Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବ ନିର୍ବାଚିତ ବିଜେପି ସାଂସଦ ଓ ବିଧାୟକଙ୍କୁ ଦିଆଗଲା ସମ୍ବର୍ଦ୍ଧନା, ଜାଣନ୍ତୁ ଏହି ସଭାରେ କିଏ କଣ କହିଲେ
ଜାତୀୟ ଖବର

ନବ ନିର୍ବାଚିତ ବିଜେପି ସାଂସଦ ଓ ବିଧାୟକଙ୍କୁ ଦିଆଗଲା ସମ୍ବର୍ଦ୍ଧନା, ଜାଣନ୍ତୁ ଏହି ସଭାରେ କିଏ କଣ କହିଲେ

June 30, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନବ ନିର୍ବାଚିତ ବିଜେପି ସାଂସଦ ଓ ବିଧାୟକଙ୍କୁ ଦିଆଗଲା ସମ୍ବର୍ଦ୍ଧନା, ଜାଣନ୍ତୁ ଏହି ସଭାରେ କିଏ କଣ କହିଲେ

ଭୁବନେଶ୍ୱର: ଓଡ଼ିଶାର ସାଢ଼େ ୪ କୋଟି ଜନତାଙ୍କ ଆଶୀର୍ବାଦରେ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡିଶାରେ ବିଜେପିକୁ ଏହି ସଫଳତା ମିଳିପାରିଛି। ରାଜ୍ୟବାସୀ ଏଥର ୭୮ ଜଣ ବିଧାୟକ ଏବଂ ୨୦ ଜଣ ସାଂସଦଙ୍କୁ ନିର୍ବାଚିତ କରି ବିଧାନସଭା ଏବଂ ଲୋକସଭାକୁ ପ୍ରତିନିଧିଭାବେ ପଠାଇଛନ୍ତି।

ବିଜେପି ସରକାର ଓଡିଶା ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବ। ଲୋକଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦିଆଯିବ। ନିର୍ବାଚନ ପୂର୍ବରୁ ଦିିଆଯାଇଥିବା ବାର୍ତା “ଆମେ ଶୋଇବା ନାହିଁ କି କାହାକୁ ଶୋଇବାକୁ ଦେବା ନାହିଁ”କୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି କାର୍ଯ୍ୟକର୍ତା। ଗତ ୨୫ ବର୍ଷରେ ଯାହା ହୋଇନି ଆସନ୍ତା ୫ବର୍ଷରେ ପରିଶ୍ରମ କରି ବିଜେପି ସରକାର ତାହା ସମ୍ଭବ କରି ଦେଖାଇବ ବୋଲି ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ନୂତନ ବିଧାୟକ ଓ ସାଂସଦମାନଙ୍କୁ “ସମ୍ବର୍ଦ୍ଧନା ସଭା”ରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

“ମୁଁ ଏକ ବିନ୍ଦୁ, ସିନ୍ଧୁ ସପନ ଦେଖିଛି। ସେହି ବିନ୍ଦୁମାନଙ୍କର ସ୍ୱପ୍ନ ଆଜି ସିନ୍ଧୁର ରୂପ ନେଇଛି। ଏହି ସିନ୍ଧୁର ମହାପ୍ରବାହର କୁଳରେ ବସି ସେହି ବିନ୍ଦୁମାନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରୁଛି” ବୋଲି ଏହି ସମ୍ବର୍ଦ୍ଧନା ସଭାରେ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ମହାପ୍ରଭୁ ଶୀଜଗନ୍ନାଥଙ୍କ ଆର୍ଶବାଦରୁ ବିଜେପି ପୂର୍ଣ୍ଣସଂଖ୍ୟା ଗରିଷ୍ଠତା ହାସଲ କରି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ଏହି ବିଜୟ ପଛରେ ଅନେକ ପିଢୀର ବଳିଦାନ ଓ ବର୍ତମାନ କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ରହିଛି। ମୋ ଭଳି ଜଣେ ସାଧାରଣ କାର୍ଯ୍ୟକର୍ତା, ଛୋଟିଆ ଶିଶୁ ମନ୍ଦିରର ଶିକ୍ଷକରୁ ପୁଣି ସରପଂଚର ସଂଘର୍ଷ ରାସ୍ତାରେ ଚାଲୁଚାଲୁ ମୁଖ୍ୟମନ୍ତ୍ରୀ ଆସନରେ ମୋତେ ରାଜ୍ୟବାସୀ ବସାଇଛନ୍ତି।

ଓଡ଼ିଆ ଲୋକଙ୍କ ଜନାଦେଶକୁ ପାଳନ କରିବାର ଆମେ କେବଳ ମାଧ୍ୟମ ହେବୁ। ବିଜେପି ସରକାର ମହିଳା, କୃଷକ, ଯୁବକ , ଆଦିବାସୀ, ଦଳିତ ଓ ପଛୁଆ ବର୍ଗକୁ ପ୍ରାଥମିକତା ଦେବ।ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର ୧୭ରୁ ସୁଭଦ୍ରା ଯୋଜନା ଲାଗୁ ହେବ। ଏହି ଯୋଜନାରେ ରାଜ୍ୟର ସବୁ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଭାଉଚର ଯୋଗାଇ୍ ଦିଆଯିବ। ଚାଷୀମାନଙ୍କୁ ବିନା କଟନୀ ଛଟନୀରେ ବୋନସ୍ ଦିଆଯିବ। ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ଯୁବପିଢ଼ୀର ରୋଜଗାର ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଏହା ଛଡ଼ା ଗାଁର ଗରିବ, ଖଟିଖିଆ, ମଜୁରିଆଙ୍କୁ ସମ୍ମାନର ସହ ବଂଚିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଥିଲେ।

