ନୂଆଦିଲ୍ଲୀ: ହରିୟାଣାର ନାୟବ ସିଂ ସୈନି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଚାକିରିରେ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୈନି ଘୋଷଣା କରିଛନ୍ତି। ଗ୍ରୁପ୍ ସିରେ ୫ ପ୍ରତିଶତ ସଂରକ୍ଷଣ ଦିଆଯିବ। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ବିନା ସୁଧରେ ଋଣ ମିଳିବ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ମୁଖ୍ୟ ବିନ୍ଦୁ:
ହରିୟାଣାରେ ୧୦ ପ୍ରତିଶତ ସଂରକ୍ଷଣ।
ପୋଲିସ ଏବଂ ଖଣି ଗାର୍ଡ ନିଯୁକ୍ତିରେ ସଂରକ୍ଷଣ।
ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି ନିଯୁକ୍ତିରେ ବୟସ ସୀମାରେ ୩ ବର୍ଷ ଆଶ୍ଵସ୍ତି।
୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଉପଲବ୍ଧ ହେବ।