Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ରେମଲ’କୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀର ପ୍ରସ୍ତୁତି
ଜାତୀୟ ଖବର

‘ରେମଲ’କୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀର ପ୍ରସ୍ତୁତି

May 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଚକ୍ରବାତୀ ତୋଫାନ ‘ରେମଲ’ କାରଣରୁ ଏହାର ପ୍ରଭାବରେ ନ୍ୟୁନତମ କ୍ଷୟକ୍ଷତି ସୁନିଶ୍ଚିତ କରିବା ନିମନ୍ତେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ଏବଂ ଏହି ଦିଗରେ ପଦକ୍ଷେପ ଗ୍ରହଣ ଆରମ୍ଭ ହୋଇଛି। ଏହି ସାମୁଦ୍ରିକ ଝଡ଼ବାତ୍ୟା ମଇ ୨୬ ଏବଂ ୨୭ ତାରିଖ ଦିନ ମଧ୍ୟରାତ୍ରି ସୁଦ୍ଧା ପଶ୍ଚିମବଙ୍ଗ ତଟ ନିକଟରେ ଉତ୍ତର/ଉତ୍ତର-ପଶ୍ଚିମବଙ୍ଗ ସମୁଦ୍ରରେ ଭୂଭାଗ ଛୁଇଁବାର ଆଶଙ୍କା କରାଯାଉଛି।

ଏହି ଚକ୍ରବାତୀ ତୋଫାନ ଦ୍ୱାରା ଉତ୍ପନ୍ନ ସମ୍ଭାବ୍ୟ ଆକସ୍ମିକ ସ୍ଥିତିର ମୁକାବିଲା ନିମନ୍ତେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ସମନ୍ୱିତ ମୁକାବିଲା ସୁବିଧା ନିମନ୍ତେ ସମ୍ବନ୍ଧୀତ ରାଜ୍ୟ ପ୍ରଶାସନ ଏବଂ ହିତଧାରକମାନଙ୍କ ସହିତ ସମନ୍ୱୟ ରକ୍ଷା ପ୍ରୟାସ କରାଯାଇଛି। ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟପନ୍ଥାକୁ ସୁବିଧାଜନକ କରିବା ନିମନ୍ତେ ଉତ୍ପନ୍ନ ସ୍ଥିତି ସମ୍ପର୍କରେ ସମସ୍ତ ସମ୍ବନ୍ଧିତ ସୂଚନା ହିତଧାରକମାନଙ୍କ ନିକଟରେ ପହଞ୍ଚାଇ ଦିଆଯାଇଛି।

ଏଥି ନିମନ୍ତେ ହଳଦିଆ ଏବଂ ପାରାଦ୍ୱୀପ ବନ୍ଦର ନିକଟରେ ଭାରତୀୟ ତଟରକ୍ଷୀ ବାହିନୀର ରିମୋଟ ଅପରେଟିଂ ଷ୍ଟେସନ ନିୟମିତ ଏବଂ ବହୁଭାଷୀ ଅତି ଉଚ୍ଚ ଫ୍ରିକ୍ୱେନ୍ସି ମାଧ୍ୟମରେ ଚେତାବନୀ ପ୍ରସାରିତ କରୁଛି ଯାହା ସେହି କ୍ଷେତ୍ରରେ ଆତଯାତ କରୁଥିବା ବ୍ୟାବସାୟିକ ଜାହାଜର ନାବିକମାନଙ୍କୁ ଆବଶ୍ୟକ ଚେତାବନୀ ଓ ପରାମର୍ଶ ପ୍ରଦାନ କରୁଛି। ଏହାତିରିକ୍ତ, ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଏବଂ ବିମାନଗୁଡ଼ିକ ସମୟାନ୍ତରେ ସହାୟତା ଏବଂ ସମର୍ଥନ ପ୍ରଦାନ କରିବା ନିମନ୍ତେ ଚକ୍ରବାତୀ ତୋଫାନର ଗତିପଥ ଉପରେ ତୀକ୍ଷ୍ଣ ନଜର ରଖିଛି।

ସାମୁଦ୍ରିକ ଆପଦା ଟିମଗୁଡ଼ିକୁ ହଳଦିଆ, ପାରାଦୀପ, ଗୋପାଳପୁର ଏବଂ ଫ୍ରେଜରଗଞ୍ଜ ସହିତ ରଣନୀତିକ ସ୍ଥାନମାନଙ୍କରେ ମୁତୟନ କରାଯାଇଛି ଯାହା ଉତ୍ପନ୍ନ ଆପାତକାଳୀନ ସ୍ଥିତିରେ ତତ୍କାଳ ଲୋକମାନଙ୍କ ନିକଟରେ ପହଂଚି ସେମାନଙ୍କୁ ଯୋଗାଇ ଦେବା ନିମନ୍ତେ ପ୍ରସ୍ତୁତ ରହିଛି।

ଭାରତୀୟ ତଟରକ୍ଷୀ ବାହିନୀ ବାଂଲାଦେଶ ତଟ ରକ୍ଷକ ଅଧିକାରୀମାନଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚୀତ କରିଛି ଏବଂ ସେମାନଙ୍କୁ ଆବଶ୍ୟକ ପ୍ରସ୍ତୁତି କରିବା ସହିତ ମତ୍ସ୍ୟଜୀବୀ ତଥା ବ୍ୟାପାରିକ ସାମୁଦ୍ରିକ ଜାହାଜମାନଙ୍କ ଆଲର୍ଟ ପ୍ରସାରିତ କରିବା ନିମନ୍ତେ ପରାମର୍ଶ ଦେଇଛି।

ପୋର୍ଟର ଡକମାନଙ୍କରେ ବ୍ୟାବସାୟିକ ଜାହାଜଗୁଡ଼ିକୁ ସତର୍କ କରିଦିଆଯାଇଛି ଏବଂ ବନ୍ଦରରେ ସମ୍ପର୍କୀତ ଅଧିକାରୀମାନଙ୍କୁ ଏ ଦିଗରେ ସମୁଚିତ କାର୍ଯ୍ୟପନ୍ଥା ଅବଲମ୍ବନ କରିବା ସକାଶେ ପରାମର୍ଶ ଦିଆଯାଇଛି। ସମୁଦ୍ରକୁ ମାଛ ଧରିବାକୁ ଯିବା ଉପରେ ନିଷେଧାଦେଶ ଜାରି କରାଯିବା ସତ୍ତ୍ୱେ, ମତ୍ସ୍ୟଚାଷ ବିଭାଗକୁ ନିଜର ସମ୍ବନ୍ଧିତ କ୍ଷେତ୍ରରେ ଦେଶୀ ଡଙ୍ଗାଗୁଡ଼ିକୁ ପରିବର୍ତ୍ତିତ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚୀତ କରିବା ନିମନ୍ତ୍ରେ ଚେତାବନୀ ପ୍ରଦାନ କରିଛି।

ବଙ୍ଗୋପ ସାଗର ଭାରତୀୟ ତଟରକ୍ଷୀ ବାହିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୯ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 9, 2026

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026
Latest News

ଆଜି ୯ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 9, 2026

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.