Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଗ୍ନିବୀର କ୍ଷତିପୂରଣ ଢାଞ୍ଚା ସମ୍ପର୍କରେ ବିସ୍ତୃତ ସୂଚନା ଦେଲେ ପୂର୍ବତନ ବାୟୁସେନା ମୁଖ୍ୟ
ଜାତୀୟ ଖବର

ଅଗ୍ନିବୀର କ୍ଷତିପୂରଣ ଢାଞ୍ଚା ସମ୍ପର୍କରେ ବିସ୍ତୃତ ସୂଚନା ଦେଲେ ପୂର୍ବତନ ବାୟୁସେନା ମୁଖ୍ୟ

July 11, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସହିଦ ଅଗ୍ନିବୀର ପରିବାରକୁ ମିଳୁଥିବା ଅନୁକମ୍ପାମୂଳକ କ୍ଷତିପୂରଣ ସମ୍ପର୍କରେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ ସ୍ପଷ୍ଟ ଭାବେ ସୂଚନା ଦେଇ କହିଛନ୍ତି ଯେ, ବିସ୍ତୃତ ମାର୍ଗଦର୍ଶିକା କାରଣରୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ପାଇଁ ସାଧାରଣତଃ ଦୁଇରୁ ତିନି ମାସ ଲାଗିଥାଏ। ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରକ୍ରିୟାରେ ସାମିଲ ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ସବିଶେଷ ସୂଚନା ଦେଇ ଶ୍ରୀ ଭଦୌରିଆ ସମ୍ପୂର୍ଣ୍ଣ ଅର୍ଥପଇଠ ପାଇଁ ଲାଗୁଥିବା ସମୟକୁ ନେଇ ଦେଖା ଦେଇଥିବା ସମସ୍ତ ବିବାଦକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, ଅନୁକମ୍ପାମୂଳକ ଅର୍ଥରାଶି ଓ ଅନ୍ୟାନ୍ୟ ସହାୟତା ଅର୍ଥ ପ୍ରଦାନ ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ପ୍ରଥମେ ଏହା ଯୁଦ୍ଧଜନିତ ମୃତ୍ୟୁ କିମ୍ବା ଅନ୍ୟ କୌଣସି ଶାରୀରିକ ଆଘାତ ଜନିତ ମୃତ୍ୟୁ ତାହା ପ୍ରମାଣିତ କରିବାକୁ ହୋଇଥାଏ। ଏହା ସରକାରଙ୍କ ଦ୍ୱାରା ପରିଚାଳନା କରାଯାଏ ତେଣୁ ପ୍ରମାଣ କରିବା ଜରୁରୀ। ପ୍ରମାଣ କରିବାର ପ୍ରକ୍ରିୟାରେ ମଧ୍ୟ କେତେକ ମାର୍ଗଦର୍ଶିକା ପାଳନ କରାଯାଏ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ଜରୁରୀ।

ଏହାବ୍ୟତୀତ ସବୁ ଘଟଣାର ରିପୋର୍ଟ, କୋର୍ଟ ଅଫ୍‌ ଇନ୍‌କ୍ୱାରୀ ଏବଂ ପୁଲିସ ଠାରୁ ରିପୋର୍ଟ ମିଳିବା ଏହି ପ୍ରକ୍ରିୟାର ପ୍ରମୁଖ ଅଂଶବିଶେଷ। କ୍ଷତିପୂରଣ ପ୍ରଦାନ ପୂର୍ବରୁ ଏସବୁ ପ୍ରକ୍ରିୟା ପ୍ରଥମେ ସମ୍ପୂର୍ଣ୍ଣ ହେବା ଉଚିତ୍‌। ସାଧାରଣ ସୈନିକ ଏବଂ ଅଗ୍ନିବୀରଙ୍କ କ୍ଷେତ୍ରରେ ସମାନ ପ୍ରକ୍ରିୟା ଅନୁସରଣ କରାଯାଇଥାଏ। ଏଥିରେ କୌଣସି ଭିନ୍ନତା ନାହିଁ ବୋଲି ଶ୍ରୀ ଭଦୌରିଆ କହିଛନ୍ତି।

