Categories
ଆଜିର ଖବର ଜାତୀୟ ଖବର

ଭାରତ ଯୋଡୋ ଯାତ୍ରାର ପ୍ରଭାବ କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ ସ୍ପଷ୍ଟ ଦେଖାଯାଉଛି: ଅଶୋକ ଗେହଲୋଟ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଭୋଟ ଗଣତିରେ ଶାସକ ଦଳ ବିଜେପି ଠାରୁ କଂଗ୍ରେସ ବହୁତ ଆଗରେ ଅଛି। ଏହାକୁ ନେଇ କଂଗ୍ରେସ ନେତାମାନେ ବହୁତ ଉତ୍ସାହିତ ଅଛନ୍ତି। ବର୍ତ୍ତମାନ ଗଣତିକୁ ଦେଖିଲା ପରେ କଂଗ୍ରେସ ନେତାମାନେ ବୟାନ ଦେବା ଆରମ୍ଭ କରିଦେଇଛନ୍ତି।

ତେବେ ଏହା ଭିତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ, ଭାରତ ଯୋଡା ଯାତ୍ରା ସମୟରେ କର୍ଣ୍ଣାଟକରେ ଯେଉଁ ପରିବେଶ ଦେଖାଯାଉଥିଲା, ଆଜି ଏହାର ପ୍ରଭାବ କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ ସ୍ପଷ୍ଟ ଦେଖାଯାଉଛି। ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ଏକ ବଡ଼ ଅଭିଯାନ କରିଥିଲେ। ସାମ୍ପ୍ରଦାୟିକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି କର୍ଣ୍ଣାଟକ ବିକାଶ ରାଜନୀତିକୁ ବାଛିଛି। ଆଗାମୀ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ​​ମଧ୍ୟ ଏହା ପୁନରାବୃତ୍ତି ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ଭୋଟ ଗଣତି ପାଇଁ ପ୍ରସ୍ତୁତି ବୈଠକ, ନିଆଗଲା ଏହି ପଦକ୍ଷେପ

ଭୁବନେଶ୍ୱର: ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଝାରସୁଗୁଡ଼ା ଉପନିର୍ବାଚନ ଭୋଟଗଣତି ସଂପର୍କରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୋଟଗଣତି ସଂପର୍କରେ ଆଲୋଚନା କରିଥିଲେ।

ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ପରିସରରେ ସକାଳ ୮ ଘଟିକା ସମୟରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ଓ ଠିକ୍‌ ୮.୩୦ ମିନିଟରେ ଇଭିଏମ୍‌ ଗଣତି ଆରମ୍ଭ ହେବ। ଭୋଟଗଣତି ନିମନ୍ତେ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି।

ଭୋଟଗଣତି କେନ୍ଦ୍ର ତଥା ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ଚତୁଃପାଶ୍ୱର୍ରେ ଭୋଟଗଣତି ଦିନ ସମ୍ଭାବ୍ୟ ଜନଗହଳିକୁ ପରିଚଳାନା ସହ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଟଗଣତି ଦିନ ଯେପରି କୌଣସି ପ୍ରକାରର ଅସୁବିଧା ନହେବ, ସେଥି ଲାଗି ପ୍ରସ୍ତୁତ ରହିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଆଭାସୀ ବୈଠକରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍‌ ନର୍‌ୱାଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମଥ୍‌ ପି. ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ ଓ ଲଙ୍କେଶ୍ୱର ଅମାତ, ଉପଜିଲ୍ଲାପାଳ ରିଟର୍ଣ୍ଣିଂ କିଶୋର ଚନ୍ଦ୍ର ସ୍ୱାଇଁ, ଝାରସୁଗୁଡ଼ା ଡି.ଆଇ.ଓ, ଏନ୍‌ଆଇସି ଅକ୍ଷୟ କୁମାର ମିଶ୍ର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଓଏସ୍‌ଡି ଭବାନୀ ପ୍ରସାଦ ରାୟ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ, ବିତ୍ତ ଅଧିକାରୀ ସଂଜୟ କୁମାର ଲୁଗୁନ୍‌, ଆଇଟି ନୋଡାଲ ଅଧିକାରୀ ଦେବରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Categories
Municipal Election ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପୌର ଭୋଟ ଗଣତି, ହେଲେ ଏବେଠୁ ବିଜେଡିକୁ ମିଳିସାରିଲାଣି ୬୯ଟି ଆସନ, କେମିତି?

ଭୁବନେଶ୍ବର: ଆସନ୍ତାକାଲି ସକାଳୁ ହେବ ପୌର ନିର୍ବାଚନର ଭୋଟ ଗଣତି। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବେଠାରୁ ବିଜେଡି ଖାତାକୁ ଆସିସାରିଲାଣି ସର୍ବାଧିକ ଆସନ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ବର୍ତ୍ତମାନ ବିଜେଡିକୁ ମିଳିଛି ୬୯ଟି ଆସନ। ଜାଣନ୍ତୁ ଅନ୍ୟ ଦଳର ଆସନ ସଂଖ୍ୟା କେତେ

