Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘‘ଦ ଭଏସ୍ ବକ୍ସ’’ ଆରମ୍ଭ କରିବା ନିମନ୍ତେ ନେଟ୍‌ଫ୍ଲିକ୍ସ ଓ ଏନ୍‌ଏଫ୍‌ଡିସି ମଧ୍ୟରେ ଭାଗିଦାରୀ
ଜାତୀୟ ଖବର

ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘‘ଦ ଭଏସ୍ ବକ୍ସ’’ ଆରମ୍ଭ କରିବା ନିମନ୍ତେ ନେଟ୍‌ଫ୍ଲିକ୍ସ ଓ ଏନ୍‌ଏଫ୍‌ଡିସି ମଧ୍ୟରେ ଭାଗିଦାରୀ

July 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ସଂସ୍ଥା ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫଡିସି) ଭାରତରେ ଭଏସ୍ ଓଭର କଳାକାରମାନଙ୍କ ପାଇଁ  ‘ଦ ଭଏସ୍ ବକ୍ସ’ ନାମକ ଏକ ଉନ୍ନତ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ନେଟଫ୍ଲିକ୍ସ ଇଣ୍ଡିଆ ସହ ଭାଗିଦାରୀ କରିଛି।

ଏହି ଅବସରରେ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ, ଯୁଗ୍ମ ସଚିବ (ଚଳଚ୍ଚିତ୍ର) ବୃନ୍ଦା ଦେଶାଇ, ନେଟଫ୍ଲିକ୍ସର ଆଇନ ବିଭାଗର ନିର୍ଦ୍ଦେଶକ ଆଦିତ୍ୟ କୁଟ୍ଟି, ନେଟଫ୍ଲିକ୍ସର ପ୍ରତିଯୋଗିତା ନିୟମ ମୁଖ୍ୟ ଫ୍ରେଡି ସୋମେସ୍ ଏବଂ ଅନ୍ୟମାନଙ୍କ ମଧ୍ୟରେ ପର୍ଲ ଏକାଡେମୀର ଅଧ୍ୟକ୍ଷ ଶରଦ ମେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ନୂଆଦିଲ୍ଲୀର ଶାସ୍ତ୍ରୀ ଭବନରେ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫଡିସି)ର ପରିଚାଳନା ନିର୍ଦ୍ଦେଶକ ତଥା ମନ୍ତ୍ରଣାଳୟର ଯୁଗ୍ମ ସଚିବ (ପ୍ରସାରଣ – ୨) ପୃଥୁଲ କୁମାର ଏବଂ ନେଟଫ୍ଲିକ୍ସ ଇଣ୍ଡିଆର ଜେନେରାଲ କାଉନସେଲ ତଥା ବରିଷ୍ଠ ନିର୍ଦ୍ଦେଶକ – ବ୍ୟବସାୟ ଓ ଆଇନ ବ୍ୟାପାର ନିର୍ଦ୍ଦେଶକ କିରଣ ଦେଶାଇ ଏହି ଭାଗିଦାରୀକୁ ଆନୁଷ୍ଠାନିକ ରୂପ ଦେବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହା ଭାରତୀୟ ସିନେମାକୁ ପ୍ରୋତ୍ସାହିତ କରିବା ଏବଂ ମିଡିଆ ଓ ମନୋରଞ୍ଜନ ଶିଳ୍ପରେ ପ୍ରତିଭାକୁ ପରିପୁଷ୍ଟ କରିବା ପାଇଁ ଏନଏଫଡିସି ଓ ନେଟଫ୍ଲିକ୍ସର ମିଳିତ ଦୃଷ୍ଟିକୋଣ ସହ ସମନ୍ୱିତ।