ସହିଦ ସୈନିକଙ୍କ ପରିବାର ଲୋକଙ୍କୁ ସମସ୍ତ ଅର୍ଥ ପଇଠ କରିବା ପାଇଁ ଲାଗୁଥିବା ସମୟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ‘‘ସାଧାରଣତଃ ଏଥିରେ ଦୁଇ ରୁ ତିନି ମାସ ସମୟ ଲାଗିଥାଏ କାରଣ ଏଥିରେ ତଦନ୍ତ ସାମିଲ ରହିଛି।’’

କ୍ଷତିପୂରଣ ପ୍ରକ୍ରିୟା ସମ୍ପର୍କରେ ଅଗ୍ନିବୀର ଯବାନଙ୍କ ପରିବାର ଲୋକଙ୍କୁ ଅନ୍ଧାରରେ ରଖାଯାଇଥିବା ଅଭିଯୋଗକୁ ଭଦୌରିଆ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ୟୁନିଟ୍‌ରେ ଥିବା ପ୍ରତିରକ୍ଷା କର୍ମୀମାନେ ପରିବାର ଲୋକଙ୍କ ସହିତ ଯୋଗାଯୋଗରେ ଥାଆନ୍ତି ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କୁ ବିସ୍ତୃତ ଭାବେ ସୂଚନା ଦେଇଥାନ୍ତି।

ଶ୍ରୀ ଭଦୌରିଆ ଆହୁରି କହିଛନ୍ତି ପ୍ରତ୍ୟେକ ୟୁନିଟ୍‌ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଏ। ସେମାନେ ସହିଦ ପରିବାର ଲୋକଙ୍କ ସହ ଯୋଗାଯୋଗରେ ରହିବାକୁ ଯଥେଷ୍ଟ ପରିଶ୍ରମ କରିଥା’ନ୍ତି। ସେମାନେ ସବୁବେଳେ ସହିଦଙ୍କ ପରିଜନଙ୍କ ସହ ସମ୍ପର୍କ ରକ୍ଷା କରିଥା’ନ୍ତି ଏବଂ ସେମାନଙ୍କୁ ସବୁ ବିଷୟରେ ବିସ୍ତୃତ ଭାବେ ସୂଚନା ଦେଇଥା’ନ୍ତି।

ପୂର୍ବତନ ବାୟୁସେନା ମୁଖ୍ୟ ଏହାର କାରଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସହିଦ ଯବାନଙ୍କ ପରିବାର ଲୋକମାନେ ମାନସିକ ଆଘାତ ପାଇଥିବା କାରଣରୁ ‘‘ଦ୍ୱନ୍ଦ୍ୱାତ୍ମକ’’ ପରିସ୍ଥିତି ସୃଷ୍ଟି ହୋଇଥାଇପାରେ।

‘‘ଏପରି ଆଘାତ ଅନୁଭବ କରିଥିବା ପରିବାର ଲୋକଙ୍କ ବିଷୟରେ ଆପଣ କଳ୍ପନା କରିପାରନ୍ତି। ଅନେକ ଲୋକ ଅନେକ କଥା କୁହନ୍ତି ଓ ପରାମର୍ଶ ଦେଇଥାନ୍ତି। ତେଣୁ ଏହା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି କରିଥାଏ,’’ ବୋଲି ସେ କହିଛନ୍ତି।

ଭଦୌରିଆ ଆହୁରି କହିଛନ୍ତି, ଯବାନ ସହିଦ ହେଲେ ବୀମା ରାଶିର ଏକ ବଡ଼ ଅଂଶ ନିକଟ ସମ୍ପର୍କୀୟଙ୍କୁ ପଇଠ କରାଯାଏ।