ବିଜେଡି- ୬୯

ବିଜେପି-୦୧

କଂଗ୍ରେସ-୦୧

ସ୍ବାଧୀନ-୦୨

ତେବେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଏହା କିପରି ହେଲା। ଏହା ହେଲା ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଏହି ପ୍ରାର୍ଥୀମାନେ ନିଃଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟତଃ ଏହି ଆସନଗୁଡିକ ସଂରକ୍ଷିତ ଥିବାରୁ ଦଳମାନଙ୍କୁ ସେହିପରି ପ୍ରାର୍ଥୀମିଳିବା ସମ୍ଭବ ହୋଇ ନ ଥିଲା। ଫଳରେ ଏମାନଙ୍କ ବିରୋଧରେ ବିଭିନ୍ନ ଦଳ ପ୍ରାର୍ଥୀ ଛିଡା କରିପାରି ନ ଥିଲେ। ଏହାପରେ ରାଜ୍ୟ ନିର୍ବାଚନ କମିଶନର ଏହି ପ୍ରାର୍ଥୀମାନଙ୍କୁ ବିଜେତା ଭାବେ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବ ନିର୍ବାଚନ ଫଳାଫଳ: ବିପୁଳ ବିଜୟ ଆଡକୁ ଆମ ଆଦମି ପାର୍ଟି, ବହୁତ ପଛରେ କଂଗ୍ରେସ

ଚଣ୍ଡିଗଡ: ଆଜି ପଞ୍ଜାବ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୧୧୭ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ବିପୁଳ ବିଜୟ ଆଡକୁ ଆମ ଆଦମି ପାର୍ଟି ଅଗ୍ରସର ହେଉଥିବା ବେଳେ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ଅଛି। ସେହିଭଳି ଶିରୋମଣି ଅକାଳୀ ଦଳ ତୃତୀୟ ସ୍ଥାନରେ ଥିବା ବେଳେ ବିଜେପି ଚତୁର୍ଥ ସ୍ଥାନରେ ରହିଛି।

ପଞ୍ଜାବ ମୋଟ ଆସନ ୧୧୭/୧୧୭ (ଆଗୁଆ/ବିଜୟୀ):

ଆମ ଆଦମି ପାର୍ଟି- ୯୦

କଂଗ୍ରେସ- ୧୮

ଅକାଳୀ ଦଳ+- ୦୬

ବିଜେପି+- ୦୨

ଅନ୍ୟ- ୦୧

Categories
ଜାତୀୟ ଖବର ବିଶେଷ ଖବର

ଆଜି ପାଞ୍ଚୋଟି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି, କିପରି ଜାଣିବେ ଫଳାଫଳ !

ନୂଆଦିଲ୍ଲୀ: ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ବିଧାନସଭା ଭୋଟ ଗଣନା ଗୁରୁବାର ସକାଳେ ଆରମ୍ଭ ହେବ। ଏହି ଭୋଟ୍ ଗଣନା ସକାଳ ୮ଟାରେ ଆରମ୍ଭ କରାଯିବ। ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ପାଇଁ ନିଆଯିବ ଏବଂ ଏହା ସମାପ୍ତ ହେବା ପର୍ଯ୍ୟନ୍ତ ଜାରି ରହିବ। ପୋଷ୍ଟାଲ ବାଲାଟ ଗଣନା ଆରମ୍ଭର ୩୦ ମିନିଟ ପରେ ଇଭିଏମ୍ ପାଇଁ ଭୋଟ୍ ଗଣନା ସକାଳ ୮ଟା ୩୦ ରେ ଆରମ୍ଭ କରାଯିବ।

ପ୍ରତ୍ୟେକ ରାଉଣ୍ଡ ଗଣନା ପରେ, ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଫଳାଫଳର ଟ୍ୟାବୁଲେସନ୍ କରାଯିବ। ଏହା ପର୍ଯ୍ୟବେକ୍ଷକ ଅଧିକାରୀଙ୍କ ଦସ୍ତଖତ ସହିତ ଏକ କପି ପ୍ରାର୍ଥୀମାନଙ୍କ ଏଜେଣ୍ଟଙ୍କୁ ପ୍ରଦାନ କରାଯିବ। ଗୋଟିଏ ରାଉଣ୍ଡ ଫଳାଫଳ ଘୋଷଣା ପରେ, ବିସ୍ତୃତ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ରାଉଣ୍ଡର ଗଣନା ପାଇଁ ନିଆଯିବ। ପ୍ରାର୍ଥୀଙ୍କ ଏଜେଣ୍ଟମାନଙ୍କ ଦସ୍ତଖତ ପାଇବା ପରେ ଡାକ ବାଲାଟ ଫଳାଫଳ ମଧ୍ୟ ନିର୍ଦ୍ଦିଷ୍ଟ ଫର୍ମାଟରେ ପ୍ରଦାନ କରାଯିବ।

ଏହି ଗଣନା କାର୍ଯ୍ୟ ପରିଚାଳନା କରିବା ପାଇଁ ୬୭୧ ଗଣନାକାରୀ ପର୍ଯ୍ୟବେକ୍ଷକ, ୧୩୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି। ଗଣନା ବ୍ୟବସ୍ଥାର ତଦାରଖ କରିବା ପାଇଁ ଆୟୋଗ ଦୁଇଜଣ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ନୂଆଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମିରଟ ଏବଂ ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବାରାଣାସୀ ପାଇଁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି।

