ଏହି ଦିନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍

Published: Jul 4, 2024, 9:09 am IST

ନୂଆଦିଲ୍ଲୀ: ହେମନ୍ତ ସୋରେନ୍ ପୁଣି ଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ବୁଧବାର ଦିନ ଚମ୍ପାଇ ସୋରେନ୍ ରାଜ ଭବନ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ହେମନ୍ତ ସୋରେନ ଏବଂ ଗ୍ରାଣ୍ଡ ଆଲାଇନ୍ସର ନେତାମାନେ ମଧ୍ୟ ତାଙ୍କ ସହ ଥିଲେ। ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହେମନ୍ତ ସୋରେନ ସରକାର ଗଠନ ପାଇଁ ଦାବି କରିଥିଲେ। ସେ ବିଧାୟକଙ୍କ ତାଲିକା ରାଜ୍ୟପାଳଙ୍କୁ ଦେଇଥିଲେ। ବର୍ତ୍ତମାନ ହେମନ୍ତ ସୋରେନ ଜୁଲାଇ ୭ ତାରିଖରେ ଝାଡାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି।

ଚମ୍ପାଇ ସୋରେନଙ୍କୁ ରାଜ୍ୟପାଳ କ’ଣ କହିଥିଲେ?:

ରାଜ୍ୟପାଳ ଚମ୍ପାଇ ସୋରେନଙ୍କୁ କହିଛନ୍ତି ଯେ, ବିକଳ୍ପ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସେ ତାଙ୍କ ପଦରେ ରହିବେ। ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଚମ୍ପାଇ ସୋରେନ ଫେବୃଆରୀ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

Related posts