ସେ କହିଛନ୍ତି, ‘‘ଯେତେବେଳେ ଏପରି କୌଣସି ଘଟଣା ଘଟିଥାଏ ଏବଂ କାହାର ପ୍ରାଣହାନି ହୁଏ, ସେହି ସମୟରେ ସବୁ ମାମଲାରେ- ତାହା ଯୁଦ୍ଧ ଜନିତ ମୃତ୍ୟୁ ହେଉ କିମ୍ବା ଅନ୍ୟ କୌଣସି ଶାରୀରିକ କାରଣରୁ ମୃତ୍ୟୁ ହେଉ, କାରଣବଶତଃ ହେଉ କିମ୍ବା ଅକାରଣବଶତଃ ହେଉ – ବୀମା ଅର୍ଥରାଶି ସିଧାସଳଖ ପ୍ରଦାନ କରାଯାଇଥାଏ।’’

ଭଦୌରିଆ କହିଛନ୍ତି, ‘‘ଜଣେ ସାଧାରଣ ସୈନିକଙ୍କ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ନୀତି ରହିଛି। କର୍ତ୍ତୃପକ୍ଷ ସାଧାରଣତଃ ୨୪ କିମ୍ବା ୪୮ ଘଣ୍ଟା ମଧ୍ୟରେ ସିଧାସଳଖ ୫୦ ପ୍ରତିଶତ ଅର୍ଥରାଶି ଦିଅନ୍ତି ଏବଂ ତା’ପରେ ସେମାନେ ପରିବାରକୁ ଭେଟି ବାକି ଅର୍ଥ କିଭଳି ନେବାକୁ ଚାହୁଁଛନ୍ତି ବୋଲି ପଚାରନ୍ତି, ନିଜ ନାମରେ କିମ୍ବା ପିଲାଙ୍କ ନାମରେ?’’

ପୂର୍ବତନ ବାୟୁ ସେନା ମୁଖ୍ୟ କହିଛନ୍ତି, ସହିଦ ଯବାନଙ୍କ ନିକଟତମ ସମ୍ପର୍କୀୟଙ୍କୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ କାରଣ ସେମାନଙ୍କ ସମ୍ପର୍କରେ ପୂର୍ବରୁ ପରିଭାଷିତ କରାଯାଇ ସାରିଛି। ସେ ଆହୁରି ମଧ୍ୟ କହିଛନ୍ତି ସହିଦଙ୍କ ପରିବାରକୁ ଆର୍ଥିକ ମାର୍ଗଦର୍ଶନ ଦିଆଯାଇଥାଏ।

“ନିକଟତମ ସମ୍ପର୍କୀୟଙ୍କ ବିଷୟରେ ନିୟମରେ ସ୍ପଷ୍ଟ ଭାବରେ ପରିଭାଷିତ କରାଯାଇଛି। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଏହି ଟଙ୍କା କେବଳ ନିକଟ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଯାଇପାରିବ। ଏହି ପରିବାରକୁ ଅନେକ ଆର୍ଥିକ ମାର୍ଗଦର୍ଶନ ଦିଆଯାଇଛି, ଯାହା ଅନେକ ସୈନିକଙ୍କ ପରିବାରକୁ ନିହାତି ଆବଶ୍ୟକ। ଏହା ମଧ୍ୟ ଆମ ଅଧିକାରୀ ଓ କର୍ମଚାରୀଙ୍କ ଜରିଆରେ ବୀମା କମ୍ପାନୀ ଯୋଗାଇ ଦେଉଛି।’’

