Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆହାର କେନ୍ଦ୍ରର ନାମ ହେବ ପରିବର୍ତ୍ତନ, ଅଚାନକ ପରିଦର୍ଶନ କରି କହିଲେ ମନ୍ତ୍ରୀ
ଜାତୀୟ ଖବର

ଆହାର କେନ୍ଦ୍ରର ନାମ ହେବ ପରିବର୍ତ୍ତନ, ଅଚାନକ ପରିଦର୍ଶନ କରି କହିଲେ ମନ୍ତ୍ରୀ

July 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆହାର କେନ୍ଦ୍ରର ନାମ ହେବ ପରିବର୍ତ୍ତନ, ଅଚାନକ ପରିଦର୍ଶନ କରି କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି କ୍ୟାପିଟାଲ ହସପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ। ମନ୍ତ୍ରୀ ଡାଃ ମହାପାତ୍ର ଆହାର କେନ୍ଦ୍ରରେ ପହଂଚିବା ପରେ ଧାଡିରେ ରହି କୁପନ କିଣି ଲୋକଙ୍କ ସହ ବସି ଭୋଜନ କରିଥିଲେ।

ଏହି ଅବସରରେ ଭୋଜନ କରୁଥିବା ଲୋକମାନଙ୍କ ସହ ଖାଦ୍ୟର ଗୁଣବତା ସଂପର୍କରେ ପଚାରି ବୁଝିଥିଲେ ଓ ଆହାର କେନ୍ଦ୍ର ସଂପର୍କରେ ସେମାନଙ୍କର ମତାମତ ପଚାରିଥିଲେ। ଆହାର କେନ୍ଦ୍ରର ପରିସ୍କାର ପରିଚ୍ଛନତା ଓ ଖାଦ୍ୟର ଗୁଣବତା ଉପରେ ଗୁରୁତ୍ୱ ଦେବା ସହ ଖରାପ ହୋଇ ଯାଇଥିବା ବାସନ ସଫାକରିବା ଯନ୍ତ୍ର ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଥିଲେ କି ବନ୍ଦ ହେବନି ଆହାର ଯୋଜନା. କାରଣ ଲୋକଙ୍କ ଆଗ୍ରହ ଅଛି ଗୁରୁତ୍ୱ ଦିଆଯାଉଛି। ଆହାର ନାମ ପରିବର୍ତ୍ତନ ନେଇ ପରବର୍ତୀ ସମୟରେ ସମୀକ୍ଷା କରାଯିବ। କ୍ୟାପିଟାଲ ହସ୍ପିଟାଲ ଆହର ପରିଦର୍ଶନ ସମୟରେ ଏହି ମତ ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର।

ସୁସ୍ଥ ଓ ପରିଷ୍କାର ପରିସ୍ଥିତିରେ ଗରିବ ଲୋକଙ୍କୁ ପୁଷ୍ଟିକର ଖାଦ୍ୟକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର. ଖାଦ୍ୟ ଲୋକଙ୍କ ସେବା ଉଦେଶ୍ୟରେ ଦିଆଯାଇଛି। ତେଣୁ ଉନ୍ନତ ମାନର ଖାଦ୍ୟ ଯୋଗାଇବାକୁ ପ୍ରାଥମିକତା ରହୁଛି। କୌଣସି ଅଭିଯୋଗ ରହିଲେ, ବିଏମସି କି ଜିଲ୍ଲପାଳଙ୍କୁ ଜଣାନ୍ତୁ. ଖାଦ୍ୟରେ ପରିବା କମ ଥିବା ଅନୁଭବ କଲେ ମନ୍ତ୍ରୀ। ଯେଉଁଥି ପାଇଁ ସ୍ୱୟଂ ସହାୟକ ମାଆ ମାନଙ୍କୁ ସେବା ଉଦେଶ୍ୟରେ ଶ୍ରଦ୍ଧା ଦେଇ ଖାଦ୍ୟ ପରିବେଷଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଦରଦାମ ବୃଦ୍ଧି ଵି ଏହାର କାରଣ ହୋଇପାରେ. କଣ କଲେ ଭଲ ହୋଇ ପାରିବ, ସେ ଦିଗରେ ବିଚାର ହେଉଛି। ରାଜ୍ୟ ସରକାର ୨୩ ଟଙ୍କା ଓ ଲୋକ ୫ ଟଙ୍କା ଦେଉଛନ୍ତି. ଗରିବଙ୍କ ସେବା ଭାବି ଖାଦ୍ୟ ଯୋଗାଇଲେ ଆହୁରି ଭଲ ଖାଦ୍ୟ ମିଳି ପାରିବ। ଏ ନେଇ ସ୍ୱୟଂ ସହାୟକ ମାଆ ମାନଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ। ଆଜି ମନ୍ତ୍ରୀ ନିଜେ ଟୋକନ କାଟି ଆହାର ଖାଦ୍ୟ ଖାଇଥିଲେ। ଡଷ୍ଟ ବିନ ଠିକ ସ୍ଥାନରେ ରହିବା ସହ ପରିଷ୍କାର ପରିବେଶ ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଵି ନଗର ଉନ୍ନୟନ ମନ୍ତ୍ରୀ ତାଗିଦ କରିଛନ୍ତି।