ସମସ୍ତ ଗଣନା କେନ୍ଦ୍ରରେ ବିସ୍ତୃତ ଏବଂ ପୂର୍ଣ୍ଣ ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା କରାଯାଇଛି। କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିଙ୍କୁ ଗଣତି କେନ୍ଦ୍ରକୁ ପ୍ରବେଶ ଅନୁମତି ପ୍ରଦାନ କରାଯିବ। ସମସ୍ତ ଷ୍ଟ୍ରଙ୍ଗ୍ ରୁମ ଯେଉଁଠାରେ ଭୋଟ ହୋଇଥିବା ଇଭିଏମ୍ ଗୁଡିକ ରଖାଯାଇଛି ସେଠାରେ ସିଆରପିଏଫ ବାହିନୀର କର୍ଡନ୍ ସହିତ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି।  ପ୍ରାର୍ଥୀମାନଙ୍କ ଏଜେଣ୍ଟମାନେ ୨୪ ଘଣ୍ଟିଆ ସିସିଟିଭି କଭରେଜ୍ ମାଧ୍ୟମରେ ଷ୍ଟ୍ରଙ୍ଗ ରୁମ ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଗଣତି କେନ୍ଦ୍ରଗୁଡିକ ଚାରିପାଖେ ଜିଲ୍ଲା ପ୍ରଶାସନ ତରଫରୁ ଧାରା ୧୪୪ ଲାଗୁ କରାଯାଇଛି।

ଗୁରୁବାର ଦିନ ମୋଟ ୬୯୦ଟି ଆସନର ଭୋଟ ଗଣତି କରାଯିବ। ସେଥିମଧ୍ୟରେ ଉତ୍ତର ପ୍ରଦେଶର ୪୦୩, ପଂଜାବର ୧୧୭ଟି ଆସନ, ଉତ୍ତରାଖଣ୍ଡର ୭୦ଟି ଆସନ, ମଣିପୁରର ୬୦ଟି ଆସନ ଏବଂ ଗୋଆର ୪୦ଟି ଆସନର ଭୋଟ ଗଣତି କରାଯିବ। ସର୍ବାଧିକ ୪୦୩ ବିଧାନସଭା ନିର୍ବାଚନମଣ୍ଡଳୀ ଥିବା ଉତ୍ତରପ୍ରଦେଶରେ ୭୫୦ ରୁ ଅଧିକ ଗଣନା କେନ୍ଦ୍ର କରାଯାଇଛି। ସେହିପରି ପଞ୍ଜାବରେ ୨୦୦ ରୁ ଅଧିକଟି ଗଣନା କେନ୍ଦ୍ର କରାଯାଇଛି।

ବିଧାନସଭା ଭୋଟ ଗଣତିର ସମସ୍ତ ସୂଚନା ଜାଣିବା ପାଇଁ ନିର୍ବାଚନ କମିଶନର ବ୍ୟବସ୍ଥା କରିଛନ୍ତି। ନିର୍ବାଚନ କମିଶନରଙ୍କ ୱେବ ସାଇଟରେ ଏହି ଫଳାଫଳ ପ୍ରଦାନ କରିବାର ସମସ୍ତ ବ୍ୟବସ୍ଥା କରାଯାଇଛି।

Categories
ବିଶେଷ ଖବର

ଭୋଟ ଗଣତିରେ ହୋଇପାରେ ଅନିୟମିତତା: ଇଭିଏମକୁ ଜଗିବା ପାଇଁ ନିବେଦନ କଲେ କୃଷକ ନେତା ରାକେଶ ଟିକାଏତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଶେଷ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହା ପୂର୍ବରୁ କୃଷକ ନେତା ରାକେଶ ଟିକାଏତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଭୋଟ୍ ଦେବା ପରେ ଯେଉଁଠାରେ ଇଭିଏମ୍ ରଖାଯାଇଛି ସେହି ସ୍ଥାନଗୁଡିକୁ ଜଗି ରହିବାକୁ ସେ କୃଷକମାନଙ୍କୁ ନିବେଦନ କରିଛନ୍ତି।

ଭାରତ କିଷାନ ୟୁନିଅନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାଏତ ଶନିବାର ବୁଲନ୍ଦସହରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି। ଅସାଧୁ ପ୍ରକ୍ରିୟାରେ ଉତ୍ତରପ୍ରଦେଶର ଅତି କମରେ ୭୦ ଟି ଆସନ ଜିତିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଟିକାଏତ ଆଶଙ୍କା କରିଛନ୍ତି। ମତଗଣନା ପୂର୍ବରୁ ଷ୍ଟ୍ରଙ୍ଗ ରୁମ ପାଖରେ ଜଗି ରହିବାକୁ ସେ କୃଷକମାନଙ୍କୁ ନିବେଦନ କରିଛନ୍ତି। ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ୍ ଗଣନା କରିବାକୁ ସେ କହିଛନ୍ତି।

ଗଣନାରେ ଅନେକ ଅନିୟମିତା ହୋଇପାରେ ବୋଲି ରାକେଶ ଟିକାଏତ ଆଶଙ୍କା କରିଛନ୍ତି। ମାର୍ଚ୍ଚ ୯ ଓ ୧୦ ତାରିଖ ଦିନ ଛୁଟି କରି ଚାଷୀଙ୍କୁ ମତ ଗଣନା ଉପରେ ନଜର ରଖିବାକୁ କହିଛନ୍ତି।

ପ୍ରକାଶ ଥାଉ କି ୭ ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ କରାଯାଉଛି। ଏପର୍ଯ୍ୟନ୍ତ ୬ ଟି ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ହୋଇଛି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ସୋମବାର, ମାର୍ଚ୍ଚ ୭ ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ପର୍ଯ୍ୟାୟରେ ଭୋଟ୍ ଗଣନା ମାର୍ଚ୍ଚ ୧୦ ତାରିଖରେ ଏକକାଳୀନ କରାଯିବ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ରାଜ୍ୟ ନିର୍ବାଚନ କମିଶନର ଘୋଷଣା କଲେ ପଞ୍ଚାୟତ ନିର୍ବାଚନର ଫଳାଫଳ

