Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ତାଲା ଭାଙ୍ଗି ଖୋଲାଗଲା ଭିତର ରତ୍ନ ଭଣ୍ଡାର, ସିନ୍ଧୁକ ଆଲମାରି ଦେଖି କମିଟ ସଦସ୍ୟ ତାଜୁବ
ଜାତୀୟ ଖବର

ତାଲା ଭାଙ୍ଗି ଖୋଲାଗଲା ଭିତର ରତ୍ନ ଭଣ୍ଡାର, ସିନ୍ଧୁକ ଆଲମାରି ଦେଖି କମିଟ ସଦସ୍ୟ ତାଜୁବ

July 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତାଲା ଭାଙ୍ଗି ଖୋଲାଗଲା ଭିତର ରତ୍ନ ଭଣ୍ଡାର, ଭିତରେ ସିନ୍ଧୁକ ଆଲମାରି ଦେଖିବା କମିଟ ସଦସ୍ୟ ତାଜୁବ

ପୁରୀ: ଶେଷରେ ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାର ଖୋଲା ଯାଇଛି। ହେଲେ ପୁରା ଭିତରକୁ ନ ଯାଇ ସେହି ପାଖରେ କମିଟ ସଦସ୍ୟ ଲାଇଟ ମାରି ଦେଖିଲେ। ସେ ଭିତରେ ଭର୍ତ୍ତି ହୋଇଛି ସିନ୍ଧୁକ ଆଉ ଆଲମିରା। ସେସବୁରେ ମହଣ ମହଣ ସୁନା ଅଳଙ୍କାର ଥିବାର ଅନୁମାନ କରିଛି କମିଟ। ହେଲେ ସଂଧ୍ୟା ହୋଇ ଯାଇଥିବାରୁ ସେଗୁଡିକ ଖୋଲି ଦେଖିବା ସମ୍ଭବ ନ ଥିଲା। ସମସ୍ତ କାର୍ଯ୍ୟ ସାରି ମନ୍ଦିର ବାହାରକୁ ଆସିବା ପରେ ଏହା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ।

ସେ କହିଛନ୍ତି ଯେ, ଆଜି ନିର୍ଦ୍ଧାରିତ ସମୟରେ ସମସ୍ତ ସଦସ୍ୟ ମନ୍ଦିର ଭିତରେ ପ୍ରବେଶ କରି ରତ୍ନ ଭଣ୍ଡାର ନିକଟକୁ ଯାଇଥିଲେ। ସେଠାରେ ପୂଜାପାଠ ପରେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିଲା। ସେଥିରେ ତିନୋଟି ତାଲା ପଡିଥିଲା। ତିନୋଟି ଚାବିରେ ତାହାକୁ ସମସ୍ତଙ୍କ ଉପସ୍ଥିତିରେ ଖୋଲାଗଲା। ସେଗୁଡିକ ମନ୍ଦିର ଭିତରେ ଥିବା ଏକ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଏଥିପାଇଁ ସମୟ ଲାଗିଲା ବୋଲି ଶ୍ରୀ ପାଢୀ କହିଛନ୍ତି।

ବାହାର ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି କରାଯିବା ପରେ ଭିତର ରତ୍ନ ଭଣ୍ଡାର ଖୋଲିବାକୁ ପ୍ରୟାସ କରାଯାଇଥିଲା। ଭିତର ରତ୍ନ ଭଣ୍ଡାରରେ ମଧ୍ୟ ତିନୋଟି ତାଲା ପଡିଥିଲା। ଆମ ପାଖରେ ଥିବା ଚାବିରେ ସମସ୍ତ ତାଲା ଖୋଲିବାକୁ ଚେଷ୍ଠା କରାଯାଇଥିଲେ ମଧ୍ୟ ତାହା ଖୋଲିଲା ନାହିଁ ବୋଲି ଶ୍ରୀ ପାଢୀ କହିଛନ୍ତି। ସରକାରଙ୍କ ଏସଓପି ଅନୁସାରେ ତାଲା ନ ଖୋଲିଲେ ତାହାକୁ ଭାଙ୍ଗିବା ପାଇଁ ଅନୁମତି ଥିଲା। ତେଣୁ ତିନୋଟି ତାଲାକୁ କାଟି କବାଟ ଖୋଲାଗଲା ବୋଲି ସେ କହିଥିଲେ।

ସମସ୍ତ ସଦସ୍ୟ ଭିତର ରତ୍ନ ଭଣ୍ଡାରରେ କଣ ରହିଛି ତାହା ଦେଖିବା ପରେ ଗୋଟିଏ ଦିନରେ ସମସ୍ତ ସିନ୍ଧୁକ ଓ ଆଲମାରି ଖୋଲିବା ସମ୍ଭବ ନ ଥିଲା। ସେଥିପାଇଁ ସମସ୍ତ ସଦସ୍ୟଙ୍କ ଉପସ୍ଥିତି ତଥା ସହମତିରେ ଏହାକୁ ତଦାରଖ କରିବା ପାଇଁ ଅନ୍ୟ କୌଣସି ଦିନର କରାଯିବ ବୋଲି ନିଷ୍ପତି ହୋଇଛି। ଯେହେତୁ ସୋମବାରରେ ବାହୁଡା ଯାତ୍ରା ଏବଂ ପରେ ସୁନା ବେଶ ରହିଛି ସେଥିପାଇଁ ପରବର୍ତ୍ତି ସମୟରେ ଦିନ ଧାର୍ଯ୍ୟ କରାଯିବ ବୋଲି ଶ୍ରୀ ପାଢୀ କହିଛନ୍ତି।

RathYatra2024 ଅରବିନ୍ଦ ପାଢୀ ଡ ଅରବିନ୍ଦ ପାଢୀ ଭିତର ରତ୍ନ ଭଣ୍ଡାର ରତ୍ନ ଭଣ୍ଡାର
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Latest News

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.