ଭଏସ୍ ବକ୍ସ କାର୍ଯ୍ୟକ୍ରମରେ ଇଂରାଜୀ, ହିନ୍ଦୀ, ମରାଠୀ, ବଙ୍ଗଳା, ମାଲାୟଲମ୍‌, ତାମିଲ, ତେଲୁଗୁ ଏବଂ ଗୁଜରାଟୀ ଭାଷା ଉପରେ ଧ୍ୟାନ ଦିଆଯାଇ ଭଏସ୍ ଓଭର କଳାକାରଙ୍କୁ ରିକଗ୍ନିସନ୍ ଅଫ୍ ପ୍ରାୟର ଲର୍ଣ୍ଣିଂ (ଆରପିଏଲ୍‌) ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ଭାରତର ସାତଟି ପ୍ରମୁଖ ସହର ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ଅହମ୍ମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଓ କୋଚିରେ ପ୍ରଶିକ୍ଷଣ (ଅତିଥି ବକ୍ତୃତା ଏବଂ ପରାମର୍ଶ ଅଧିବେଶନ ସହିତ) ଦିଆଯିବ। ଏହା ପରେ ମୂଲ୍ୟାୟନ ଅନ୍ତର୍ଭୁକ୍ତ କର୍ମଶାଳା ଆୟୋଜନ କରାଯିବ। ପ୍ରତି ବ୍ୟାଚରେ ୩୦ ଜଣ ପ୍ରାର୍ଥୀ ରହିବେ ଏବଂ ପ୍ରାରମ୍ଭିକ ସ୍କ୍ରିନିଂ ମାଧ୍ୟମରେ ୨୧୦ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯିବ। ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅତି କମରେ ୫୦% ମହିଳା ରହିବେ।

ଭାରତର ଅଗ୍ରଣୀ ଡିଜାଇନ୍ ଅନୁଷ୍ଠାନ ପର୍ଲ ଏକାଡେମୀ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଶିକ୍ଷଣ ସହଯୋଗୀ ଭାବେ ଯୋଗ ଦେବ। ନେଟଫ୍ଲିକ୍ସର ସ୍ୱତନ୍ତ୍ର ପ୍ରକଳ୍ପ ‘ଆଜାଦୀ କି ଅମୃତ କାହାନିଆଁ’ ରେ ଯୋଗଦାନ କରିବା ପାଇଁ ପ୍ରତ୍ୟେକ ବ୍ୟାଚ୍‌ରୁ ୭ ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରାଯିବ, ଯେଉଁଠାରେ ସେମାନେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁ ପ୍ରତିଫଳିତ କରୁଥିବା କାହାଣୀ ବର୍ଣ୍ଣନା କରିବା ପାଇଁ କଣ୍ଠଦାନ କରିବେ।

ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଦୁଇ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ପେସାଦାର, ବିଶେଷ କରି ମହିଳାମାନଙ୍କ ପାଇଁ , ଯେଉଁମାନେ ଭଏସ୍ ଓଭରରେ ନିଜର ଦକ୍ଷତା ବୃଦ୍ଧି କରିବାକୁ ଆଗ୍ରହୀ, ସେମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଉନ୍ମୁକ୍ତ ରହିଛି।

ଏହି ଭଏସ୍ ବକ୍ସ ପ୍ରୋଗ୍ରାମ୍ ନେଟଫ୍ଲିକ୍ସ ଫଣ୍ଡ ଫର୍ କ୍ରିଏଟିଭ୍ ଇକ୍ୱିଟି ଦ୍ୱାରା ପ୍ରାୟୋଜିତ ହୋଇଛି, ଯାହା ସମଗ୍ର ବିଶ୍ୱରେ କାର୍ଯ୍ୟକ୍ରମ ମାଧ୍ୟମରେ ଟିଭି ଓ ଚଳଚ୍ଚିତ୍ର ଶିଳ୍ପରେ ସଫଳତା ପାଇଁ କମ୍ ପ୍ରତିନିଧିତ୍ୱ ସମୁଦାୟ ସ୍ଥାପନ କରିବା ପାଇଁ ପାଞ୍ଚ ବର୍ଷ ମଧ୍ୟରେ ବାର୍ଷିକ ୧୦୦ ନିୟୁତ ଡଲାର ବ୍ୟବସ୍ଥା କରିଛି।

ଅଧିକ ସୂଚନା ଏବଂ ଆବେଦନ କରିବା ପାଇଁ, ଏନଏଫଡିସିର ୱେବସାଇଟ ଏବଂ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଯାଆନ୍ତୁ।

ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026
Latest News

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.