ଅଗ୍ନିପଥ ଯୋଜନାରେ ପଞ୍ଜୀକରଣ କରିଥିବା ସମସ୍ତଙ୍କୁ ଦିଆଯାଉଥିବା ବୀମାର ଏକ ଲାଭ ବିଷୟରେ ବର୍ଣ୍ଣନା କରି ଅବସରପ୍ରାପ୍ତ ବାୟୁସେନା ମୁଖ୍ୟ ମାର୍ଶାଲ କହିଛନ୍ତି ଯେ ନିୟମିତ ସୈନିକମାନଙ୍କ ପରି ଅଗ୍ନିବୀରମାନଙ୍କୁ ସେମାନଙ୍କ ଦରମାର କୌଣସି ଅଂଶ ବୀମା ବାବଦରେ ଜମା କରିବାକୁ ପଡିବ ନାହିଁ ଏବଂ ସମ୍ପୂର୍ଣ୍ଣ ବୀମା ରାଶି ଭାରତ ସରକାର ପ୍ରଦାନ କରିଥାନ୍ତି।

‘‘ବିଶେଷ କରି ଅଗ୍ନିବୀରଙ୍କ କ୍ଷେତ୍ରରେ ବୀମା ଭାରତ ସରକାର ପ୍ରଦାନ କରିଥାନ୍ତି। ଅଗ୍ନିବୀରମାନେ ମଧ୍ୟ ଆର୍ଥିକ ଯୋଗଦାନ କରନ୍ତି ନାହିଁ। ଜଣେ ନିୟମିତ ସୈନିକଙ୍କ କ୍ଷେତ୍ରରେ ପ୍ରତି ମାସରେ ପାଖାପାଖି ୫୦୦୦ ଟଙ୍କା କଟାଯାଏ। ଆପଣ ତିନୋଟି ସେବାରେ ଏକ ଯୋଗଦାନକାରୀ ବୀମା ଯୋଜନାରେ ଅଛନ୍ତି। ସିପାହୀଙ୍କ ପାଇଁ ପାଖାପାଖି ୫୦୦୦ ଟଙ୍କା ଆଦାୟ କରାଯାଏ, ଯାହା କି ବାର୍ଷିକ ୬୦,୦୦୦ ଟଙ୍କା ଲାଗିଥାଏ ଏବଂ ଆପଣ ବୀମା ପାଇଥାନ୍ତି। ତିନୋଟି ସେବାରେ ବୀମା ତଥ୍ୟ ଟିକେ ଅଲଗା କିନ୍ତୁ ସିପାହୀଙ୍କ ପାଇଁ ପାଖାପାଖି ୫୦-୬୦ ଲକ୍ଷ ଟଙ୍କାର ଅର୍ଡର ରହିଛି। ତାହା ହେଉଛି ଯୋଗଦାନ ଭିତ୍ତିକ। ଅଗ୍ନିବୀରଙ୍କ କ୍ଷେତ୍ରରେ ସେମାନେ ବୀମା ପାଇଁ ଆର୍ଥିକ ଯୋଗଦାନ କରନ୍ତି ନାହିଁ। ସେମାନଙ୍କର କିଛି ହେଲେ ଭାରତ ସରକାର ବୀମା ପୈଠ କରନ୍ତି’’ ବୋଲି ଭଦୌରିଆ କହିଛନ୍ତି।

ଅଗ୍ନିବୀର ଅଜୟ କୁମାରଙ୍କ ପରିବାରକୁ କ୍ଷତିପୂରଣ ମିଳିବାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏୟାର ଚିଫ୍ ମାର୍ଶାଲ ଆରକେଏସ ଭଦୌରିଆ (ଅବସରପ୍ରାପ୍ତ) ସ୍ଥିତି ସ୍ପଷ୍ଟ କରିଛନ୍ତି। କ୍ଷତିପୂରଣର କିଛି ଅଂଶ ପ୍ରଦାନ କରାଯାଇଥିବା ବେଳେ ଆବଶ୍ୟକ କାଗଜପତ୍ର କାମ ସରିବା ପରେ ଅବଶିଷ୍ଟ ଅର୍ଥ ପ୍ରଦାନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଭଦୌରିଆ ଆର୍ଥିକ ସହାୟତାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବା ସହ ଦେୟ ପ୍ରଦାନର ସାମ୍ପ୍ରତିକ ସ୍ଥିତି ଏବଂ ଅନୁକମ୍ପାମୂଳକ କ୍ଷତିପୂରଣ ଚୂଡ଼ାନ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ।