ଭୁବନେଶ୍ବର: ଆଜି ରାଜ୍ୟ ନିର୍ବାଚନ କମିଶନର ରାଜ୍ୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଗଣତିର ଫଳାଫଳ ଘୋଷଣା କରିଛନ୍ତି। ଗତକାଲି ଏହି ଗଣତି ବିଭିନ୍ନ ବ୍ଲକରେ କରାଯାଇଥିଲା। ତେବେ ସୂଚନା ଅନୁସାରେ

ଗଣନା ତାରିଖ- ୨୭.୦୨.୨୨
ସମୁଦାୟ ଜିଲ୍ଲା ପରିଷଦ ସଦସ୍ୟ -୩୦୫
ଫଳାଫଳ ଘୋଷିତ- ୨୯୫
ବିଜେଡି -୨୬୦
ବିଜେପି – ୧୬
କଂଗ୍ରେସ – ୧୬
ସ୍ବାଧୀନ – ୦୧
ଅନ୍ୟମାନେ – ୦୨

Categories
PanchayatElection ବିଶେଷ ଖବର

ପଞ୍ଚାୟତ ଲଢେଇ: ୫୦୦ ଅତିକ୍ରମ କଲା ବିଜେଡ଼ି, ବହୁତ ପଛରେ ବିରୋଧୀ

ଭୁବନେଶ୍ବର: ଗତକାଲି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ହୋଇଛି। ଏଥିରେ ବିଜେଡ଼ି ୨୮୧ ଟି ଆସନରେ ଆଗୁଆ କିମ୍ବା ବିଜୟ ଲାଭ କରିଥିବା ବେଳେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ତେବେ ଆଜି ମଧ୍ୟ ରାଜ୍ୟର ୩୧୪ ବ୍ଲକର ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବ।

ମୋଟ ୮୫୧- ଫାଳଫଳ/ଆଗୁଆ- ୫୭୧:

ବିଜେଡି- ୫୦୧ ଟିରେ ଆଗୁଆ

ବିଜେପି- ୩୬ ଟିରେ ଆଗୁଆ

କଂଗ୍ରେସ- ୧୫ ଟିରେ ଆଗୁଆ

ଅନ୍ୟାନ୍ୟ-୧୯ ଟିରେ ଆଗୁଆ

Categories
ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ଫଳାଫଳ: ୩୦୦ ଅତିକ୍ରମ କଲା ବିଜେଡ଼ି

ଭୁବନେଶ୍ବର: ଗତକାଲି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ହୋଇଛି। ଏଥିରେ ବିଜେଡ଼ି ୨୮୧ ଟି ଆସନରେ ଆଗୁଆ କିମ୍ବା ବିଜୟ ଲାଭ କରିଥିବା ବେଳେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ତେବେ ଆଜି ମଧ୍ୟ ରାଜ୍ୟର ୩୧୪ ବ୍ଲକର ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବ।

ମୋଟ ୮୫୧- ଫଳାଫଳ/ଆଗୁଆ- ୩୬୮

ବିଜେଡି- ୩୨୩ ଟିରେ ଆଗୁଆ

ବିଜେପି- ୧୮ ଟିରେ ଆଗୁଆ

କଂଗ୍ରେସ- ୧୭ ଟିରେ ଆଗୁଆ

ଅନ୍ୟାନ୍ୟ-୦୫ ଟିରେ ଆଗୁଆ

Categories
ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜାରି: ଦ୍ଵିତୀୟ ସ୍ଥାନକୁ ଉଠିଲା କଂଗ୍ରେସ

ଭୁବନେଶ୍ବର: ଗତକାଲି ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ହୋଇଛି। ଏଥିରେ ବିଜେଡ଼ି ୨୮୧ ଟି ଆସନରେ ଆଗୁଆ କିମ୍ବା ବିଜୟ ଲାଭ କରିଥିବା ବେଳେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ବିରୋଧୀ ଦଳ ଦ୍ଵିତୀୟ ସ୍ଥାନ ପାଇଁ ସଂଘର୍ଷ କରୁଛନ୍ତି। ବିଜେପି ୧୫ ଆସନରେ ଆଗୁଆ କିମ୍ବା ବିଜୟ ହୋଇଥିବା ବେଳେ କଂଗ୍ରେସ ୧୪ ଟି ଆସନରେ ଆଗୁଆ ରହିଛି। ତେବେ ଆଜି ମଧ୍ୟ ରାଜ୍ୟର ୩୧୪ ବ୍ଲକର ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବ।

ମୋଟ ଜିଲ୍ଲାପରିଷଦ- ୮୫୧/ ଗଣତି ଚାଲିଛି- ୩୩୫

ବିଜେଡି-୨୯୪ ଟିରେ ଆଗୁଆ

କଂଗ୍ରେସ- ୧୭ ଟିରେ ଆଗୁଆ

ବିଜେପି- ୧୬ ଟିରେ ଆଗୁଆ

ଅନ୍ୟାନ୍ୟ-୦୫ ଟିରେ ଆଗୁଆ

Categories
ଆଜିର ଖବର ରାଜ୍ୟ ଖବର

ଭୋଟ ଗଣତିରେ ୨୦୦ ଅତିକ୍ରମ କଲା ବିଜେଡ଼ି, ବିଜେପି-କଂଗ୍ରେସ ମଧ୍ୟରେ ଟକ୍କର

ଭୁବନେଶ୍ବର: ଆଜି ସକାଳୁ ଚାଲିଛି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ଏଥିରେ ଆଜି ରାଜ୍ୟର ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଚାଲିଛି। ତେବେ ପ୍ରାରମ୍ଭିକ ସୂଚନା ଅନୁସାରେ ବିଜେଡି ବର୍ତ୍ତମାନ ବେଶ୍ ଆଗରେ ରହିଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତ୍ତମାନର ବିଭିନ୍ନ ଦଳର ଯେଉଁ ସ୍ଥିତି ରହିଛି ତାହା ହେଲା

