Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶପଥ ଗ୍ରହଣ ଉତ୍ସବରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ, ସାରା ଦେଶରେ ପ୍ରଶଂସା
ଜାତୀୟ ଖବର

ଶପଥ ଗ୍ରହଣ ଉତ୍ସବରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ, ସାରା ଦେଶରେ ପ୍ରଶଂସା

June 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶପଥ ଗ୍ରହଣ ଉତ୍ସବରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ, ସାରା ଦେଶରେ ପ୍ରଶଂସା

ଭୁବନେଶ୍ବର: ବୁଧବାର ଦିନ ହୋଇଥିବା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଯେତିକି ଚର୍ଚ୍ଚା ହୋଇ ନାହିଁ ତାହାଠାରୁ ଅଧିକ ଚର୍ଚ୍ଚା ହୋଇଛି ନବୀନ ପଟ୍ଟନାୟକଙ୍କ ଯୋଗଦାନ। ଏହି ଖବର ବୁଧବାର ରାତିସାରା ଟ୍ରେଣ୍ଡିଂ ହେବାରେ ଲାଗିଛି। ଜାତୀୟ ଗଣମାଧ୍ୟମ ବିଭିନ୍ନ ଟିପଣୀ ଦେଇ ନବୀନଙ୍କ ଏହି ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଛନ୍ତି। କହିବାକୁ ଗଲେ ସେହି ଉତ୍ସବରେ ପ୍ରକୃତରେ ହିରୋ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଉତ୍ସବରେ ନବୀନ ପଟ୍ଟନାୟକ ପହଞ୍ଚିବା ପରେ ତାଙ୍କୁ ମଞ୍ଚକୁ ପାଛୋଟି ନେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ମଞ୍ଚରେ ଉପସ୍ଥିତ ହେବା ମାତ୍ରେ ତାଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ସ୍ବାଗତ କରି ବସିବା ପାଇଁ ଇସାରା କଲେ। ତାପରେ ଆଗଧାଡିରେ ବସିଥିବା ଜେପି ନଡ୍ଡା, ନୀତିନ ଗଡକରୀ, ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତେ ଉଠି ନବୀନଙ୍କୁ ସ୍ବାଗତ କରିଥିଲେ। ଏହାପରେ ନବୀନ ଧର୍ମେନ୍ଦ୍ର ଏବଂ ଜେ ପି ନଡ୍ଡାଙ୍କ ମଝି ଚଉକୀରେ ବସିଥିଲେ।

ସେହିପରି ମଞ୍ଚକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବା ପରେ ସେ ନବୀନଙ୍କ ପାଖକୁ ଦଉଡି ଯାଇ ଅଭିନନ୍ଦନ ଜଣାଇଥିଲେ। ସମସ୍ତେ କିଛି କିଛି ସମୟ କଥା ହୋଇ ନିଜ ଆସନ ଅଂଳଙ୍କୃତ କରୁଥିଲେ। ଏହାପରେ ଶପଥ ପାଠ ଶେଷ ହେବା ପରେ ଖୋଦ ପ୍ରଧାନମନ୍ତ୍ରୀ ନବୀନଙ୍କ ପାଖକୁ ଆସି ହାତ ମର୍ଦ୍ଦନ କରିବା ସହିତ କିଛି ସମୟ ପାଇଁ କଥା ହୋଇଥିଲେ। ଏହାପରେ ସମସ୍ତଙ୍କୁ ନମସ୍କାର କରିବା ପାଇଁ ନୂଆ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ମଣ୍ଡଳକୁ ପ୍ରଧାନମନ୍ତ୍ରୀ ଇସାରା ଦେଇଥିଲେ।

ଏକ ବିରୋେଧୀ ଦଳର ଶପଥ ପାଠ ଉତ୍ସବରେ ନବୀନ ପଟ୍ଟନାୟକ ଯୋଗ ଦେବା ନେଇ ଉପସ୍ଥିତ ଜନତା ବେଶ ପ୍ରଶଂସା କରିଥିଲେ। ଏପରିକି ସବୁ ଜାତୀୟ ଗଣମାଧ୍ୟମରେ ଏହା ପ୍ରମୁଖ ଚର୍ଚ୍ଚାର କେନ୍ଦ୍ର ହୋଇଥିଲା। ଏହା ହେଉଛି ପ୍ରକୃତ ଗଣତନ୍ତ୍ର ବୋଲି ଗଣମାଧ୍ୟମ ପ୍ରତିନିଧିମାନେ କହିଥିଲେ। ସେହି ଖବର ସବୁ ସାମାଜିକ ଗଣମାଧ୍ୟମରେ ବେଶ ଟ୍ରେଣ୍ଡିଂ କରିଥିଲା। ନବୀନଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026
Latest News

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.