‘‘ଆର୍ଥିକ ସହାୟତା କିମ୍ବା ଯାହା ଦେୟ ଦିଆଯାଇଛି, ତାହା ପ୍ରକୃତରେ ଦିଆଯାଇଛି କି ନାହିଁ ତା’କୁ ନେଇ ସାମ୍ପ୍ରତିକ ବିବାଦ ସୃଷ୍ଟି ହୋଇଛି ବୋଲି ମୁଁ ଭାବୁଛି। ସେନା ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ୯୮.୩୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହା ମୁଖ୍ୟତଃ ଭାରତ ସରକାରଙ୍କ ବୀମା। ବ୍ୟାଙ୍କରେ ଥିବା ଏକ ଡିଏସପି ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ଏବଂ ଭାରତ ସରକାରଙ୍କ ଠାରୁ ୪୮ ଲକ୍ଷ ଟଙ୍କାର ସହାୟତା ମିଳିଥାଏ। ଏହି ଅର୍ଥ ମିଳିସାରିଛି,’’ ବୋଲି ଅବସରପ୍ରାପ୍ତ ବାୟୁସେନା ମୁଖ୍ୟ କହିଛନ୍ତି।

ଭଦୌରିଆ କହିଛନ୍ତି, ଯେପର୍ଯ୍ୟନ୍ତ ପୁଲିସ ରିପୋର୍ଟ ନ ଆସେ ଏବଂ ଏହା ଏକ ‘‘ଯୁଦ୍ଧଜନିତ ମୃତ୍ୟୁ’’ ମାମଲା ବୋଲି ପ୍ରମାଣିତ ନ ହୁଏ, ସେ ପର୍ଯ୍ୟନ୍ତ କେନ୍ଦ୍ରୀୟ କଲ୍ୟାଣ ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇପାରିବ ନାହିଁ।

‘‘ସମସ୍ତ ଅର୍ଥରାଶି ହିସାବ ଚୁଡ଼ାନ୍ତ କରିବା ଲାଗି କାଗଜପତ୍ର କାମ ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ହେବ। ଏଥିପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ପୁଲିସ ରିପୋର୍ଟ। ଏହି ଚୁଡ଼ାନ୍ତ ପ୍ରକ୍ରିୟାକୁ ଆଧାର କରି ଏହା ଏକ ଯୁଦ୍ଧଜନିତ ମୃତ୍ୟୁ ବୋଲି ଯେପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ ସେ ପର୍ଯ୍ୟନ୍ତ କେନ୍ଦ୍ରୀୟ କଲ୍ୟାଣ ପାଣ୍ଠିରୁ ଅନୁକମ୍ପା ରାଶି ପ୍ରଦାନ କରାଯାଇପାରିବ ନାହିଁ। ଏହା ଏକ ସମ୍ପୂର୍ଣ୍ଣ ପାଣ୍ଠି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା କରିଥାଏ। ଏହା ମଧ୍ୟ ପୋଲିସ ଠାରୁ ଆସୁଥିବା ରିପୋର୍ଟ ଉପରେ ନିର୍ଭର କରୁଛି। ଏହି ମାମଲାରେ ଜମ୍ମୁ-କଶ୍ମୀର ପୁଲିସ ଏହାର ରିପୋର୍ଟ ପଠାଇବ। ମୁଁ ଭାବୁଛି ସେହି କାମଗୁଡିକ ସମ୍ପୂର୍ଣ୍ଣ ହୋଇସାରିଥିବ। ଗତ ସପ୍ତାହରେ ଏହା ଅନ୍ତିମ ପର୍ଯ୍ୟାୟରେ ଥିଲା ବୋଲି ମୁଁ ଜାଣିଥିଲି,’’ ଅବସରପ୍ରାପ୍ତ ବାୟୁସେନା ମୁଖ୍ୟ କହିଛନ୍ତି।