ବିଜେଡି-୨୦୨ ଟିରେ ଆଗୁଆ

ବିଜେପି- ୨୫ ଟିରେ ଆଗୁଆ

କଂଗ୍ରେସ- ୧୫ ଟିରେ ଆଗୁଆ

ଅନ୍ୟାନ୍ୟ-୦୫ ଟିରେ ଆଗୁଆ

Categories
ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ଭୋଟ ଗଣତି: ବିରୋଧୀ ଦଳଙ୍କୁ ପଛରେ ପକାଇ ଆଗରେ ବିଜେଡ଼ି ପ୍ରାର୍ଥୀ

ଭୁବନେଶ୍ବର: ଆଜି ସକାଳୁ ଚାଲିଛି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ଏଥିରେ ଆଜି ରାଜ୍ୟର ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଚାଲିଛି। ତେବେ ପ୍ରାରମ୍ଭିକ ସୂଚନା ଅନୁସାରେ ବିଜେଡି ବର୍ତ୍ତମାନ ବେଶ୍ ଆଗରେ ରହିଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତ୍ତମାନର ବିଭିନ୍ନ ଦଳର ଯେଉଁ ସ୍ଥିତି ରହିଛି ତାହା ହେଲା

ବିଜେଡି-୧୮୯ ଟିରେ ଆଗୁଆ

ବିଜେପି- ୨୪ ଟିରେ ଆଗୁଆ

କଂଗ୍ରେସ- ୧୪ ଟିରେ ଆଗୁଆ

ଅନ୍ୟାନ୍ୟ-୦୪ ଟିରେ ଆଗୁଆ

Categories
PanchayatElection ଆଞ୍ଚଳିକ

ଚିଲିକା: ଆସନ୍ତାକାଲିଠୁ ଆରମ୍ଭ ହେବ ଭୋଟ ଗଣତି, ଜାଣନ୍ତୁ କିଭଳି ରହିଛି ପ୍ରଶାସନର ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ଆଉ କିଛି ଘଣ୍ଟା ମଧ୍ୟରେ ଆସିବ ପଂଚାୟତ ନିର୍ବାଚନ ଫଳା ଫଳ। ଘୋଷଣା ହେବେ ପଂଚାୟତ ମୁଖିଆ। ସେଥିପାଇଁ ସମସ୍ତଙ୍କ ମନରେ ଭରି ରହିଛି ଉତ୍ସୁକତା। ପଂଚାୟତ ଫଳା ଫଳ ଘୋଷଣା ହେବାକୁ ମାତ୍ର ଆଉ କେଇ ଘଣ୍ଟା ବାକି ଥିବା ବେଳେ ବ୍ଲକ ପ୍ରଶାସନ ଆରମ୍ଭ କରିଛି ସମସ୍ତ ପ୍ରକାର ପ୍ରସ୍ତୁତି।

ଖୋର୍ଦ୍ଧା ଜିଲା ବାଣପୁର ଓ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସମସ୍ତ ପ୍ରକାର ପ୍ରସ୍ତୁତି। ବାଣପୁର ବ୍ଲକର ତଳ ମହଲାରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ବ୍ୟାଲଟ ବାକ୍ସ ରହିଥିବା ବେଳେ ଚିଲିକା ବ୍ଲକର ଉପର ମହଲାରେ କରାଯାଇଛି ଭୋଟ ଗଣତି ବ୍ୟବସ୍ଥା। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ଉଭୟ ବ୍ଲକ ଷ୍ଟ୍ରଙ୍ଗ୍ ରୁମକୁ ୨୪ ଘଣ୍ଟିଆ ସି ସି ଟିଭି ନଜରରେ ରଖାଯାଇଛି, ଯାହାକୁ ସିଧାସଳଖ ପ୍ରାର୍ଥୀ ଅବା ସମର୍ଥକମାନେ ବ୍ଲକ ବାହାରେ ବ୍ୟାଲଟ ବାକ୍ସକୁ ଏଲସିଡ଼ି ଜରିଆରେ ନଜର ରଖିପାରୁଛନ୍ତି।

ଆସନ୍ତାକାଲି ୨୬ ତାରିଖରେ ଚିଲିକା ବ୍ଲକର ୪ ନମ୍ବର ଜୋନ ଓ ବାଣପୁର ବ୍ଲକର ୧୩ ନମ୍ବର ଜୋନର ଭୋଟ ଗଣତି ହେବାକୁ ଥିବା ବେଳେ ୨୭ ତାରିଖରେ ଚିଲିକା ବ୍ଲକର ୫ ନମ୍ବର ଜୋନ ଓ ବାଣପୁର ବ୍ଲକର ୧୪ ନମ୍ବର ଜୋନ ଏବଂ ୨୮ ତାରିଖରେ ଚିଲିକା ବ୍ଲକର ୬ ନମ୍ବର ଜୋନ ଓ ବାଣପୁର ବ୍ଲକର ୧୫ ନମ୍ବର ଜୋନର ଭୋଟ ଗଣତି ହେବ।

