ଅଗ୍ନିବୀର ଯୋଜନା ମାମଲା: ରାହୁଲ ଗାନ୍ଧୀଙ୍କ ଦାବି ଉପରେ ସ୍ପଷ୍ଟୀକରଣ ରଖିଲା ଭାରତୀୟ ସେନା

Published: Jul 4, 2024, 7:31 am IST

ନୂଆଦିଲ୍ଲୀ: ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ବୁଧବାର ଦିନ ଏକ ଭିଡିଓ ବାର୍ତ୍ତା ଜାରି କରି ଅଗ୍ନିବୀର ଯୋଜନା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ଶହୀଦ ଅଜୟ କୁମାରଙ୍କ ବିଷୟରେ ଉଲ୍ଲେଖ କରିବାବେଳେ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସଂସଦରେ ମିଛ ବୋଲି ଅଭିଯୋଗ କରିଥିଲେ। ଏହି ଭିଡିଓରେ ଶହୀଦ ଅଜୟ କୁମାରଙ୍କ ପିତା ମଧ୍ୟ ନଜର ଆସିଛନ୍ତି, ଯିଏ କହୁଛନ୍ତି ଯେ ସହାୟତା ରାଶିରୁ ସେ ଗୋଟିଏ ଟଙ୍କା ମଧ୍ୟ ପାଇ ନାହାଁନ୍ତି। ବର୍ତ୍ତମାନ ଭାରତୀୟ ସେନାର ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି।

ଶହୀଦ ଅଜୟଙ୍କ ପରିବାର ଏପର୍ଯ୍ୟନ୍ତ କେତେ ଟଙ୍କା ପାଇଛନ୍ତି?:

ଭାରତୀୟ ସେନା ଟ୍ୱିଟରରେ ପୋଷ୍ଟ କରିଛି ଯେ, “ସୋସିଆଲ ମିଡିଆରେ କିଛି ପୋଷ୍ଟରୁ ଜଣାପଡିଛି ଯେ ଡ୍ୟୁଟି ଲାଇନରେ ବଳିଦାନ ଦେଇଥିବା ଅଗ୍ନିବୀର ଅଜୟ କୁମାରଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ। ତାଙ୍କର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ସାମରିକ ସମ୍ମାନ ସହିତ କରାଯାଇଥିଲା। ଅଗ୍ନିବୀର ଅଜୟଙ୍କ ପରିବାରକୁ ୯୮.୩୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇସାରିଛି।”

ଭାରତୀୟ ସେନାର ସ୍ପଷ୍ଟୀକରଣ:

ଭାରତୀୟ ସେନା କହିଛି ଜେଆର, “ଅଗ୍ନିବୀର ଯୋଜନାର ବ୍ୟବସ୍ଥା ଅନୁଯାୟୀ ପ୍ରାୟ ୬୭ ଲକ୍ଷ ଟଙ୍କା ସହାୟତା ଏବଂ ଅନ୍ୟାନ୍ୟ ସୁବିଧା ବିଚାରାଧୀନ ଅଛି, ଯାହା ପୋଲିସ ଯାଞ୍ଚ ପରେ ତୁରନ୍ତ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର ହେବ। ଏହିପରି ଭାବରେ ମୋଟ ୧ କୋଟି ୬୫ ଲକ୍ଷ ଟଙ୍କା ସେମାନଙ୍କୁ ଦିଆଯିବ।” ରାହୁଲ ଗାନ୍ଧୀଙ୍କ ଭିଡିଓ ବାର୍ତ୍ତାର ଦୁଇ ଘଣ୍ଟା ମଧ୍ୟରେ ସେନାର ଏହି ସ୍ପଷ୍ଟୀକରଣ ଆସିଛି।

ଭାରତୀୟ ସେନାର ସ୍ପଷ୍ଟୀକରଣ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟରରେ ପୋଷ୍ଟ କରି କହିଛି ଯେ, ଅଗ୍ନିବୀରଙ୍କ କଲ୍ୟାଣ ପାଇଁ ଭାରତୀୟ ସେନା ପ୍ରତିବଦ୍ଧ।

ଏହାପୂର୍ବରୁ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଭିଡିଓରେ ଶହୀଦ ଅଜୟ କୁମାରଙ୍କ ପିତା କହିଥିଲେ ଯେ, “ରାଜନାଥ ସିଂ ଏକ ବିବୃତ୍ତି ଦେଇଛନ୍ତି ଯେ ଶହୀଦଙ୍କ ପରିବାରକୁ ୧ କୋଟି ଟଙ୍କା ମିଳିଛି। ଆମେ କକୌଣସି ବାର୍ତ୍ତା ପାଇ ନାହୁଁ କି ଟଙ୍କା ପାଇନାହୁଁ।” ଏହା ପରେ ରାହୁଲ ଗାନ୍ଧୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସଂସଦରେ ମିଥ୍ୟା ଅଭିଯୋଗ କରିଥିଲେ।

ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ତାଙ୍କ ଭିଡିଓରେ କହିଛନ୍ତି ଯେ, ସତ୍ୟର ସୁରକ୍ଷା ହେଉଛି ପ୍ରତ୍ୟେକ ଧର୍ମର ଆଧାର, କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ମିଥ୍ୟା କହିଛନ୍ତି। ଶହୀଦ ଅଗ୍ନିବୀର ଅଜୟ ସିଂଙ୍କ ପରିବାରକୁ ଦିଆଯାଇଥିବା ସହାୟତା ବିଷୟରେ ତାଙ୍କ ପିତା ସତ୍ୟତା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ସଂସଦ, ଦେଶ, ସେନା ଏବଂ ଅଗ୍ନିବୀର ଅଜୟ ସିଂଙ୍କ ପରିବାରକୁ କ୍ଷମା ମାଗିବା ଉଚିତ୍।

Related posts