Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶହୀଦଙ୍କ ପରିବାରଙ୍କୁ ମିଳେ ନାହିଁ ସହାୟତା!, ରାହୁଲଙ୍କ ଦାବି ଉପରେ ଏହି ଅଗ୍ନିବୀରଙ୍କ ପିତା କ’ଣ କହିଲେ?
ଜାତୀୟ ଖବର

ଶହୀଦଙ୍କ ପରିବାରଙ୍କୁ ମିଳେ ନାହିଁ ସହାୟତା!, ରାହୁଲଙ୍କ ଦାବି ଉପରେ ଏହି ଅଗ୍ନିବୀରଙ୍କ ପିତା କ’ଣ କହିଲେ?

July 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭାର ପ୍ରଥମ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସୋମବାର ଦିନ ଅଗ୍ନିପଥ ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗୃହରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଅନ୍ତର୍ଗତ ଶହୀଦ ମାନ୍ୟତା ଦିଆଯାଉ ନାହିଁ। ଏହା ବ୍ୟତୀତ ଶହୀଦ ଅଗ୍ନିବୀରଙ୍କ ପରିବାରକୁ କ୍ଷତିପୂରଣ ମଧ୍ୟ ଦିଆଯାଉ ନାହିଁ।

ରାହୁଲ ଗାନ୍ଧୀଙ୍କ ଏହି ଦାବି ପରେ ବର୍ତ୍ତମାନ ଶହୀଦ ଅଗ୍ନିବୀର ଅକ୍ଷୟ ଗୱାଟେଙ୍କ ପିତା ଏକ ବଡ଼ ଖୁଲାସା କରିଛନ୍ତି। ମହାରାଷ୍ଟ୍ରର ବୁଲଢାଣାର ପ୍ରଥମ ଅଗ୍ନିବୀର ଶହୀଦ ଅକ୍ଷୟ ଗୱାଟେଙ୍କ ପିତା ଲକ୍ଷ୍ମଣ ଗୱାଟେ ନିଶ୍ଚିତ କରିଛନ୍ତି ଯେ, ତାଙ୍କୁ ମୋଟ ୧ କୋଟି ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଛି।

ସୋମବାର ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଗୃହରେ ଉଠାଇଥିବା ବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତୁରନ୍ତ ଏହାର ଜବାବ ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି ଯେ, ଶହୀଦ ଅଗ୍ନିବୀରଙ୍କ ପରିବାରକୁ ସହାୟତା ଦିଆଯାଉଛି। ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲାସିଅରରେ ନିଯୁକ୍ତ ଥିବା ଅଗ୍ନିବୀର୍ ଅକ୍ଷୟ ଗୱାଟେ ଦେଶ ସେବା କରିବା ସମୟରେ ଶହୀଦ ହୋଇଥିଲେ।

ତାଙ୍କ ବଳିଦାନ ପରେ ଶହୀଦ ଅକ୍ଷୟ ଗୱାଟେଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଅଗ୍ନିବୀର ଅକ୍ଷୟ ମହାରାଷ୍ଟ୍ରର ବୁଲଢାଣା ତାଲୁକର ପିମ୍ପଲାଗାଓଁ ସରାୟ ଗାଁର ବାସିନ୍ଦା ଥିଲେ। ଗତ ବର୍ଷ ଅକ୍ଟୋବରରେ, ସିଆଚେନରେ ନିଯୁକ୍ତ ହୋଇଥିବା କୋଡିଏ ବର୍ଷ ବୟସ୍କା ଗୱାଟେ ହଠାତ୍ ହୃଦଘାତ ହେତୁ ଅସୁସ୍ଥ ହୋଇ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ।

ଅଗ୍ନିବୀରଙ୍କ ପରିବାର କେତେ ସାହାଯ୍ୟ ପାଆନ୍ତି?:

ଆର୍ମି ୱେବସାଇଟ୍ ଅନୁଯାୟୀ, ଯଦି ଅଗ୍ନିବୀର ଡ୍ୟୁଟିରେ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କୁ ୪୮ ଲକ୍ଷ ଟଙ୍କା ବୀମା, ୪୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି, ଚାରି ବର୍ଷ ପାଇଁ ପୂର୍ଣ୍ଣ ବେତନ, ସେବା ପାଣ୍ଠି ଏବଂ ସରକାରରେ ଜମା ହୋଇଥିବା ରାଶି ମିଳିବ।

Agniveer Agniveer Scheme Breaking News Congress martyr rahul gandhi
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025

ଲଦାଖ ପ୍ରସଙ୍ଗ: ଲେହ ଓ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ ସହିତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

September 30, 2025

ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟ ବିରୋଧରେ “ଅଗ୍ନି” ଅଭିଯାନ: 133 ଗିରଫ

September 30, 2025
Latest News

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025

ଲଦାଖ ପ୍ରସଙ୍ଗ: ଲେହ ଓ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ ସହିତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

September 30, 2025

ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟ ବିରୋଧରେ “ଅଗ୍ନି” ଅଭିଯାନ: 133 ଗିରଫ

September 30, 2025

ଆଜି ସେପ୍ଟେମ୍ବର ୩୦ ତାରିଖ ମଙ୍ଗଳବାରରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.