ଭୋଟ ଗଣତି ସକାଳ ୮ ଟା ରୁ ଆରମ୍ଭ ହେବାକୁ ଥିବା ବେଳେ ୭ ଘଟିକା ସୁଦ୍ଧା ଭୋଟ ଗଣତିରେ ସାମିଲ ହେବାକୁ ଥିବା ସମସ୍ତ କର୍ମଚାରୀ ଉପସ୍ଥିତ ହେବେ। କାଲି ବାଣପୁର ବ୍ଲକରେ ୫ ଗୋଟି ଟେବୁଲରେ ଭୋଟ ଗଣତି ହେବାକୁ ଥିବାବେଳେ ଚିଲିକା ବ୍ଲକରେ ୬ ଗୋଟି ଟେବୁଲରେ ଭୋଟ ଗଣତି ହେବ। ଉଭୟ କାଉଣ୍ଟିଂ ହଲରେ ମଧ୍ୟ ଡବଲ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଉଭୟ ବ୍ଲକରେ ଭୋଟ ଗଣତି ହେବା ସମୟରେ ପ୍ରଶାସନ ପକ୍ଷରୁ ଭିଡିଓଗ୍ରାଫି କରାଯିବ। ଏହା ସହ ଗଣତି ପ୍ରକ୍ରିୟାକୁ ଉଭୟ ବ୍ଲକ ବାହାରେ ଏଲସିଡ଼ି ମାଧ୍ୟମରେ ପ୍ରାର୍ଥୀଙ୍କ ସମର୍ଥକ ମାନେ ଦେଖିପାରିବେ।

ସେହିପରି ଭାବେ ଉଭୟ ବ୍ଲକ ବାହାରେ ଡବଲ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଏ ନେଇ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ଏବଂ ଚିଲିକା ବିଡ଼ିଓ ସୁଷମା ବାରିକ ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଜିଲ୍ଲା ପୋଲିସ ପକ୍ଷରୁ କଣ କଣ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ଏସପି ସୁରେଶ କୁମାର ଦାସଙ୍କୁ ପଚାରିବାରୁ ପ୍ରତ୍ୟେକ ବ୍ଲକରେ ଜଣେ ଲେଖାଏଁ ଡ଼ିଏସପି ଦାଇତ୍ୱରେ ରହିବେ ବୋଲି କହିଛନ୍ତି ଶ୍ରୀ ଦାସ। ଟାଙ୍ଗୀ ବ୍ଲକ ପାଇଁ ଡ଼ିଏସପି ସୁଜିତ କୁମାର ପଣ୍ଡା, ଚିଲିକା ବ୍ଲକ ପାଇଁ ଡ଼ିଏସପି ନିରୁପମା ମଲ୍ଲିକ ଓ ରମାକାନ୍ତ ମାହାଲିକ ଏବଂ ବାଣପୁର ବ୍ଲକ ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଦାଇତ୍ୱରେ ରହିବେ।

ତତ ସହିତ ପ୍ରତି ବ୍ଲକରେ ଏକ ପ୍ଲାଟୁନ ଫୋର୍ସ ଦିଆଯାଇଥିବାବେଳେ ବାଣପୁର ବ୍ଲକକୁ ଅତିରିକ୍ତ ଏକ ପ୍ଲାଟୁନ ଫୋର୍ସ ଦିଆଯାଇଥିବାର କହିଛନ୍ତି ଅତିରିକ୍ତ ଏସପି ଶ୍ରୀ ଦାସ। ବ୍ଲକ ପରିସର ମଧ୍ୟକୁ କାହାରିକୁ ବି ଯିବାପାଇଁ ଅନୁମତି ନାହିଁ। କେବେଳ ପ୍ରାର୍ଥୀ କିମ୍ବା କାଉଣ୍ଟିଂ ଏଜେଣ୍ଟ ପାସ ଦେଖାଇ ଭିତରକୁ ଯାଇପାରିବେ।

ଅନୁରୂପ ଭାବେ କାଉଣ୍ଟିଂ ହଲରେ କୌଣସି ପ୍ରକାର ବୈଦ୍ୟୁତିକ ଯନ୍ତ୍ରପାତି ଯଥା ମୋବାଇଲ, ସ୍ପାୟ କ୍ୟାମେରା ଆଦି ନେବାକୁ ବାରଣ କରାଯାଇଛି। ସମସ୍ତ ବ୍ଲକରେ ପୋଲିସର କଡ଼ା ପ୍ରହରା ଜାରୀ ରହିବ ବୋଲି ଅତିରିକ୍ତ ଏସପି ଶ୍ରୀ ଦାସ କହିଛନ୍ତି।

ସୂଚନା ଥାଉକି ଚଳିତ ପଞ୍ଚାୟତ ନିର୍ବାଚନରେ ଚିଲିକା ବ୍ଲକର ୧୭ ଗୋଟି ପଂଚାୟତର ୨୩୩ ଗୋଟି ବୁଥରେ ସମୁଦାୟ ୭୦ ହଜାର ୫ ଶହ ୪୬ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିଥିବା ବେଳେ ବାଣପୁର ବ୍ଲକର ୧୭ ଗୋଟି ପଂଚାୟତର ୨୨୫ ଗୋଟି ବୁଥରେ ସମୁଦାୟ ୭୧ ହଜାର ୪ ଶହ ୫୭ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ: ଭୋଟ ଗଣତି ପାଇଁ ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ଵର: ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଯାଇଛି। ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ହେବାକୁ ଥିବା ବେଳେ ୨୪ ତାରିଖରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ତେବେ ଆସନ୍ତା ୨୬ ତାରିଖରୁ ଭୋଟ ଗଣତି ଆରମ୍ଭ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