ଆଜି ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ବିଜେପି ସରକାରର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ସାଢେ ୪ କୋଟି ଓଡ଼ିଆ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନିକଟରେ ସମର୍ପିତ । ହଜାର ହଜାର ବର୍ଷ ପୂର୍ବେ ଲଢେଇ କରିଥିବା କଳିଙ୍ଗ ଯୁଦ୍ଧର ସଂଗ୍ରାମୀଗଣ, ସଂଗ୍ରାମୀ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ବାଜି ରାଉତ, ହରେକୃଷ୍ଣ ମହତାବ, ମଧୁସୂଦନ ଦାସ, ଗଙ୍ଗାଧର ମେହେର, ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ଫକୀରମୋହନ ସେନାପତିଙ୍କ ନିକଟରେ ସମର୍ପିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ଏକ ଜାତୀୟ ଦଳ ଓଡ଼ିଶାରେ ‘ଓଡ଼ିଆ ଅସ୍ମିତା’ ପରି ଆଞ୍ଚଳିକ ଆବେଗକୁ ପ୍ରସଙ୍ଗ କରିଥିବାରୁ କୃତଜ୍ଞତା ଜଣାଉଛି।

ବିଜେପିକୁ ଏକଦା ପୋଷ୍ଟର ପାର୍ଟୀ ବୋଲି କୁହାଯାଉଥିବାବେଳେ ଆଜି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି ବିଜେପି। ରାଜ୍ୟବାସୀ ଆମକୁ ଯେଉଁ ଗୁରୁଦାୟୀତ୍ୱ ପ୍ରଦାନ କରିଛନ୍ତି, ତାକୁ ଆମେ ସମସ୍ତେ ପ୍ରତିବଦ୍ଧତାର ସହିତ ପାଳନ କରିବା। ପ୍ରତ୍ୟେକ କାର୍ଯ୍ୟକର୍ତା ନିଜ ବ୍ୟବହାର, ଆଚରଣ, ସ୍ୱଭାବରେ ପରିବର୍ତନ ନଆଣି ନମ୍ରତାର ସହିତ ଓଡିଶାବାସୀଙ୍କ ସେବା କାର୍ଯ୍ୟ କରିବା ହେଉଛି ଆମ ସମସ୍ତଙ୍କ ପାଇଁ ଆହ୍ୱାନ। ବିକଶିତ ଓଡିଶା ଗଠନ ଆମ ସମସ୍ତଙ୍କ ମୁଳ ଲକ୍ଷ୍ୟ ହେବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଛନ୍ତି।

ଅତୀତରେ ଓଡିଶାକୁ ପ୍ରତ୍ୟେକ କ୍ଷେତ୍ରରେ ଅବହେଳା କରାଯାଉଥିଲା। ମୋଦି ସରକାର ଅମଳରେ ଏହା ପରିବର୍ତନ ହୋଇଛି ଏବଂ ଓଡିଶାକୁ ପ୍ରାଧାନ୍ୟ ଦିଆଯାଉଛି । ବିଶେଷ ଭାବେ ରେଳ ବିକାଶ କ୍ଷେତ୍ରରେ ଓଡିଶାକୁ ପ୍ରତି ବର୍ଷ ଦଶ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଆର୍ଥୀକ ଅନୁଦାନ ଆସୁଛି। ନୂତନ ରେଳ ଲାଇନ, ବିଦ୍ୟୁତିକରଣ, ପ୍ଲାଟଫର୍ମ ସମେତ ଭିତିଭୁମି ସୁଦୃଢ କରାଯାଇଛି। ବର୍ତମାନ ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ ହୋଇଛି ଏବଂ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରାଯାଇ ତ୍ୱରିତ ବିକାଶ କରାଯିବ। ଜଗନ୍ନାଥ ଭକ୍ତଙ୍କ ସୁବିଧା ପାଇଁ ଚଳିତ ବର୍ଷ ରଥଯାତ୍ରା ପାଇଁ ୩୧୫ଟି ସ୍ୱତନ୍ତ୍ର ଯାତ୍ରୀବାହୀ ରେଳ ଚଳାଚଳ କରିବ ବୋଲି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ଲଗାତାର ତୃତୀୟ ଥର ପାଇଁ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟୀତ୍ୱ ନେବା ପରେ ଆଜି ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଏକାଠି ହୋଇ ଶୁଣିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ବୃକ୍ଷଚାରା, ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ ଓ ବିଧାୟକମାନଙ୍କୁ ପାର୍ଟୀ ତରଫରୁ ବୃକ୍ଷଚାରା, ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କାରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ସୀମାଚଂଳ ଖଟେଇ, ସାରଦା ପ୍ରସାଦ ଶତପଥୀ, ପୂର୍ଣ୍ଣିମା କେରକେଟା, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ପ୍ରମୁଖ ମଂଚ ପରିଚାଳନା କରିଥିଲେ।

ବିଜେପି ବିଧାୟକ ସମ୍ବର୍ଦ୍ଧନା ସାଂସଦଙ୍କୁ ସ୍ବାଗତ
Share. Facebook Twitter LinkedIn Email WhatsApp Copy Link

Related Posts

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025
Latest News

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.