Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମେଲାନିଷ୍ଟିକ୍ ବାଘ ସଫାରି: ବୈଷୟିକ ଅନୁମୋଦନକୁ ରାଜ୍ୟ ସରକାରଙ୍କ ଅପେକ୍ଷା
ଜାତୀୟ ଖବର

ମେଲାନିଷ୍ଟିକ୍ ବାଘ ସଫାରି: ବୈଷୟିକ ଅନୁମୋଦନକୁ ରାଜ୍ୟ ସରକାରଙ୍କ ଅପେକ୍ଷା

July 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମେଲାନିଷ୍ଟିକ୍ ବାଘ ସଫାରି: ବୈଷୟିକ ଅନୁମୋଦନକୁ ରାଜ୍ୟ ସରକାରଙ୍କ ଅପେକ୍ଷା

ମେଲାନିଷ୍ଟିକ୍ ବାଘ ସଫାରି: ରାଜ୍ୟରେ ବାଘ ସଫାରି ପ୍ରତିଷ୍ଠା ଦିଗରେ ଆଗକୁ ବଢ଼ିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‍ଟିସିଏ) ଓ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ବୈଷୟିକ କମିଟିର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ଚୂଡ଼ାନ୍ତ ଅନୁମୋଦନକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ନିକଟ ବାରିପଦାରେ ପ୍ରଥମ ଥର ପାଇଁ ବାଘ ସଫାରି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପକୁ ନୀତିଗତ ଅନୁମୋଦନ ମିଳିବା ପରେ ଉଭୟ ଏନ୍‍ଟିସିଏ ଓ ସିଜେଡ୍ଏ ସଦସ୍ୟଙ୍କୁ ନେଇ ଗଠିତ ବୈଷୟିକ କମିଟି ଜୁନ୍ ମାସରେ ବାରିପଦା ନିକଟରେ ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ ବୋଲି ବନ ବିଭାଗ ବନ୍ୟପ୍ରାଣୀ ଶାଖା ସୂତ୍ରରୁ ପ୍ରକାଶ।

ସେମାନଙ୍କ ଗସ୍ତ ସମୟରେ ପ୍ରସ୍ତାବିତ ସଫାରିର ଏକ ଡିପିଆର କମିଟିକୁ ପ୍ରଦାନ କରାଯାଇଥିଲା। ତେବେ କମିଟି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ। ଜଣେ ବରିଷ୍ଠ ବନ ଅଧିକାରୀ କହିଛନ୍ତି ଯେ ଆମେ ଏହି ମାମଲାରେ ଆଗକୁ ବଢ଼ିବା ପାଇଁ ଡିପିଆର୍‍ ଅନୁମୋଦନକୁ ଅପେକ୍ଷା କରିଛୁ।

ଡିପିଆର୍ ଅନୁମୋଦନ ହେବା ପରେ ଏହାକୁ ଯାଞ୍ଚ ପାଇଁ ସୁପ୍ରିମକୋର୍ଟ କମିଟିକୁ ପଠାଯିବ ବୋଲି ସୂତ୍ରରୁ ପ୍ରକାଶ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜଙ୍ଗଲ ଜମିରେ ସଫାରି ପ୍ରକଳ୍ପ କରିବା ପାଇଁ କମିଟିର ଅନୁମୋଦନ ନିହାତି ଜରୁରୀ ଏବଂ ଏହି ଔପଚାରିକତା ଶେଷ ହେବା ପରେ ହିଁ ଏହି ପ୍ରକଳ୍ପ ଆରମ୍ଭ ହେବ। ଗତ ଜାନୁଆରି ମାସରେ ପୂର୍ବ ବିଜଦ ସରକାର ଏହି ପ୍ରକଳ୍ପ ଘୋଷଣା କରିଥିବାବେଳେ ନବଗଠିତ ବିଜେପି ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହୀ ଥିବା ସୂତ୍ରରୁ ଜଣାପଡ଼ିଛି।

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୧୮ ନମ୍ବର ଜାତୀୟ ରାଜପଥ ସଂଲଗ୍ନ ଜଙ୍ଗଲ ଅଞ୍ଚଳରେ ଏହି ସଫାରି ପ୍ରତିଷ୍ଠା କରାଯିବ, ଯେଉଁଥିପାଇଁ ବନ ବିଭାଗ ମଞ୍ଚବନ୍ଧ ସଂରକ୍ଷିତ ଜଙ୍ଗଲ ନିକଟରେ ୧୫୦ ହେକ୍ଟର ଜମି ନିର୍ଦ୍ଧାରଣ କରିଛି। ସମୁଦାୟ ଜମିମଧ୍ୟରୁ ପ୍ରାୟ ୪୦ରୁ ୫୦ ହେକ୍ଟର ଜମିକୁ ଡିସପ୍ଲେ ଏରିଆଭାବେ ସଂରକ୍ଷିତ ରଖାଯିବ ଏବଂ ଅବଶିଷ୍ଟ ଅଞ୍ଚଳକୁ ଉଦ୍ଧାର କେନ୍ଦ୍ର, କର୍ମଚାରୀ ଭିତ୍ତିଭୂମି ଏବଂ ପର୍ଯ୍ୟଟକସୁବିଧା ସମେତ ପ୍ରାଣୀ ଚିକିତ୍ସା ସୁବିଧା ସୃଷ୍ଟି ପାଇଁ ବ୍ୟବହାର କରାଯିବ।

ବନ ବିଭାଗର ଯୋଜନା ଅନୁଯାୟୀ ପ୍ରଥମେ ୬ଟି ବାଘ, ୪ଟି ମେଲାନିଷ୍ଟିକ୍ ଓ ୨ଟି ଧଳା ବାଘକୁ ସଫାରିକୁ ଛଡ଼ାଯିବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସମାନ ବଂଶର ୨ଟି ଧଳା ବାଘ ସହ ୩ଟି ମେଲାନିଷ୍ଟିକ୍ ବାଘ ଅଣାଯିବ ଏବଂ ଓଡ଼ିଶା ଓ ଝାଡ଼ଖଣ୍ଡ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ରାଞ୍ଚିରୁ ଆଉ ଏକ ମେଲାନିଷ୍ଟିକ୍ ବାଘ ଅଣାଯିବ।

ଏନ୍ଟିସିଏ
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.