ଭଦୌରିଆ କହିଛନ୍ତି ଯେ ଅଗ୍ନିବୀର ଅଜୟ କୁମାରଙ୍କ ପରିବାରକୁ ଅତିରିକ୍ତ ୬୭ ଲକ୍ଷ ଟଙ୍କା ମିଳିବ ଏବଂ ତାଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ସମୁଦାୟ କ୍ଷତିପୂରଣ ରାଶି ୧.୬୫ କୋଟି ଟଙ୍କା ହେବ।

‘‘ଆଉ କିଛି ଟଙ୍କା ମଧ୍ୟ ହସ୍ତାନ୍ତର ହେବ। ଏହା ହେଉଛି ସେନା କେନ୍ଦ୍ରୀୟ କଲ୍ୟାଣ ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ଏବଂ ସେବା ନିଧି ପ୍ୟାକେଜ ପାଇଁ ତାଙ୍କୁ ମିଳିବାକୁ ଥିବା ଅର୍ଥରାଶି। ତେଣୁ ଆହୁରି ୬୭ ଲକ୍ଷରୁ ଅଧିକ ଟଙ୍କା ମିଳିବ। ତେଣୁ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ମୋଟ ୧ କୋଟି ୬୫ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ତେଣୁ ଏସବୁ ହେଉଛି ବାସ୍ତବ ତଥ୍ୟ,’’ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଅଗ୍ନିବୀର ଅଜୟ କୁମାର ସହିଦ ହୋଇଛନ୍ତି। ସହିଦ ଅଗ୍ନିବୀରଙ୍କୁ ଦିଆଯାଇଥିବା ଆର୍ଥିକ କ୍ଷତିପୂରଣକୁ ନେଇ ଦ୍ୱନ୍ଦ୍ୱ ଯୋଗୁଁ ସରକାର ଓ ବିରୋଧୀ ପରସ୍ପରକୁ ସମାଲୋଚନା କରିଛନ୍ତି।

agnipath scheme Agniveer RKS Bhadauria
Share. Facebook Twitter LinkedIn Email WhatsApp Copy Link

Related Posts

ପାଣି ପଞ୍ଚାୟତ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା

January 22, 2026

ମନ୍ତ୍ରୀ ହରିଚନ୍ଦନଙ୍କୁ ଭେଟିଲେ HDFC Bank ଅଧିକାରୀ, ଜଗନ୍ନାଥ ଦାନ ଗ୍ରହଣ ଉପରେ ଆଲୋଚନା

January 22, 2026

ଟି-୨୦ ବିଶ୍ୱକପରୁ ବିଦା ହେଲା ବାଂଲାଦେଶ?: ଭାରତରେ ଖେଳିବାକୁ ମନା କଲା ପଡୋଶୀ ଦେଶ

January 22, 2026

ଗ୍ରାମରକ୍ଷୀଙ୍କ ପାଇଁ ବଡ ଖବର: ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

January 22, 2026
Latest News

ଗୁଟଖା, ନିକୋଟିନ ବ୍ୟାନ୍: ରାଜ୍ୟ ସରକାର ଜାରି କଲେ ବିଜ୍ଞପ୍ତି

January 22, 2026

ପାଣି ପଞ୍ଚାୟତ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା

January 22, 2026

ମନ୍ତ୍ରୀ ହରିଚନ୍ଦନଙ୍କୁ ଭେଟିଲେ HDFC Bank ଅଧିକାରୀ, ଜଗନ୍ନାଥ ଦାନ ଗ୍ରହଣ ଉପରେ ଆଲୋଚନା

January 22, 2026

ଟି-୨୦ ବିଶ୍ୱକପରୁ ବିଦା ହେଲା ବାଂଲାଦେଶ?: ଭାରତରେ ଖେଳିବାକୁ ମନା କଲା ପଡୋଶୀ ଦେଶ

January 22, 2026

ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.