ଚଳଚ୍ଚିତ୍ର ୟୁନିଟ୍‌ର ସମସ୍ତ ବିଦ୍ୟାର୍ଥୀଙ୍କୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କ ବାର୍ତ୍ତାରେ କହିଛନ୍ତି, ‘ଶ୍ରୀ  ଚିଦାନନ୍ଦ ନାୟକ ଏବଂ ‘ସନ୍‌ ଫ୍ଲାୱାର୍ସ ଓୟାର ଦ ଫାଷ୍ଟ ୱାନ୍ସ ଟୁ ନୋ’ ଚଳଚ୍ଚିତ୍ର ଟିମ୍‌ର ସମସ୍ତ ସଦସ୍ୟଙ୍କୁ ଏଭଳି ମର୍ଯ୍ୟାଦାଜନକ ସମ୍ମାନ ପାଇଁ ଅଭିନନ୍ଦନ । ଏହା କେବଳ ସେମାନଙ୍କ କର୍ମମୟ ଜୀବନର ଅୟମାରମ୍ଭ ହେଉ । ଆଗାମୀ ଦିନରେ ସେମାନେ ଆହୁରି ଅନେକ ଅବିସ୍ମରଣୀୟ ସ୍ବୀକୃତି ଏବଂ ଶ୍ରଦ୍ଧା ହାସଲ କରନ୍ତୁ । ଏଭଳି ବିଶ୍ବସ୍ତରୀୟ ପ୍ରତିଭାଙ୍କ ସଫଳତା ପାଇଁ ଏଫଟିଆଇଆଇର ସମସ୍ତ କର୍ମଚାରୀ ଏବଂ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ସମ୍ମାନ।’

‘ଲା ସିନେଫ’ ହେଉଛି କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଏକ ଆନୁଷ୍ଠାନିକ ବିଭାଗ, ଯାହାକି ନବ ପ୍ରତିଭାମାନଙ୍କୁ ପ୍ରୋତ୍ସାହନ ଓ ସ୍ବୀକୃତି ପ୍ରଦାନ କରିଥାଏ। ଏହିସବୁ ପ୍ରତିଭାମାନେ ସାରା ବିଶ୍ବର ବିଭିନ୍ନ ଚଳଚ୍ଚିତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନ ସମୟରେ ଯେଉଁ ଚଳଚ୍ଚିତ୍ରମାନ ନିର୍ମାଣ କରିଥାନ୍ତି, ତାହାକୁ ଏହି ବର୍ଗରେ ପ୍ରବେଶ ମିଳିଥାଏ । ଏହି ଚଳଚ୍ଚିତ୍ରଟି ୧୮ଟି ଚଳଚ୍ଚିତ୍ର (୧୪ଟି ଲାଇଫ୍‌ ଆକ୍ସନ ଏବଂ ୪ଟି ଏନିମେଟେଡ୍‌ ଫିଲ୍ମ) ମଧ୍ୟରୁ ଅନ୍ୟତମ । ସମଗ୍ର ବିଶ୍ବର ୫୫୫ଟି ଚଳଚ୍ଚିତ୍ର ଶିକ୍ଷାନୁଷ୍ଠାନ ଦ୍ବାରା ଚଳିତବର୍ଷ ମୋଟ ୨,୨୬୩ଟି ଚଳଚ୍ଚିତ୍ର ଏହି ବର୍ଗରେ ପ୍ରତିଯୋଗିତା ପାଇଁ ସାମିଲ ହୋଇଥିଲା।

ଏଫଟିଆଇଆଇର ବିଶେଷ ଶିକ୍ଷଣ ଏବଂ ଦୃଷ୍ଟି କେବଳ ଚଳଚ୍ଚିତ୍ର ନିର୍ମାଣ ଅଭ୍ୟାସ ଉପରେ ନୁହେଁ, ବରଂ ସିନେମା ଓ ଟେଲିଭିଜନ କ୍ଷେତ୍ରରେ ସହ ଅଧ୍ୟୟନ ଅଭିମୁଖୀ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇଥାଏ । ପରିଣାମ ସ୍ବରୂପ ଏହି ଅନୁଷ୍ଠାନର ଛାତ୍ର ଏବଂ ପୂର୍ବତନ ଛାତ୍ରମାନେ ବିଭିନ୍ନ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବମାନଙ୍କରେ ବିଗତବର୍ଷମାନଙ୍କରେ ଅନେକ ପ୍ରଶଂସା ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଏଭଳି ଏକ ମର୍ଯ୍ୟାଦାଜନକ ସମ୍ମାନ ପ୍ରାପ୍ତ ହେବା ଭାରତୀୟ ସିନେମାର ଐତିହାସିକ ସଫଳତାର ଏକ ପ୍ରମାଣ। ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ପ୍ରତିଷ୍ଠାନ ବିଶ୍ବର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଅଧ୍ୟୟନକେନ୍ଦ୍ରମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଏହା ଭାରତର ଶିରକୁ ଗର୍ବ ଓ ଗୌରବରେ ମଣ୍ଡିତ କରିଛି।

କାନ୍ସ ଫିଲ୍ମ ଫେଷ୍ଟିଭାଲ
Share. Facebook Twitter LinkedIn Email WhatsApp Copy Link

Related Posts

୧୭୨୩ କୋଟି ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 18, 2025

ଆଜି ସେପ୍ଟେମ୍ବର ୧୮: ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

September 18, 2025

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025
Latest News

୧୭୨୩ କୋଟି ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 18, 2025

ଆଜି ସେପ୍ଟେମ୍ବର ୧୮: ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

September 18, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

September 17, 2025

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.