ଭୋଟ ଗଣତି କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ। ଦୁଇଟି ଡୋଜ୍ ଟିକା ନେଇଥିବା ବ୍ୟକ୍ତି ହିଁ ଭୋଟ ଗଣତି କେନ୍ଦ୍ରକୁ ଯାଇପାରିବେ। ତଥାପି ଗଣତିର ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ରିପୋର୍ଟ ଜରୁରୀ।

ଆସନ୍ତା ୨୪ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ହେବ।

Categories
ଆଜିର ଖବର ଜାତୀୟ ଖବର

ତ୍ରିପୁରା ମ୍ୟୁନିସିପାଲିଟି ନିର୍ବାଚନରେ ବିଜେପିର ବିପୁଳ ବିଜୟ, ୨୨୨ଟି ମଧ୍ୟରୁ ଜିତିଛି ୨୧୭ ଟି ଆସନ

ନୂଆଦିଲ୍ଲୀ: ଅଗରତାଲା ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ତ୍ରିପୁରାର ୧୩ ଟି ମ୍ୟୁନିସିପାଲିଟି ସଂସ୍ଥାରେ ୨୨୨ ଟି ଆସନର ଭୋଟ ଗଣତି ଶେଷ ହୋଇଛି। ଏଥିରେ ବିଜେପି ବିପୁଳ ବିଜୟ ହାସଲ କରିଛି। ମୋଟ ୨୨୨ ଟି ଆସନ ମଧ୍ୟରୁ ୨୧୭ଟି ଆସନ ଜିତି ବିଜେପି ବିରୋଧୀ କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଅନ୍ୟମାନଙ୍କୁ ପରାସ୍ତ କରିଛି। ଯଦି ନିର୍ବିରୋଧ ​​ନିର୍ବାଚିତ ଆସନଗୁଡିକ ଅନ୍ତର୍ଭୂକ୍ତ କରାଯାଏ, ତେବେ ୩୩୪ ଟି ଆସନ ମଧ୍ୟରୁ ୩୨୯ ଟି ବିଜେପିକୁ ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

Pipili Bye Election Result: ଶେଷ ହେଲା ପୋଷ୍ଟାଲ ବାଲଟ, ଜାରି ରହିଛି ଇଭିଏମ ଗଣତି

ଭୁବନେଶ୍ବର: ଆଜି ସକାଳ ଆଠଟାରୁ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପୁରୀର ପେଣ୍ଠକଟା ୱେରା ହାଉସରେ ଏହି ଗଣତି ଚାଲିଛି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯାଇଥିଲା। ଏହାର 30 ମିନଟ ପରେ ଉଭୟ ପୋଷ୍ଟାଲ ଏବଂ ଇଭିଏମ ଗଣତି ଚାଲିଥିଲା। ବର୍ତ୍ତମାନ ପୋଷ୍ଟାଲ ବାଲଟ ଗଣତି ଶେଷ ହୋଇଥିବା ବେଳେ ଇଭିଏମ ଗଣତି ଚାଲିଛି।

ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ଗଣିତ ସ୍ଥାନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ପୋଲିସ ସହିତ ରାଜ୍ୟ ଆର୍ମଡ ଫୋର୍ସ, ସିଏପିଏଫ। ପ୍ରତିଟି କାଉଣ୍ଟିଂ ହଲ ନିକଟରେ ଆର୍ମଡ ଫୋସ, କାଉଣ୍ଟି କେନ୍ଦ୍ରରେ ସିଏପିଏଫ ଏବଂ ବାହାରେ ସ୍ଥାନୀୟ ପୋଲିସ ତଦାରଖ କରିବେ। ଅପରାହ୍ନ ସୁଦ୍ଧା ଫଳାଫଳ କଣ ହେବ ତାହା ଜଣାପଡିଯିବ।

Categories
ଆଜିର ଖବର

ଆଉ କିଛି ସମୟ ପରେ ଆରମ୍ଭ ହେବ ପିପିଲି ଉପନିର୍ବାଚନ ଭୋଟ ଗଣତି, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଉପନିର୍ବାଚନର ଭୋଟ ଗଣତି କାର୍ଯ୍ୟ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁସାରେ ସକାଳ ଆଠଟାରେ ଏହି ଗଣତି ଆରମ୍ଭ ହେବ। ସେଥିପାଇଁ ପୁରୀର ପେଣ୍ଠକଟା ୱେର ହାଉସିଂରେ ସମସ୍ତ ବ୍ୟବସ୍ଥା କରାଯାଇଛି।

ପ୍ରଥମେ ବାଲଟ ଭୋଟ ଗଣତି କରାଯିବ। ଏହାର 30 ମିନଟ ପରେ ଉଭୟ ଇଭିଏମ ଏବଂ ବାଲଟ ପେପର ଭୋଟ ଗଣତି ହେବ। ସେଥିପାଇଁ ସେଠାରେ ତିନୋଟି ହଲ କରାଯାଇଛି। ପ୍ରତି ହଲରେ ସାତୋଟି ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ତିନିଜଣ ଗଣତି ଅଧିକାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ।

ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ଗଣିତ ସ୍ଥାନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ପୋଲିସ ସହିତ ରାଜ୍ୟ ଆର୍ମଡ ଫୋର୍ସ, ସିଏପିଏଫ। ପ୍ରତିଟି କାଉଣ୍ଟିଂ ହଲ ନିକଟରେ ଆର୍ମଡ ଫୋସ, କାଉଣ୍ଟି କେନ୍ଦ୍ରରେ ସିଏପିଏଫ ଏବଂ ବାହାରେ ସ୍ଥାନୀୟ ପୋଲିସ ତଦାରଖ କରିବେ। ଅପରାହ୍ନ ସୁଦ୍ଧା ଫଳାଫଳ କଣ ହେବ ତାହା ଜଣାପଡିଯିବ।                                                ଫଟୋ- ପୂର୍ବ ସଂଗୃହିତ

