Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶହୀଦଙ୍କ ପରିବାରଙ୍କୁ ମିଳେ ନାହିଁ ସହାୟତା!, ରାହୁଲଙ୍କ ଦାବି ଉପରେ ଏହି ଅଗ୍ନିବୀରଙ୍କ ପିତା କ’ଣ କହିଲେ?
ଜାତୀୟ ଖବର

ଶହୀଦଙ୍କ ପରିବାରଙ୍କୁ ମିଳେ ନାହିଁ ସହାୟତା!, ରାହୁଲଙ୍କ ଦାବି ଉପରେ ଏହି ଅଗ୍ନିବୀରଙ୍କ ପିତା କ’ଣ କହିଲେ?

July 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ସେନା
ପ୍ରତିବର୍ଷ ୧ ଲକ୍ଷ ସୈନିକଙ୍କୁ ଦିଆଯିବ ନିଯୁକ୍ତି!: ଜାଣନ୍ତୁ କେବେ ଆରମ୍ଭ ଏହି ପ୍ରକ୍ରିୟା?

ନୂଆଦିଲ୍ଲୀ: ଲୋକସଭାର ପ୍ରଥମ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସୋମବାର ଦିନ ଅଗ୍ନିପଥ ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗୃହରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଅନ୍ତର୍ଗତ ଶହୀଦ ମାନ୍ୟତା ଦିଆଯାଉ ନାହିଁ। ଏହା ବ୍ୟତୀତ ଶହୀଦ ଅଗ୍ନିବୀରଙ୍କ ପରିବାରକୁ କ୍ଷତିପୂରଣ ମଧ୍ୟ ଦିଆଯାଉ ନାହିଁ।

ରାହୁଲ ଗାନ୍ଧୀଙ୍କ ଏହି ଦାବି ପରେ ବର୍ତ୍ତମାନ ଶହୀଦ ଅଗ୍ନିବୀର ଅକ୍ଷୟ ଗୱାଟେଙ୍କ ପିତା ଏକ ବଡ଼ ଖୁଲାସା କରିଛନ୍ତି। ମହାରାଷ୍ଟ୍ରର ବୁଲଢାଣାର ପ୍ରଥମ ଅଗ୍ନିବୀର ଶହୀଦ ଅକ୍ଷୟ ଗୱାଟେଙ୍କ ପିତା ଲକ୍ଷ୍ମଣ ଗୱାଟେ ନିଶ୍ଚିତ କରିଛନ୍ତି ଯେ, ତାଙ୍କୁ ମୋଟ ୧ କୋଟି ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଛି।

ସୋମବାର ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଗୃହରେ ଉଠାଇଥିବା ବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତୁରନ୍ତ ଏହାର ଜବାବ ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି ଯେ, ଶହୀଦ ଅଗ୍ନିବୀରଙ୍କ ପରିବାରକୁ ସହାୟତା ଦିଆଯାଉଛି। ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲାସିଅରରେ ନିଯୁକ୍ତ ଥିବା ଅଗ୍ନିବୀର୍ ଅକ୍ଷୟ ଗୱାଟେ ଦେଶ ସେବା କରିବା ସମୟରେ ଶହୀଦ ହୋଇଥିଲେ।

ତାଙ୍କ ବଳିଦାନ ପରେ ଶହୀଦ ଅକ୍ଷୟ ଗୱାଟେଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଅଗ୍ନିବୀର ଅକ୍ଷୟ ମହାରାଷ୍ଟ୍ରର ବୁଲଢାଣା ତାଲୁକର ପିମ୍ପଲାଗାଓଁ ସରାୟ ଗାଁର ବାସିନ୍ଦା ଥିଲେ। ଗତ ବର୍ଷ ଅକ୍ଟୋବରରେ, ସିଆଚେନରେ ନିଯୁକ୍ତ ହୋଇଥିବା କୋଡିଏ ବର୍ଷ ବୟସ୍କା ଗୱାଟେ ହଠାତ୍ ହୃଦଘାତ ହେତୁ ଅସୁସ୍ଥ ହୋଇ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ।

ଅଗ୍ନିବୀରଙ୍କ ପରିବାର କେତେ ସାହାଯ୍ୟ ପାଆନ୍ତି?:

ଆର୍ମି ୱେବସାଇଟ୍ ଅନୁଯାୟୀ, ଯଦି ଅଗ୍ନିବୀର ଡ୍ୟୁଟିରେ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କୁ ୪୮ ଲକ୍ଷ ଟଙ୍କା ବୀମା, ୪୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି, ଚାରି ବର୍ଷ ପାଇଁ ପୂର୍ଣ୍ଣ ବେତନ, ସେବା ପାଣ୍ଠି ଏବଂ ସରକାରରେ ଜମା ହୋଇଥିବା ରାଶି ମିଳିବ।

Agniveer Agniveer Scheme Breaking News Congress martyr rahul gandhi
Share. Facebook Twitter LinkedIn Email WhatsApp Copy Link

Related Posts

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

September 26, 2026
Latest News

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

September 26, 2026

ପୁଣି କେନ୍ଦ୍ରର ବଡ଼ ନିଷ୍ପତ୍ତି: ୩ ରାଜ୍ୟରେ ଅକ୍ଟୋବର ୧ରୁ ବଢ଼ିଲା AFSPA ଅବଧି

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.