ଆସିଲା ତୃତୀୟ ରାଉଣ୍ଡ ଭୋଟ ଗଣତି, ବିଜେପି ଆଗରେ ଥିବା ବେଳେ ସୌମ୍ୟରଂଜନ ମଧ୍ୟ ଆଗୁଆ

Published: Jun 4, 2024, 10:33 am IST

ଭୁବନେଶ୍ବର: ଓଡିଶା ବିଧାନସଭା ଭୋଟ ଗଣିତର ତୃତୀୟ ରାଉଣ୍ଡ ଟ୍ରେଣ୍ଡ ଆସିଛି। ତାହା ହେଲା ଯେ, ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି। ଗଣତି ଅନୁସାରେ ବିଜେପି ବର୍ତ୍ତମାନ ସୁଦ୍ଧା 50 ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି 30 ଟି ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ 6 ଟି ଏବଂ ଗୋଟିଏରେ ସିପିଆଇଏମ ଓ ସ୍ବାଧୀନ ପ୍ରାର୍ଥୀ ଆଗୁଆ ଅଛନ୍ତି।

ଫଳାଫଳ ଅନୁସାରେ ବ୍ରହ୍ମଗିରି, ପିପିଲି, ଚିଲିକା, ନିମାପଡା ପ୍ରଭୃତି ଆସନରେ ବିଜେପି ଆଗୁଆ ରହିଛି। ସେହିପରି କାକଟପୁର, ପୁରୀ, ଝାରସୁଗୁଡା, ଦେଓଗଡ ପ୍ରଭୃତି ଆସନରେ ବିଜେଡି ଏବଂ ବାସୁଦେବପୁର, ଆନନ୍ଦପୁର, ସାନଖେମୁଣ୍ଡି, ଜୟପୁରରେ କଂଗ୍ରେସ ଆଗୁଆ ରହିଛି। ଘଷିପୁରାରେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଗୁଆ ଅଛନ୍ତି।

Related posts