Categories
ଜାତୀୟ ଖବର ବିଶେଷ ଖବର

କରୋନା କଟକଣା ଭିତରେ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି। 27 ମାର୍ଚ୍ଚରୁ 29 ଏପ୍ରିଲ ପର୍ଯ୍ୟନ୍ତ ଏହି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଚାରିଟି ଲୋକସଭା ଏବଂ 12 ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଭୋଟ୍ ମଧ୍ୟ ଗଣନା କରାଯାଉଛି।

ଭୋଟିଂ ଟ୍ରେଣ୍ଡ ଏବଂ ଫଳାଫଳ ନିର୍ବାଚନ ଆୟୋଗ ୱେବସାଇଟରେ ଉପଲବ୍ଧ ହୋଇଛି। ସେହିପରି ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ସର୍ବଶେଷ ଧାରା ଏବଂ ଫଳାଫଳ ମଧ୍ୟ ଯୋଗାଇ ଦିଆଯାଉଛି। ଭୋଟର ହେଲ୍ପଲାଇନ ମୋବାଇଲ୍ ଆପ୍ ମାଧ୍ୟମରେ ଟ୍ରେଣ୍ଡ ଏବଂ ଫଳାଫଳ ମଧ୍ୟ ଦେଖିବାକୁ ବ୍ୟବସ୍ଥା କରାଯାଇଛି।

କୋଭିଡ ମହାମାରୀର ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଗଣନା କେନ୍ଦ୍ରରେ କୋଭିଡଙ୍କ ପାଇଁ ନିର୍ବାଚନ ଆୟୋଗ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି। COVID ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି।

କୌଣସି ପ୍ରାର୍ଥୀ କିମ୍ବା ଏଜେଣ୍ଟଙ୍କୁ ଆରଟିପିସିଆର କିମ୍ବା ଦ୍ରୁତ ଆଣ୍ଟିଜେନ୍ ଯାଞ୍ଚ ବିନା ଗଣନା ହଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ। ତେବେ, କୋଭିଡ ଟିକା ଗ୍ରହଣ କରୁଥିବା ଲୋକଙ୍କୁ ଗଣନା ହଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ଗଣନା କେନ୍ଦ୍ର ବାହାରେ ଲୋକଙ୍କ ସମାବେଶକୁ ଆୟୋଗ ବାରଣ କରିଛନ୍ତି।

କୋଭିଡ ଲକ୍ଷଣ ଥିବା କୈଣସି ବ୍ୟକ୍ତିଙ୍କୁ ଗଣନା କେନ୍ଦ୍ରରେ ପ୍ରବେଶ କରିବାକୁ ଦିଆଯାଇ ନାହିଁ। ନିର୍ବାଚନ ଆୟୋଗ ବିଜୟ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। ସାର୍ଟିଫିକେଟ୍ ପାଇବା ପାଇଁ କେବଳ ଦୁଇ ଜଣ ବିଜେତା ପ୍ରାର୍ଥୀଙ୍କ ସହିତ ଯାଇପାରିବେ।

ତାମିଲନାଡୁର 2 ଶହ 34 ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭାରେ  ଆସନ ପାଇଁ ଭୋଟ୍ ଗଣନା ମଧ୍ୟ ଆରମ୍ଭ ହୋଇଛି। ଏପ୍ରିଲ 6 ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ତିନି ହଜାର ତିନି ଶହ 98 ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।

କୋଭିଡ ମହାମାରୀ ଅବସ୍ଥା ସତ୍ତ୍ବେ ରାଜ୍ୟରେ 72.8 ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ପୋଷ୍ଟାଲ ବାଲାଟ ଗଣନା କରାଯାଉଛି। ଗତକାଲି ପର୍ଯ୍ୟନ୍ତ ମୋଟ ପାଞ୍ଚ ଲକ୍ଷ 64 ହଜାର ଡାକ ବାଲାଟ୍ ପଞ୍ଜିକୃତ ହୋଇଥିଲା। 16 ହଜାର ତିନି ଶହ 87 ଲୋକ ରାଜ୍ୟର 75 ଟି ଗଣନା କେନ୍ଦ୍ରରେ ଭୋଟ୍ ଗଣନାରେ ନିୟୋଜିତ ଅଛନ୍ତି।

ପୁଡୁଚେରୀରେ ଥିବା ପୋଷ୍ଟାଲ ଗଣନା ଜାରି ରହିଛି। ପୁଡୁଚେରୀ ଅଞ୍ଚଳର 23 ଟି ନିର୍ବାଚନମଣ୍ଡଳୀରେ ତିନୋଟି କେନ୍ଦ୍ରରେ ଗଣନା କରାଯାଉଛି। ଗଣନାକାରୀ ଏଜେଣ୍ଟଙ୍କ ସଂଖ୍ୟା ହ୍ରାସ କରିବାକୁ ନିର୍ବାଚନ ବିଭାଗ ତିନୋଟି ବ୍ୟାଚ୍ ନିର୍ବାଚନମଣ୍ଡଳୀରେ ଭୋଟ୍ ଗଣିବା ପାଇଁ ଯୋଜନା ପ୍ରସ୍ତୁତ କରିଛି।