
ଭୁବନେଶ୍ବର: ବହୁ ବିବାଦୀୟ ତଥା ପ୍ରତୀକ୍ଷିତ ରତ୍ନ ଭଣ୍ଡାର ଆସନ୍ତାକାଲି ଖୋଲା ଯିବ। ଆଜି ସଂଧ୍ୟାରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହି ଘୋଷଣା କରିଛନ୍ତି। ଏସବୁ ପକ୍ରିୟା ଧାର୍ମିକ ଭାବାବେଗ ମଧ୍ୟରେ ସଂପର୍ଣ୍ଣ କରାଯିବ। ସେଥିପାଇଁ ରତ୍ନ ଭଣ୍ଡାର କମିଟକୁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ରତ୍ନ ଭଣ୍ଡାରରେ ସମସ୍ତ ପକ୍ରିୟାକୁ ଭିଡିଓ ରେକର୍ଡିଂ କରାଯିବା ସହିତ ଡିଜିଟାଇଜ କରାଯିବ। ଫଳରେ ଏହା ଭବିଷ୍ୟତରେ ରେଫ୍ରେରେନସ ଭାବେ ଏହି ଡିଜିଟାଇଜ ପୁସ୍ତକକୁ ବ୍ୟବହାର କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ରତ୍ନଭଣ୍ଡାରର ମରାମତି ଓ ଗଣତିମଣତି ବାବଦ କାର୍ଯ୍ୟରେ ଅତ୍ୟନ୍ତ ସ୍ୱଚ୍ଛତା ଓ ସୁରୁଖୁରୁରେ କରିବା ପାଇଁ ବିଭିନ୍ନ କମିଟି ଗଠନ ହୋଇଛି। କିଏ କେଉଁ କମିଟିରେ ରହିବେ ତାହା ମଧ୍ୟ ସରକାର ଚୂଡ଼ାନ୍ତ କରିସାରିଛନ୍ତି। ପ୍ରତ୍ୟେକଟି କାର୍ଯ୍ୟ ବିଧିବ୍ୟବସ୍ଥା ଅନୁସାରେ କରାଯିବ। ରତ୍ନଭଣ୍ଡାର ଖୋଲିବା ସଂକ୍ରାନ୍ତ ଏସଓପି ଚୂଡ଼ାନ୍ତ ପାଇଁ ବୈଠକ ବସି ସରକାରଙ୍କ ପକ୍ଷରୁ ବିଭିନ୍ନ ଦିଗ ଉପରେ ତଜର୍ମା କରାଯାଇଛି।
ଏହି ସମସ୍ତ ପ୍ରକ୍ରିୟାର ସୁପରିଚାଳନା ପାଇଁ ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏସଓପିରେ ସବୁକଥା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କେଉଁ କମିଟି କ’ଣ କାର୍ଯ୍ୟ କରିବ ତାହା ମଧ୍ୟ ଉଲ୍ଲେଖ ରହିଛି। ଗଣତି ସମୟରେ ରିଜର୍ଭବ୍ୟାଙ୍କର ପ୍ରତିନିଧି ଉପସ୍ଥିତ ମଧ୍ୟ ରହିବେ।
ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ, ଗତଥର ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କାର୍ଯ୍ୟ ପାଇଁ ୭୦/୭୨ଦିନ ସମୟ ଲାଗିଥିଲା। କିନ୍ତୁ ଚଳିତଥର ଟେକ୍ନୋଲୋଜିରେ ସୁଧାର ଆସିଛି। ମାତ୍ର ଏହି କାର୍ଯ୍ୟ ପାଇଁ କେତେଦିନ ସମୟ ଲାଗିବ ତାହା କହିବା ଏବେ ସମ୍ଭବପର ନୁହେଁ। ଏହି ମରାମତି ଓ ଗଣତିମଣତି ଯୋଗୁ ମହାପ୍ରଭୁଙ୍କ ଦର୍ଶନ କିମ୍ବା ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ତେବେ ରତ୍ନ ଭଣ୍ଡାର କମିଟର ସଦସ୍ୟମାନେ କିଏ କେଉଁଠି ରହିବେ ତାହାର ନିଷ୍ପତି ସେମାନେ କରିବେ। ଏପରିକି ଶ୍ରୀମନ୍ଦିର ପ୍ରଶାସକଙ୍କ ଏହି କାର୍ଯ୍ୟକୁ ସୁଚାରୁ ରୂପେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଏ ନେଇ କମିଟ ବୈଠକ ବସି ଚୁଡାନ୍ତ ନିଷ୍ପତି କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ତେବେ ଦିନ ଗୋଟିଏ ବେଳେ ରତ୍ନଭଣ୍ଡାର ଖୋଲାଯିବ ବୋଲି କମିଟ ତରଫରୁ ସୂଚନା ଦିଆଯାଇଛି।