ପଞ୍ଚାୟତ ଲଢେଇ: ୫୦୦ ଅତିକ୍ରମ କଲା ବିଜେଡ଼ି, ବହୁତ ପଛରେ ବିରୋଧୀ

Published: Feb 27, 2022, 12:06 pm IST

ଭୁବନେଶ୍ବର: ଗତକାଲି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ହୋଇଛି। ଏଥିରେ ବିଜେଡ଼ି ୨୮୧ ଟି ଆସନରେ ଆଗୁଆ କିମ୍ବା ବିଜୟ ଲାଭ କରିଥିବା ବେଳେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ତେବେ ଆଜି ମଧ୍ୟ ରାଜ୍ୟର ୩୧୪ ବ୍ଲକର ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବ।

ମୋଟ ୮୫୧- ଫାଳଫଳ/ଆଗୁଆ- ୫୭୧:

ବିଜେଡି- ୫୦୧ ଟିରେ ଆଗୁଆ

ବିଜେପି- ୩୬ ଟିରେ ଆଗୁଆ

କଂଗ୍ରେସ- ୧୫ ଟିରେ ଆଗୁଆ

ଅନ୍ୟାନ୍ୟ-୧୯ ଟିରେ ଆଗୁଆ

Related posts