ପ୍ରକାଶ ଥାଉକି ୨୦୧୫ ମସିହା ଅପ୍ରେଲ ପହିଲା ପବିତ୍ର ଉତ୍କଳ ଦିବସ ଦିନ ଏହି ସୁଲଭ ରନ୍ଧା ଖାଦ୍ୟ ଯୋଜନା ଆହାର ଆରମ୍ଭ ହୋଇଥିଲା। ବର୍ତମାନ ରାଜ୍ୟର ୧୧୫ ଟି ସହରାଂଚଳରେ ୧୬୮ ଗୋଟି ଆହାର କେନ୍ଦ୍ର ରହିଛି। ସମସ୍ତ ଆହାର କେନ୍ଦ୍ର ଏବଂ କିଚେନ୍ ଆଇ.ଏସ୍‌.ଓ ପ୍ରମାଣପତ୍ର ହାସଲ କରିବା ସହିତ ଜିଇଓ ସଂଯୁକ୍ତ କରାଯାଇଛି। ୧୬୮ ଆହାର କେନ୍ଦ୍ର ମଧ୍ୟରୁ ୬୧ ଗୋଟି କେନ୍ଦ୍ରରେ ରାତ୍ରିକାଳୀନ ଭୋଜନ ବ୍ୟବସ୍ଥା ରହିଛି। ଦୈନିକ ଏକ ଲକ୍ଷ ମିଲ୍ ଯୋଗାଇ ଦିଆ ଯାଉଛି।

ଆହାର ଆହାର କେନ୍ଦ୍ର କୃଷ୍ଣଚନ୍ଦ୍ର ମହାପାତ୍ର ଡ. କୃଷ୍ଣଚନ୍ଦ୍ର ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁ ନିର୍ବାଚନ: ଏଆଇଏଡିଏମକେ-ବିଜେପିର ଚିନ୍ତା ବଢାଇଲା ପ୍ରାକ୍-ନିର୍ବାଚନ ସର୍ଭେ

April 2, 2026

ଆଇପିଏଲ-୨୦୨୬: ସରିଲା ସମସ୍ତ ଦଳର ମ୍ୟାଚ, ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ପରେ ବଦଳିଲା ପଏଣ୍ଟ ଟେବୁଲ

April 2, 2026

କଟକରେ ପ୍ରଥମ ଥର ଆୟୋଜିତ ହେବ ସର୍ବଭାରତୀୟ ଇଣ୍ଡୋର ରୋଇଂ ଚାମ୍ପିଅନସିପ୍’ 

April 2, 2026

ଦୃଢ଼ ସଂକଳ୍ପ ଆଗରେ ହାର ମାନିଲା ପ୍ରତିବନ୍ଧକ: ନିମାପଡାର ଅନିତା ସାହୁଙ୍କ ସ୍ୱପ୍ନକୁ ଶକ୍ତି ଦେଇଛି ଜିଓ

April 2, 2026
Latest News

ତାମିଲନାଡୁ ନିର୍ବାଚନ: ଏଆଇଏଡିଏମକେ-ବିଜେପିର ଚିନ୍ତା ବଢାଇଲା ପ୍ରାକ୍-ନିର୍ବାଚନ ସର୍ଭେ

April 2, 2026

ଆଇପିଏଲ-୨୦୨୬: ସରିଲା ସମସ୍ତ ଦଳର ମ୍ୟାଚ, ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ପରେ ବଦଳିଲା ପଏଣ୍ଟ ଟେବୁଲ

April 2, 2026

କଟକରେ ପ୍ରଥମ ଥର ଆୟୋଜିତ ହେବ ସର୍ବଭାରତୀୟ ଇଣ୍ଡୋର ରୋଇଂ ଚାମ୍ପିଅନସିପ୍’ 

April 2, 2026

ଦୃଢ଼ ସଂକଳ୍ପ ଆଗରେ ହାର ମାନିଲା ପ୍ରତିବନ୍ଧକ: ନିମାପଡାର ଅନିତା ସାହୁଙ୍କ ସ୍ୱପ୍ନକୁ ଶକ୍ତି ଦେଇଛି ଜିଓ

April 2, 2026

ଓଡ଼ିଶା ବିଧାନସଭା ବୁଲିଲେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପିଏମ୍ ଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.