ବଜେଟ୍ 2024 ଅପଡେଟ୍: ଜାଣନ୍ତୁ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କୁ କେନ୍ଦ୍ର ବଜେଟରୁ କ’ଣ ମିଳିଲା?

Published: Jul 23, 2024, 12:15 pm IST

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ସହଯୋଗୀମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି। ଆଜି ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି, ଯେଉଁଥିରେ ତାଙ୍କ ନିର୍ବାଚନକାରୀଙ୍କ ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ଆସନ୍ତୁ ଜାଣିବା କେଉଁ ଏନଡିଏ ସହଯୋଗୀ ବଜେଟ ବକ୍ସରୁ କେଉଁ ଉପହାର ପାଇଛନ୍ତି:

ସଂସଦ ଗୃହରେ ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶକୁ ୧୫ ହଜାର କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।

ସେହିଭଳି ବିହାରକୁ ସଡକ ପ୍ରକଳ୍ପ ପାଇଁ ୨୬ ହଜାର କୋଟି ଟଙ୍କା ପ୍ୟାକେଜ୍ ମିଳିଥିବାବେଳେ ୨୧ ହଜାର କୋଟି ଟଙ୍କା ମୂଲ୍ୟର ଏକ ପାୱାର ପ୍ଲାଣ୍ଟ ମଧ୍ୟ ଘୋଷଣା କରାଯାଇଛି।

Related posts